ETV Bharat / sports

ICC Test Rankings: କ୍ୟାରିଅରର ସର୍ବଶ୍ରେଷ୍ଠ ରାଙ୍କ୍‌ରେ ଶାହିନ ଆଫ୍ରିଦି

ICC ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ରାଙ୍କିଂ । ଟେଷ୍ଟରେ ଡେବ୍ୟୁ କରିଥିବା ଶ୍ରେୟସ ଆୟର ୭୪ତମ ସ୍ଥାନରେ ରହିଛନ୍ତି । ଅଧିକ ପଢ଼ନ୍ତୁ

ICC Test Rankings: କ୍ୟାରିଅରର ସର୍ବଶ୍ରେଷ୍ଠ ରାଙ୍କ୍‌ରେ ପହଞ୍ଚିଲେ ଶାହିନ ଆଫ୍ରିଦି

author img

By

Published : Dec 1, 2021, 11:00 PM IST

ଦୁବାଇ: ICC ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ରାଙ୍କିଂ । ସଦ୍ୟ ଜାରି ହୋଇଥିବା ଟେଷ୍ଟ ରାଙ୍କିଂରେ ଟେଷ୍ଟରେ ଡେବ୍ୟୁ କରିଥିବା ଶ୍ରେୟସ ଆୟର ୭୪ତମ ସ୍ଥାନରେ ରହିଛନ୍ତି । ସେହିଭଳି ଭାରତୀୟ ଟେଷ୍ଟ ଓପନର ଶୁଭମନ ଗିଲ୍‌ ୬ଟି ସ୍ଥାନ ଉପରକୁ ଉଠି ୬୬ତମ ସ୍ଥାନରେ ରହିଛନ୍ତି । ଏହି କ୍ରମରେ ଋଦ୍ଧିମାନ ଶାହା ୯୯ତମ ସ୍ଥାନରେ ପହଞ୍ଚିଛନ୍ତି ।

ସେପଟେ ଅଲରାଉଣ୍ଡର ତାଲିକାରେ ରବିନ୍ଦ୍ର ଜାଡେଜା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟ ସେ ବୋଲର ତାଲିକାରେ ୧୯ତମ ସ୍ଥାନରେ ରହିଛନ୍ତି । ରବିନ୍ଦ୍ର ଜାଡେଜାଙ୍କ ପଛକୁ ରବିଚନ୍ଦ୍ରନ ଅଶ୍ବିନ ଅଲରାଉଣ୍ଡର ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ସେ ବୋଲରମାନଙ୍କ ତାଲିକାରେ ୭୯ତମ ସ୍ଥାନରେ ରହିଛନ୍ତି ।

ସେପଟେ ନ୍ୟୁଜିଲାଣ୍ଡର ବ୍ୟାଟର ଟମ୍‌ ଲାଥାମ ୧୪ତମ ସ୍ଥାନରୁ ଉପରକୁ ଉଠି ନବମ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ଫାଷ୍ଟ ବୋଲର କାଇଲ ଜେମିସନ ବୋଲର ତାଲିକାରେ ନବମ ସ୍ଥାନରେ ରହିଛନ୍ତି । ଏ କ୍ଷେତ୍ରରେ ପାକିସ୍ତାନ ଯୁବ ଆକ୍ରାମକ ଫାଷ୍ଟ ବୋଲର ଶାହିନ ଆଫ୍ରିଦି କ୍ୟାରିଅରର ସର୍ବଶ୍ରେଷ୍ଠ ରାଙ୍କିଂରେ ପହଞ୍ଚିଛନ୍ତି । ସେ ଟପ୍‌ ୫ଜଣ ଟେଷ୍ଟ ବୋଲରଙ୍କ ମଧ୍ୟରେ ସାମିଲ ରହିଛନ୍ତି ।

ଶାହିନ ଆଫ୍ରିଦି ବାଂଲାଦେଶ ବିପକ୍ଷରେ ଦମଦାର ବୋଲିଂ କରିଛନ୍ତି । ସେ ଗତ ମ୍ୟାଚ୍‌ରେ ୧୫ ଓଭର ବୋଲିଂ କରି ୫ଟି ୱିକେଟ ନେଇଥିଲେ । ଶାହିନଙ୍କ ବୋଲିଂ ବଳରେ ଧରାଶାୟୀ ହୋଇ ପଡ଼ିଥିଲା ବାଂଲାଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.