ETV Bharat / sports

ICC ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ୍ ଟିମରେ 3 ଭାରତୀୟ - ICC ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟିମ

ICC ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟିମ ୩ ଭାରତୀୟ କ୍ରିକେଟରଙ୍କୁ ICC ସାମିଲ କରିଛି । ଅଧିକ ପଢନ୍ତୁ

ସେଫାଳି, ଶ୍ବେତା, ପାର୍ଶ୍ବଭି
ସେଫାଳି, ଶ୍ବେତା, ପାର୍ଶ୍ବଭି
author img

By

Published : Jan 30, 2023, 8:56 PM IST

ହାଇଦ୍ରାବାଦ: ICC ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟିମ ଘୋଷଣା କରିଛି । ଏହି ଟିମରେ ୩ ଭାରତୀୟ କ୍ରିକେଟରଙ୍କୁ ICC ସାମିଲ କରିଛି । ଅଧିନାୟିକା ସେଫାଳି ବର୍ମା, ଶ୍ବେତା ଶେରାୱତ ଏବଂ ସ୍ପିନର ପାର୍ଶ୍ବଭି ଚୋପ୍ରାଙ୍କୁ ଏହି ଟିମରେ ସାମିଲ କରିଛି ICC । ଅଧିନାୟିକା ସେଫାଳି ବର୍ମା ପୁରା ଟୁର୍ଣ୍ଣାମେଣ୍ଟରେ ନିଜର ଦବଦବା ଜାହିର ରଖିଥିଲେ । ୟୁଏଇ ବିପକ୍ଷରେ ସେଫାଳି ୩୪ ବଲରୁ ୭୮ ରନର ଧୂଆଁଧାର ପାଳି ଖେଳିଥିଲେ । ଯେଉଁଥିରେ ୧୨ ଟି ଚୌକା ଏବଂ ଚାରୋଟି ଛକା ସାମିଲ ରହିଥିଲା । ସେ ଟୁର୍ଣ୍ଣାମେଣ୍ଟରେ ୧୭୨ ରନ ସଂଗ୍ରହ କରିବା ସହିତ ସର୍ବାଧିକ ରନ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲେ । ସେଫାଳି ବର୍ମା କେବଳ ବ୍ୟାଟିଂ ନୁହେଁ ବୋଲଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ସେ ୭ ଟି ମ୍ୟାଚରୁ ୫.୦୪ ଇକୋନମୀ ରେଟ ସହିତ ୪ ଟି ୱିକେଟ ନେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ ପ୍ରଥମ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ବିଜେତା ବନିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଷ୍ଟାର ଖେଳାଳି ରହିଛନ୍ତି ଭାରତୀୟ ଅଣ୍ଡର ୧୯ ଟି୨୦ ବିଶ୍ବକପ ସ୍କ୍ବାଡର ଉପଅଧିନାୟିକା ଶ୍ବେତା ଶେରାୱତ । ଶ୍ବେତା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯୨ ରନର ଜବରଦସ୍ତ ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି UAE ବିପକ୍ଷରେ ୭୪ ରନର ଅପରାଜିତ ଇନିଂସ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୬୧ ରନର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତାଙ୍କର ଏଭଳି ଦମଦାର ଇନିଂସ ପରେ ସେ ଅଣ୍ଡର ୧୯ ଟି୨୦ ବିଶ୍ବକପ ୨୦୨୩ ସଂସ୍କରଣରେ ସର୍ବାଧିକ ରନ ସଂଗ୍ରହକାରୀ କ୍ରିକେଟର ହୋଇପାରିଛନ୍ତି । ସେ ୧୩୯.୪୩ ଷ୍ଟ୍ରାଇକ ରେଟ ସହିତ ୨୯୭ ରନ ସଂଗ୍ରହ କରିଛନ୍ତି ।

ସେହିପରି ସ୍ପିନର ପାର୍ଶ୍ବଭି ଚୋପ୍ରା ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଧୀମା ଆରମ୍ଭ କରିଥିଲେ । ଟିମ ଇଣ୍ଡିଆର ପ୍ରଥମ ତିନୋଟି ମ୍ୟାଚ ଖେଳି ୨ ଟି ୱିକେଟ ନେଇଥିଲେ । ଟୁର୍ଣ୍ଣାମେଣ୍ଟର ଅନ୍ତିମ ପର୍ଯ୍ୟାୟ ମ୍ୟାଚରେ ସେ ଜବରଦସ୍ତ କମବ୍ୟାକ କରିଥିଲେ । ସେ ୬ ଟି ମ୍ୟାଚରୁ ୧୧ ୱିକେଟ ନେଇ ସର୍ବାଧିକ ୱିକେଟ ହାସଲ କରିଥିବା ତାଲିକାରେ ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅନ୍ତିମ ସୁପର ସିକ୍ସ ମ୍ୟାଚରେ ପାର୍ଶ୍ବଭି ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବେଶ୍ ଘାତକ ସାବ୍ୟସ୍ତ ହୋଇଥିଲେ । ସେ ୫ ରନ ବ୍ୟୟରେ ୪ ଟି ୱିକେଟ ନେଇଥିଲେ । ଏହା ପରେ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୨୦ ରନ ବ୍ୟୟରେ ୩ ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧୩ ରନ ବ୍ୟୟରେ ୨ ଟି ୱିକେଟ ନେଇଥିଲେ ।

ICCର ଏହି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟିମରେ ଇଂଲଣ୍ଡର ଅଧିନାୟିକା ଗ୍ରେସ ସ୍କ୍ରିୱେନ୍ସଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି । ଯିଏ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ହାତେଇଥିଲେ । ସେହିପରି ଇଂଲଣ୍ଡର ସ୍ପିନର ହନ୍ନା ବେକର ଏବଂ ସ୍ପିନର ଏଲି ଅଣ୍ଡରସନଙ୍କ ନାମ ମଧ୍ୟ ଏଥିରେ ସମିଲ ଅଛି । ଏହି ଟିମରେ ଅନ୍ୟ ଖେଳାଳି ତଥା ନ୍ୟୁଜିଲାଣ୍ଡର ବ୍ୟାଟର ଜର୍ଜିୟା ପ୍ଲିମର, ଶ୍ରୀଳଙ୍କାର ଅଲରାଉଣ୍ଡର ଦେବମୀ ବିହଙ୍ଗା, ବାଂଲାଦେଶର ଶୋରନା ଏକ୍ଟର, ଦକ୍ଷିଣ ଆଫ୍ରିକାର କରାବୋ ମେସୋ, ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମୈଗି କ୍ଲାର୍କ ଏବଂ ପାକିସ୍ତାନର ଏନୋଶା ନାସିର ICCର ଏହି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟିମରେ ସାମିଲ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.