ETV Bharat / sports

ଶାମି ଜଣେ ଖରାପ ମଣିଷ, ତାଙ୍କୁ ଭଗବାନ ଦଣ୍ଡ ଦେବେ: ହସୀନ ଜହାଁ - ଭାରତୀୟ ସ୍ପିଡ୍‌ଷ୍ଟାର ମହମ୍ମଦ ଶାମି

ମହମ୍ମଦ ଶାମି ଜଣେ ଖରାପ ମଣିଷ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଏପରି କହିଲେ ପତ୍ନୀ ହସୀନ ଜହାଁ । ଅଧିକ ପଢନ୍ତୁ

Hasin Jahan
Hasin Jahan
author img

By ETV Bharat Odisha Team

Published : Nov 25, 2023, 11:27 AM IST

କୋଲକାତା: ସଦ୍ୟ ସମାପ୍ତ ବିଶ୍ବକପରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି ଭାରତୀୟ ସ୍ପିଡ୍‌ଷ୍ଟାର ମହମ୍ମଦ ଶାମି । ଟୁର୍ଣ୍ଣାମେଣ୍ଟରେ ସେ ସବୁଠାରୁ କମ ମ୍ୟାଚ୍‌ ଖେଳି ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ହୋଇପାରିଛନ୍ତି । ଏପଟେ କିନ୍ତୁ ଦିନକୁ ଦିନ ଶାମିଙ୍କ ପାରିବାରିକ ସମସ୍ୟା ବଢିବାରେ ଲାଗିଛି । ତାଙ୍କର ଏହି ସଫଳତାରେ ପତ୍ନୀ ହସୀନ ଜହାଁ ଆଦୌ ଖୁସି ନାହାନ୍ତି । ଶାମି ଜଣେ ଖରାପ ମଣିଷ । ତାଙ୍କ ଝିଅ ବର୍ତ୍ତମାନ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ତା' ବାପାଙ୍କ ମ୍ୟାଚ ଦେଖିବାକୁ ଆଗ୍ରହୀ ନୁହଁ ବୋଲି ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ହସୀନ ଜହାଁ ।

ହସୀନ ଜହାଁ ଏବେ କୋଲକାତାର ଯାଦବପୁରର ଏକ ଫ୍ଲାଟରେ ରହୁଛନ୍ତି । ବର୍ତ୍ତମାନ ଶାମିଙ୍କ ସହିତ ତାଙ୍କର ଛାଡପତ୍ର ମାମଲା ଚାଲିଛି । ସେ ଏକାକୀ ତାଙ୍କ ଝିଅକୁ ଲାଳନପାଳନ କରୁଛନ୍ତି । ଇଟିଭି ଭାରତ ସହ ସାକ୍ଷାତକାରରେ ହସୀନ ଜହାଁ କହିଛନ୍ତି ଯେ, ଶାମି ଜଣେ ଖରାପ ମଣିଷ । ତାଙ୍କ ଝିଅ ମଧ୍ୟ ଖେଳ ଦେଖିବାକୁ ପସନ୍ଦ କରୁନାହିଁ । ବର୍ତ୍ତମାନ କୋର୍ଟରେ ଶାମିଙ୍କ ସହ ଛାଡପତ୍ର ମାମଲା ଚାଲିଛି । ଆହ୍ଲାବାଦ ହାଇକୋର୍ଟ, ନିମ୍ନ ଅଦାଲତ ଏବଂ ସୁପ୍ରିମକୋର୍ଟରେ ବିଭିନ୍ନ ମାମଲା ଚାଲିଛି । ମୋତେ ଏସବୁ ମାମଲା ଏକାକି ଲଢିବାକୁ ପଡିବ । ମୋର ପିତାମାତା ମୋ ଠାରୁ ଦୂରରେ ରହୁଛନ୍ତି । ସେମାନେ ଏବେ ଅସୁସ୍ଥ ଅଛନ୍ତି । ମୋର ସାନଭାଇର କୋଭିଡରେ ମୃତ୍ୟୁ ଘଟିଛି । ମୋ ସାଙ୍ଗରେ ଠିଆ ହେବାକୁ କେହି ନାହାନ୍ତି । ମୋର ଲଢେଇ ମୁଁ ଏକୁଟିଆ ଲଢିବି ।

ତେବେ ଆଇପିଏଲରେ କେକେଆର ଟିମର ଚିଅର ଲିଡର ଗ୍ରୁପରେ ଥିବାବେଳେ ହସୀନ ଜହାଁ ଶାମିଙ୍କୁ ଭେଟିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଶାମିଙ୍କୁ ଦ୍ବିତୀୟ ବିବାହ କରିଥିଲେ ଜହାଁ । 6 ବର୍ଷର ବୈବାହିକ ସମ୍ପର୍କ ବର୍ତ୍ତମାନ ଶେଷ ହେବାକୁ ଯାଉଛି । ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ହସୀନ ଜହାଁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହାକୁ ନେଟିଜେନ୍ସ ଶାମିଙ୍କୁ ଟାର୍ଗେଟ କରିଛନ୍ତି ବୋଲି ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଫାଷ୍ଟ ବୋଲର ସାମୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ, ପତ୍ନୀଙ୍କୁ ପ୍ରତି ମାସରେ ଗଣିବେ ଏତିକି ଟଙ୍କା

ଯେତେବେଳେ ତାଙ୍କୁ ସେହି ପୋଷ୍ଟ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ, "ମୁଁ ବିଶ୍ୱକପ ଫାଇନାଲ ମ୍ୟାଚ ଦେଖି ନାହିଁ କିମ୍ବା ମ୍ୟାଚ ପ୍ରତି ମୋର କୌଣସି ଆଗ୍ରହ ନାହିଁ । ମୋତେ ଦୁଃଖ ଲାଗୁଛି ଯେ, ମୋ ପକ୍ଷ ଶୁଣିବା ପରେ ମଧ୍ୟ ମୋତେ ଭିଲେନ ଭାବରେ ଦେଖାଯାଉଛି । ଖରାପ ମାନସିକତା ଥିବା କିଛି ଲୋକ ଅଛନ୍ତି ଯେଉଁମାନେ ମୋତେ ଭିଲେନ୍ କରିଛନ୍ତି । କିଛି ଗଣମାଧ୍ୟମ ଶାମିଙ୍କ ସପକ୍ଷରେ ରହିଛନ୍ତି । ଶାମିଙ୍କ ନାମରେ ଏକ 'ସେଲିବ୍ରେଟି' ଟ୍ୟାଗ୍ ଥିବାରୁ ସେ ନିର୍ଦ୍ଦୋଷ, ଆଉ ମୁଁ ନିର୍ଦ୍ଦୋଷ ହୋଇଥିଲେ ମଧ୍ୟ ଖଳନାୟକ ବୋଲି କୁହାଯାଉଛି । ସମସ୍ତେ ଜାଣନ୍ତି ମୁଁ କେତେ ଦୁଃଖ ସହିଛି । ତଥାପି ସବୁ ଜାଣି ମଧ୍ୟ ଟିଆରପି ପାଇଁ ମୋତେ ଭିଲେନ୍ କରାଯାଉଛି । ଶାମି ଜଣେ କ୍ରିକେଟର ହୋଇଥିବାରୁ ତାଙ୍କୁ ଭାରତୀୟ ଗଣମାଧ୍ୟମର ସମର୍ଥନ ମିଳୁଛି ।

2018 ମସିହାରେ କୋର୍ଟରେ ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । ତାଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଶାମିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା । ସେତେବେଳେ ବିସିସିଆଇ ତାଙ୍କୁ ବଞ୍ଚାଇ ଦେଇଥିଲା । ସେ ସମୟରେ ଶାମି କହିଥିଲେ ଯେ, ସେ ତାଙ୍କ ପରିବାରକୁ ଭାଙ୍ଗିବାକୁ ଚାହୁଁ ନାହାଁନ୍ତି । ଦଣ୍ଡମୁକ୍ତ ହେବା ମାତ୍ରେ ସେ ମୋତେ କୋର୍ଟରେ ଦେଖିବେ ବୋଲି କହିଥିଲେ ।

ମୁଁ ଜାଣେ ସେ କେତେ ଖରାପ । ତାଙ୍କ ଜାଲରେ ମୁଁ ପଡ଼ିବାକୁ ଚାହୁଁନି । ଯଦି ସେ କୋର୍ଟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ସେ ତାଙ୍କ ଭୁଲକୁ କେବେବି ସୁଧାରି ପାରିବେ ନାହିଁ । ନିଜକୁ ସୁଧାରିବା ପାଇଁ ତାଙ୍କୁ ଇଶ୍ବରଙ୍କ ମାର୍ଗ ଆପଣାଇବାକୁ ପଡିବ । ବ୍ୟକ୍ତିଙ୍କୁ କର୍ମର ସଜ୍ଜା ନିଶ୍ଚିନ୍ତ ମିଳିଥାଏ । ତାଙ୍କୁ ବି ମିଳିବ । ମୁଁ ସେହି ସମୟକୁ ଅପେକ୍ଷା କରିବି ବୋଲି କହିଛନ୍ତି ହସୀନ ଜହାଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.