ETV Bharat / sports

Ind vs Zim Series : ୱାସିଂଟନ ସୁନ୍ଦର ବାଦ ପଡିଲେ, ସ୍ଥାନ ପାଇଲେ ଶହବାଜ

author img

By

Published : Aug 16, 2022, 7:18 PM IST

ଭାରତ-ଜିମ୍ବାୱେ ସିରିଜରୁ ବାଦପଡିଲେ ୱାସିଂଟନ ସୁନ୍ଦର । ତାଙ୍କ ବଦଳରେ ସ୍ଥାନ ପାଇଛନ୍ତି ଶହବାଜ ଅହମ୍ମଦ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Ind vs Zim Series  :  ୱାସିଂଟନ ସୁନ୍ଦର ବାଦ ପଡିଲେ, ସ୍ଥାନ ପାଇଲେ ଶାହାବାଜ ଅହମ୍ମଦ

ହାଇଦ୍ରାବାଦ: ଭାରତ ଆସନ୍ତା ୧୮ ତାରିଖରୁ ଜିମ୍ବାୱେ (Zimbabwe) ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି । ତେବେ ଏହି ଦିନିକିଆ ସିରିଜରୁ ବାଦ ପଡିଛନ୍ତି ଅଲରାଉଣ୍ଡର ୱାସିଂଟନ ସୁନ୍ଦର(Washington Sundar) । ତାଙ୍କ ବଦଳରେ ସ୍ଥାନ ପାଇଛନ୍ତି ଶହବାଜ ଅହମ୍ମଦ (Shahbaz Ahmed ) । ୱାସିଂଟନ ସୁନ୍ଦରଙ୍କ କାନ୍ଧରେ ଆଘାତ ଲାଗିବାରୁ ସେ ଜିମ୍ବାୱେ ସିରିଜରୁ ବାଦ ପଡିଛନ୍ତି । ଏନେଇ ବିସିସିଆଇ (Board of Control for Cricket in India) ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ଗୁରୁଠାରୁ ଭାରତ ଜିମ୍ବାୱେ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ଏକ ସିରିଜ ଖେଳିବାକୁ ଯାଉଛି । ଏହି ସିରିଜରେ ଭାରତୀୟ ଯୁବ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ଭାରତୀୟ ସ୍କ୍ବାଡରେ ସ୍ଥାନ ଦିଆଯାଇଥିଲା । ହେଲେ ହଠାତ ତାଙ୍କ କାନ୍ଧରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ସିରିଜରୁ ବାଦ ପଡିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏନେଇ ୱାସିଂଟନ ସୁନ୍ଦରଙ୍କ ବଦଳରେ ଅଲରାଉଣ୍ଡର ଶହବାଜ ଅହମ୍ମଦଙ୍କୁ ଜିମ୍ବାୱେ ସିରିଜ ବିପକ୍ଷ ଭାରତୀୟ ସ୍କ୍ବାଡରେ ସ୍ଥାନ ଦେଇଛି ।

ଏହି ସିରିଜ ପାଇଁ ପ୍ରଥମେ ଶିଖର ଧାୱନଙ୍କୁ ଅଧିନାୟକ ଘୋଷଣା କରାଯାଇଥିଲା । ହେଲେ ଲୋକେଶ ରାହୁଲ ପୁରାପୁରି ଫିଟ ହେବା ସହିତ ଦଳକୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ଶିଖର ଧାୱନଙ୍କ ପରିବର୍ତ୍ତେ ଅଧିନାୟକ ପଦ ଦିଆଯାଇଛି । ଏହି ସିରିଜରେ ଲୋକେଶ ରାହୁଲ ଅଧିନାୟକ ଏବଂ ଶିଖର ଧାୱନଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ଏହି ସିରିଜରୁ ରୋହିତ ଶର୍ମା, ଋଷଭ ପନ୍ତ, ବିରାଟ କୋହଲି, ଜଶପ୍ରିତ ବୁମରା ଆଦି କ୍ରିକେଟର ବାଦ ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.