ETV Bharat / sports

ଇରଫାନଙ୍କ ପରେ LPL ଖେଳିବେ ୟୁସୁଫ ପଠାନ

author img

By

Published : Jul 2, 2021, 10:47 PM IST

ଶ୍ରୀଲଙ୍କାର ଘରୋଇ ଟି20 ଲିଗ୍‌ ଲଙ୍କା ପ୍ରିମିୟର ଲିଗ ଖେଳିବେ ୟୁସୁଫ ପଠାନ । ଅଧିକ ପଢନ୍ତୁ...

Shakib, Faulkner, Bavuma register for Lanka Premier League, Yusuf Pathan available for selection
ଇରଫାନଙ୍କ ପରେ LPL ଖେଳିବେ ୟୁସୁଫ ପଠାନ

କଲମ୍ବୋ: ଜୁନିୟର ପଠାନଙ୍କ ପରେ ଶ୍ରୀଲଙ୍କାର ଘରୋଇ ଟି20 ଲିଗ୍‌ , ଲଙ୍କା ପ୍ରିମିୟର ଲିଗ ଖେଳିବେ ୟୁସୁଫ ପଠାନ । ପୂର୍ବରୁ ଅଲରାଉଣ୍ଡର ଇରଫାନ ପଠାନ କାଣ୍ଡି ଟସ୍କର ପକ୍ଷରୁ ଏଲପିଏଲର ପ୍ରଥମ ସଂସ୍କରଣରେ ଖେଳିଥିଲେ ।

ସେହିପରି ପୂର୍ବତନ ବାଂଲାଦେଶ କ୍ୟାପଟେନ ସାକିବ ଅଲ ହାସନ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ବେନ କଟିଙ୍ଗ୍‌, ଜେମ୍ସ ଫକନର ଓ ଦକ୍ଷିଣ ଆଫ୍ରିକୀୟ କ୍ୟାପଟେନ ତେମ୍ବା ବାଭୁମା ଲଙ୍କା ପ୍ରିମିୟର ଲିଗର ଦ୍ବିତୀୟ ସଂସ୍କରଣ ପାଇଁ ନାମ ପଞ୍ଜୀକରଣ କରିଛନ୍ତି ।

ମିଚେଲ ମାକଲେଖାନ, ନିକୋଲାସ ପୁରୋନ, ମହମ୍ମହ ମହମ୍ମଦୁଲ୍ଲା, ଶେର୍ଫାନେ ରଦରଫୋର୍ଡ, ରବି ରାମପାଲ, ଡେଭିଡ ୱାଇଜ ଓ କଲୁମ ଫର୍ଗୁସନ ମଧ୍ୟ ଏହି ଟି20 ଲିଗରେ ଖେଳିବାକୁ ଆଶାୟୀ ରହିଛନ୍ତି ।

ଜିମ୍ବାୱେର ବ୍ରେଣ୍ଡନ ଟେଲର, ନେପାଳର ସନ୍ଦୀପ ଲାମିଚେନ ଓ ୟୁଏସଏରୁ ଅଲି ଖାନ ମଧ୍ୟ ଏହି ଫଟାଫଟ କ୍ରିକେଟ ଲିଗ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

LPL ର ଦ୍ବିତୀୟ ସଂସ୍କରଣ ଜୁଲାଇ 30ରୁ ଆରମ୍ଭ ହେବାକୁ ଥିବାବେଳେ ଅଗଷ୍ଟ 22 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ଏନେଇ ଗତ ମାସରେ ସ୍ପଷ୍ଟ କରିସାରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ।

2020 ସଂସ୍କରଣ ସଫଳତାର ସହ ଜୈବ ସୁରକ୍ଷା ବଳୟରେ ଶେଷ ହୋଇଥିଲା । ଗାଲେ ଗ୍ଳାଡିଏଟରସକୁ ହରାଇ ଜାଫନା ଷ୍ଟାଲିଅନସ ପ୍ରଥମ ସଂସ୍କରଣର ବିଜେତା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.