ETV Bharat / sports

ଦିନିକିଆରେ ଧାୱନଙ୍କ ୬ ହଜାର ରନ ପୂରଣ - ଶିଖର ଧାୱନ ଖବର

ଦିନିକିଆ ମ୍ୟାଚରେ ୬ ହଜାର ରନ୍ ପୂରଣ କଲେ ଭାରତୀୟ ଓପନର ଶିଖର ଧାୱନ । ଏଭଳି କିର୍ତ୍ତୀମାନ ହାସଲ କରିବାରେ ସେ ହେଉଛନ୍ତି ଦଶମ ଭାରତୀୟ କ୍ରିକେଟର । ଅଧିକ ପଢ଼ନ୍ତୁ...

ଦିନିକିଆରେ ଧାୱନଙ୍କ ୬ ହଜାର ରନ୍ ପୂରଣ
ଦିନିକିଆରେ ଧାୱନଙ୍କ ୬ ହଜାର ରନ୍ ପୂରଣ
author img

By

Published : Jul 18, 2021, 10:21 PM IST

କଲମ୍ବୋ: ଦିନିକିଆ ମ୍ୟାଚରେ ୬ ହଜାର ରନ୍ ପୂରଣ କଲେ ଭାରତୀୟ ଓପନର ଶିଖର ଧାୱନ । ଏଭଳି କିର୍ତ୍ତୀମାନ ହାସଲ କରିବାରେ ସେ ହେଉଛନ୍ତି ଦଶମ ଭାରତୀୟ କ୍ରିକେଟର । ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । କଲମ୍ବୋରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ୭୭ ରନ କରିବା ପରେ ଶିଖର ଧାୱନ ଦିନିକିଆରେ ୬ ହଜାର ରନ୍ ପୂରଣ କରିଛନ୍ତି ।

ଏହାପୂ୍ର୍ବରୁ ଭାରତ ପକ୍ଷରୁ ପ୍ରଥମେ ସଚିନ ତେନ୍ଦୁଲକର, ବିରାଟ କୋହଲି, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂହ ଧୋନୀ, ମହମ୍ମଦ ଆଝାରୁଦ୍ଦିନ, ରୋହିତ ଶର୍ମା, ଯୁବରାଜ ସିଂହ ଓ ବିରେନ୍ଦର ସେହୱାଗ ଏହି ରେକର୍ଡ ହାସଲ କରି ସାରିଛନ୍ତି । ବର୍ତ୍ତମାନ ଶ୍ରିଲଙ୍କା ବିପକ୍ଷରେ ଶିଖର ଧାୱନଙ୍କୁ ଭାରତର ଅଧିନାୟକ ଦାୟିତ୍ବ ଦିଆଯାଇଛି ।

୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ ଶିଖର ଧାୱନ । ଦିନିକିଆରେ ବର୍ତ୍ତମାନ ସୁଦ୍ଧା ସେ ୧୭ଟି ଶତକ ହାସଲ କରିଥିବା ବେଳେ ୩୩ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି । ସେ ୪୫.୮୬ ହାରରେ ମୋଟ ୬ ହଜାର ୪ଶହ ୫୩ ରନ କରିଛନ୍ତି । ତେବେ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଆହତଜନିତ ସମସ୍ୟା ଯୋଗୁଁ ସେ ଜାତୀୟ ଦଳରୁ ବାଦ ପଡ଼ିଥିଲେ ।

ଶିଖର ଧାୱନଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ପ୍ରଥମ ଦିନିକିଆରେ ଶ୍ରୀଲଙ୍କା ବିପକ୍ଷରେ ପଡ଼ିଆକୁ ଓହ୍ଲାଇଛି । ଶ୍ରୀଲଙ୍କାର ୨୬୨ ରନ ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ମାତ୍ର ୩୬ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିଛି । ଭାରତ ପକ୍ଷରୁ ଅଧିନାୟକ ଶିଖର ଧାୱନ ସର୍ବାଧିକ ୮୩ ରନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.