ETV Bharat / sports

ଭାରତକୁ ବଡ ଝଟକା: ଓପନର ଶୁଭମନ ଗିଲ୍‌ ଆହତ, 8 ସପ୍ତାହ ଖେଳିପାରିବେନି

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟ୍‌କା । ଓପନର ଶୁଭମନ ଗିଲ୍‌ ଆହତ କାରଣରୁ 8 ସପ୍ତାହ ଖେଳିପାରିବେନି କ୍ରିକେଟ । ଅଧିକ ପଢନ୍ତୁ...

Shubman Gill suffers shin injury, out for 8 weeks
ଭାରଟକୁ ବଡ ଝଟକା: ଓପନର ଶୁଭମନ ଗିଲ୍‌ ଆହତ, 8 ସପ୍ତାହ ଖେଳିପାରିବେନି
author img

By

Published : Jul 1, 2021, 4:03 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟ୍‌କା । ଓପନର ଶୁଭମନ ଗିଲ୍‌ ମାଂସପେଶୀ ଜନିତ ଆହତ ସମସ୍ୟାରେ ପଡିଛନ୍ତି । ଫଳରେ ପ୍ରାୟ 8 ସପ୍ତାହ ପାଇଁ କ୍ରିକେଟ ଖେଳିପାରିବେ ନାହିଁ ବୋଲି ଜଣାପଡିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପରେ ଗିଲ୍‌ଙ୍କ ମାଂସପେଶୀ ଟାଣି ହୋଇଯାଇଥିବା ଜଣାପଡିଛି । ଫଳରେ ସୁସ୍ଥ ହେବା ପାଇଁ 8 ସପ୍ତାହ ସମୟ ଲାଗିବ । ଏହା ଜଣାପଡିବା ପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କ ସହ ଦ୍ବିତୀୟ ଓପନର ଭାବେ ମୟଙ୍କ ଅଗ୍ରୱାଲ କିମ୍ବା କେଏଲ ରାହୁଲଙ୍କୁ ସୁଯୋଗ ଦେଇପାରନ୍ତି ।

Shubman Gill suffers shin injury, out for 8 weeks
ଶୁଭମନ ଗିଲ୍‌

ନ୍ୟୁଜିଲାଣ୍ଡ ବିପକ୍ଷ WTC ଫାଇନାଲରେ ଗିଲ୍‌ଙ୍କ ପ୍ରଦର୍ଶନ ପ୍ରଭାବୀ ନଥିଲା । ଉଭୟ ଇଂନିସରେ ସେ ଯଥାକ୍ରମେ 28 ଓ 8 ରନ କରିପାରିଥିଲେ । ପ୍ରଥମ ଇଂନିସରେ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ବଡ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ ଓ ଦ୍ବିତୀୟ ଇଂନିସରେ ନିରାଶ କରିଥିଲେ । ନ୍ୟୁଜିଲାଣ୍ଡ 8 ୱିକେଟରେ ମ୍ୟାଚ ଜିତି ନେବା ସହ ଟେଷ୍ଟ ଗଦା ସହ ସ୍ବଦେଶ ଫେରିଛି ।

ଅଷ୍ଟ୍ରେଲିଆରେ ଦମଦାର ଡେବ୍ୟୁ ପରେ ଗିଲ୍‌ ଇଂଲଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମଧ୍ୟ ଆଖିଦୃଶିଆ ସ୍ଥିର ପ୍ରଦର୍ଶନ କରିପାରିନଥିଲେ । WTC ଫାଇନାଲ ପରେ ଭାରତୀୟ ଟିମ 20 ଦିନର ବିରତି ନେଇଛି, ତେବେ ଜୁଲାଇ 14 ସୁଦ୍ଧା ଧୁରମରେ ଟିମ ଅଭ୍ୟାସ ଆରମ୍ଭ କରିବ । ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବ ଭାରତୀୟ ଟିମ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ଟିକିଆ ଟେଷ୍ଟ ସିରିଜ ଅଗଷ୍ଟ 4ରୁ ଆରମ୍ଭ ହେବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.