ETV Bharat / sports

‘କୋହଲିଙ୍କୁ ଦିନିକିଆ ଓ ଟେଷ୍ଟ ଅଧିନାୟକ ପଦ ଛାଡିବା ଉଚିତ୍ ନୁହେଁ’

author img

By

Published : Nov 9, 2021, 12:38 PM IST

ଦିନିକିଆ କିମ୍ବା ଟେଷ୍ଟରୁ ବିରାଟଙ୍କୁ ଅବସର ନେବା ଉଚିତ୍ ନୁହେଁ ବୋଲି ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ରଖିଲେ ବୀରେନ୍ଦ୍ର ସେହ୍ବାଗ । ଅଧିକ ପଢନ୍ତୁ...

କୋହଲିଙ୍କୁ ଦିନିକିଆ ଓ ଟେଷ୍ଟ ଅଧିନାୟକ ପଦ ଛାଡିବା ଉଚିତ୍ ନୁହେଁ: ସେୱାଗ

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ମ୍ୟାଚ ପ୍ରାରବ୍ଧରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଘରକୁ ଫେରିବାକୁ ପଡିଛି । ଏପରି ପ୍ରଦର୍ଶନ ପାଇଁ କେହି କେହି ବିରାଟ କୋହଲିଙ୍କ ଅଧିନାୟକତ୍ବକୁ ଦାୟୀ କରୁ ଥିବାବେଳେ ଆଉକେହି ଆଇପିଏଲକୁ ଦାୟୀ କରୁଛନ୍ତି । କିନ୍ତୁ ବିଶ୍ବକପ ପୂର୍ବରୁ ଟି-୨୦ରେ ଅଧିନାୟକ ରହିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି ବିରାଟ କୋହଲି ।

ଗତକାଲି(ସୋମବାର) ନାମିବିୟା ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ ସତ୍ତ୍ବେ ଭାରତ ବିଶ୍ବକପରୁ ବାଦ୍ ପଡିଥିବାରୁ ଦିନିକିଆ ଏବଂ ଟେଷ୍ଟରୁ ମଧ୍ୟ ବିରାଟଙ୍କୁ ଅବସର ଘୋଷଣା ପାଇଁ ଚର୍ଚ୍ଚା ହେଉଛି । ତେବେ ବିରାଟ ଅନ୍ୟ ଫର୍ମାଟରୁ ଅବସର ନେବାକୁ ନେଇ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗଙ୍କୁ ପ୍ରଶ୍ନ କରିଛନ୍ତି ଜଣେ ଫ୍ୟାନ୍ସ । ଏହାର ଉତ୍ତରରେ ସେ କହିଛନ୍ତି ଯେ, ବିରାଟଙ୍କୁ ଦିନିକିଆ କିମ୍ବା ଟେଷ୍ଟରୁ ଅବସର ନେବା ଉଚିତ୍ ନୁହେଁ ।

ସେହୱାଗ କହିଛନ୍ତି, 'ଟି-ଟ୍ୱେଣ୍ଟିର ଅଧିନାୟକ ପଦ ଛାଡ଼ିବା ବିରାଟଙ୍କ ନିଷ୍ପତ୍ତି ଥିଲା । କିନ୍ତୁ ମୁଁ ଭାବୁ ନାହିଁ ସେ ଟିମ୍ ଇଣ୍ଡିଆର ଅନ୍ୟ ଦୁଇଟି ଫର୍ମାଟ୍‌ର ଅଧିନାୟକ ପଦ ଛାଡ଼ିବା ଉଚିତ୍ ହେବ ବୋଲି । ଯଦି ସେ ଜଣେ ଖେଳାଳି ଭାବେ ଖେଳିବାକୁ ଚାହିଁବେ, ତା’ହେଲେ ତାହା ତାଙ୍କ ନିଷ୍ପତ୍ତି । ମୁଁ ଭାବେ ତାଙ୍କ ନେତୃତ୍ୱରେ ଭାରତ ଭଲ ଖେଳୁଛି ଓ ଅଧିନାୟକ ଭାବେ ତାଙ୍କର ରେକର୍ଡ ବହୁତ ଭଲ ।'

ସେ ଆହୁରି ମଧ୍ୟ କହିଛନ୍ତି, ବିରାଟ କୋହଲି ଜଣେ ଭଲ ଖେଳାଳି ସହ ଜଣେ ଭଲ ଅଧିନାୟକ ମଧ୍ୟ । ୨୦୧୩ ପରଠୁ ଭାରତ ଆଇସିସିର କୌଣସି ଟ୍ରଫି ଜିତି ନଥିବାରୁ ଏବେ ଏହା ତାଙ୍କ ଉପରେ ନିର୍ଭର କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.