ETV Bharat / sports

କୋହଲି ଟେଷ୍ଟ୍‌ ଅଧିନାୟକ ପଦ ଛାଡ଼ନ୍ତୁ ବୋଲି ବିସିସିଆଇ ପ୍ରସ୍ତୁତ ନଥିଲା: ସୌରଭ ଗାଙ୍ଗୁଲି - ବିରାଟ କୋହଲି

WTC ଫାଇନାଲରେ ଭାରତର ଶୋଚନୀୟ ପରାଜୟ ପରେ ରୋହିତ ଶର୍ମାଙ୍କୁ ବାହାର କରି ପୁଣିଥରେ କୋହଲିଙ୍କୁ ଅଧିନାୟକ ଭାର ଦେବା ପାଇଁ ପ୍ରଶଂସକ ମହଲରେ ଦାବି ହେଉଛି । ଏହାରି ମଧ୍ୟରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କର ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

ସୌରଭ ଗାଙ୍ଗୁଲିଙ୍କର ବଡ଼ ମନ୍ତବ୍ୟ
ସୌରଭ ଗାଙ୍ଗୁଲିଙ୍କର ବଡ଼ ମନ୍ତବ୍ୟ
author img

By

Published : Jun 14, 2023, 10:38 AM IST

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଭାରତ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏହି ବଡ଼ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ଉଠିଛି । ଇଂଲଣ୍ଡର 'ଦ ଓଭାଲ' ମୈଦାନରେ କଙ୍ଗାରୁ ଦଳ ବିପକ୍ଷରେ ଭାରତର ପ୍ରଦର୍ଶନ ବହୁତ ଖରାପ ରହିଥିଲା । ଯେଉଁ କାରଣରୁ ଭାରତ ଏଥର ମଧ୍ୟ ଆଇସିସି ଟ୍ରଫି ଜିତିପାରିଲା ନାହିଁ । ହେଲେ ଏହି ପରାଜୟ ପରେ ରୋହିତ ଶର୍ମାଙ୍କୁ ଅନେକ ସମାଲୋଚନା କରାଯାଉଛି । ଭାରତୀୟ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଖେଳାଳୀ ମଧ୍ୟ ରୋହିତଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାରି ଭିତରେ ବିଶ୍ବରେ ଭାରତକୁ ଟେଷ୍ଟ୍‌ କ୍ରିକେଟ୍‌ରେ ଦୀର୍ଘ ବର୍ଷ ଧରି ନମ୍ବର ୱାନ୍‌ କରି ରଖିଥିବା ବିରାଟ କୋହଲିଙ୍କ ଅଧିନାୟକତ୍ବ ସମସ୍ତଙ୍କର ମନେ ପଡ଼ିଛି । ତେବେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ କୋହଲିଙ୍କ ନେତୃତ୍ବକୁ ନେଇ ଲାଗି ରହିଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି ।

ପୁଣି ମନେପଡ଼ିଲା କୋହଲିଙ୍କ ନେତୃତ୍ବ: ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଭାରତର ଶୋଚନୀୟ ପରାଜୟ ପରେ ଏବେ ସମସ୍ତଙ୍କର କୋହଲିଙ୍କ ନେତୃତ୍ବ ପୁଣିଥରେ ମନେପଡ଼ିଛି । ଯେତେବେଳେ ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର କମାଣ ସମ୍ଭାଳୁଥିଲେ, ସେତେବେଳେ ଟିମ୍‌ ଇଣ୍ଡିଆର ବିଦେଶରେ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । ଏହାରି ମଧ୍ୟରେ ଏକ ସାକ୍ଷାତକାରରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କୋହଲିଙ୍କ ସହିତ ଲାଗି ରହିଥିବା ନେତୃତ୍ବ ବିବାଦରେ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ବିରାଟ କୋହଲି ଭାରତର ଟେଷ୍ଟ୍‌ ଦଳର ଅଧିନାୟକ ପଦ ଛାଡ଼ନ୍ତୁ ବୋଲି ବିସିସିଆଇ ପ୍ରସ୍ତୁତ ନଥିଲା । ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଏହା ଆମ ପାଇଁ ମଧ୍ୟ ଅପ୍ରତ୍ୟାଶିତ ଥିଲା । କେବଳ ବିରାଟ କୋହଲି ହିଁ କହିପାରିବେ ଯେ, ସେ କଣ ପାଇଁ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିଲେ । ଏବେ ଏହି ବିଷୟ ଉପରେ ଆଲୋଚନା କରିବାର ଆଉ କୌଣସି ଅର୍ଥ ହିଁ ନାହିଁ । କାରଣ କୋହଲି ନିଜେ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିଥିଲେ । କୋହଲି ଅଧିନାୟକ ପଦ ଛାଡ଼ିଦେବାରୁ ଚୟନକର୍ତ୍ତାଙ୍କୁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରିବାକୁ ପଡ଼ିଲା । ଆଉ ସେତେବେଳେ କୋହଲିଙ୍କ ପରେ ରୋହିତ ଶର୍ମା ସବୁଠାରୁ ଭଲ ବିକଳ୍ପ ଥିଲେ ।"

କୋହଲିଙ୍କୁ ପୁନଃ ଅଧିନାୟକ ନିଯୁକ୍ତି ଦାବି: ବିରାଟ କୋହଲି ଭାରତୀୟ ଅଧିନାୟକ ଭାବେ ଟେଷ୍ଟରେ ଭାରତକୁ ଦୀର୍ଘବର୍ଷ ଧରି ୧ ନମ୍ବର ଦଳ ଭାବେ ରଖିବାରେ ସମର୍ଥ ହୋଇଥିଲେ । ତାଙ୍କ ନେତୃତ୍ବରେ ଭାରତ ୬୮ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ସେଥିରୁ ୪୦ ବିଜୟ ଓ ୧୧ ଡ୍ର ସହିତ ଅନ୍ୟ ଦଳଠାରୁ ବହୁ ଆଗରେ ରହିଥିଲା । ବିଶ୍ବ ଟେଷ୍ଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ଭାବେ କୋହଲି ନିଜର କାର୍ଯ୍ୟକାଳ ସମାପ୍ତ କରିଥିଲେ । ହେଲେ ଏବେ WTC ଫାଇନାଲରେ ଭାରତର ଶୋଚନୀୟ ପରାଜୟ ପରେ କୋହଲିଙ୍କୁ ପୁନର୍ବାର ଟେଷ୍ଟ୍‌ ଅଧିନାୟକ କରିବା ପାଇଁ ପ୍ରଶଂସକଙ୍କ ମହଲରେ ଦାବି ଉଠିଛି । ଯେଉଁଥିପାଇଁ ସୌରଭ ଗାଙ୍ଗୁଲି ଏଭଳି ଖୁଲାସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.