ETV Bharat / sports

ବାଂଲାଦେଶ ବ୍ୟାଟ୍‌ର Afifଙ୍କୁ କ୍ଷମା ମାଗିଲେ ପାକିସ୍ତାନୀ ବୋଲର

author img

By

Published : Nov 21, 2021, 7:47 PM IST

ଉଗ୍ର ବ୍ୟବହାର ପାଇଁ ବାଂଲାଦେଶ ବ୍ୟାଟ୍‌ର ଅଫିଫ ହୋସେନଙ୍କୁ କ୍ଷମା ମାଗିଲେ ପାକିସ୍ତାନ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦୀ । ଅଧିକ ପଢନ୍ତୁ

Shaheen Afridi fined 15 percent of match fees for directing  throw at Afif Hossain
ବାଂଲାଦେଶ ବ୍ୟାଟ୍‌ର ଅଫିଫଙ୍କୁ କ୍ଷମା ମାଗିଲେ ପାକିସ୍ତାନୀ ବୋଲର

ଢାକା: ଉଗ୍ର ବ୍ୟବହାର ପାଇଁ ବାଂଲାଦେଶ ବ୍ୟାଟ୍‌ର ଅଫିଫ ହୋସେନଙ୍କୁ କ୍ଷମା ମାଗିଲେ ପାକିସ୍ତାନ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦୀ । ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଢାକାରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ସାହିନ ଏକ ସିଧା ଥ୍ରୋ ଅଫିଫଙ୍କୁ ଲକ୍ଷ୍ୟ କରି ମାରିଥିଲେ । ଏହାପରେ ଅଫିଫ ତଳେ ପଡିଯାଇଥିଲେ ।

ଏହି ଘଟଣାରେ ପାକିସ୍ତାନୀ ବୋଲର ICC ଆଚରଣ ସଂହିତାର ଉଂଲ୍ଲଘନ କରିଥିବା ସ୍ପଷ୍ଟ ହୋଇଛି । ଫଳରେ ତାଙ୍କୁ ମ୍ୟାଚ୍‌ ପାଉଣାର ୧୫ ପ୍ରତିଶତ ଜୋରିମାନା କରାଯାଇଛି ।

ବାଂଲାଦେଶ ବ୍ୟାଟର ଅଫିଫ, ସାହିନଙ୍କ ବଲ୍‌ରେ ଏକ ଜବରଦସ୍ତ ଛକା ଲଗାଇଥିଲେ । ଏଥିରେ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ପାକିସ୍ତାନୀ ବୋଲର । ଏହାର ଠିକ୍‌ ପର ବଲ୍‌ରେ କ୍ରିଜ୍‌ରେ ଥିବା ସତ୍ତ୍ବେ ଅଫିଫଙ୍କୁ ଲକ୍ଷ୍ୟ କରି ଉଦ୍ଦେଶ୍ୟମୂଳକ ଭାବେ ଥ୍ରୋ କରିଥିଲେ ଓ ଆହତ କରିଥିଲେ ସାହିନ । ବଲ୍‌ ଜୋର୍‌ରେ ଲାଗିବା ଦ୍ବାରା ଆହତ ହୋଇଥିଲେ ବାଂଲାଦେଶ ବ୍ୟାଟ୍‌ର ଓ ତଳେ ପଡିଯାଇଥିଲେ । ଡକ୍ଟର ତୁରନ୍ତ ପଡିଆରେ ପହଞ୍ଚିଥିଲେ ଓ ବିଶେଷ କିଛି ଆହତ ହୋଇନଥିବା ସ୍ପଷ୍ଟ କରିଥିଲେ ।

ପାକିସ୍ତାନ କ୍ରିକେଟ ବୋର୍ଡ ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଅଫିଫଙ୍କ ପାଖକୁ ଯାଇ ସାହିନ କ୍ଷମା ପ୍ରାର୍ଥନା କରୁଥିବା ନଜର ଆସିଛନ୍ତି । ଏହା ICC ଆଚରଣ ସଂହିତା(ICC code of cunduct)ର ଲେଭଲ ୧ର ଉଂଲଘନ । ଏହା ୨୪ ମାସ ସମୟ ମଧ୍ୟରେ ପ୍ରଥମ ଅପରାଧ ହୋଇଥିବାରୁ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ୍‌ ପଏଣ୍ଟ ଯୋଡିହୋଇଛି । ଏହି ଅପରାଧ ଓ ମ୍ୟାଚ୍‌ ରେଫ୍ରୀଙ୍କ ଜୋରିମାନା ଦଣ୍ଡକୁ ଗ୍ରହଣ କରିଛନ୍ତି ସାହିନ ଆଫ୍ରିଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.