ETV Bharat / sports

Ranji Trophy 2023: ଫାଇନାଲରେ ବେଙ୍ଗଲକୁ ଉନାଦକଟଙ୍କ ଚକ୍‌ମା, ଟ୍ରଫି ହାତେଇଲା ସୌରାଷ୍ଟ୍ର

author img

By

Published : Feb 19, 2023, 8:53 PM IST

ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲକୁ ହରାଇ ଟ୍ରଫି ହାତେଇଲା ସୌରାଷ୍ଟ୍ର । ଦ୍ବିତୀୟ ପାଳିରେ ବେଙ୍ଗଲକୁ ୯ ୱିକେଟରେ ହରାଇ ଚାମ୍ପିୟନ ହୋଇଛି ସୌରାଷ୍ଟ୍ର । ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକଟ ପ୍ଲେୟାର ଅଫ ଦ ମ୍ୟାଚ୍‌ ଓ ଅର୍ପିତ ବାସବଡ଼ା ପ୍ଲେୟାର ଅଫ ଦ ସିରିଜ ବିବେଚିତ । ଅଧିକ ପଢ଼ନ୍ତୁ

Ranji Trophy Final
ରଣଜୀ ଟ୍ରଫି ଫାଇନାଲ

କୋଲକାତା: ରଣଜୀରେ ପୁଣି ୨୦୧୯-୨୦ର ପୁନରାବୃତ୍ତି । ବେଙ୍ଗଲକୁ ହରାଇ ଫାଇନାଲ ହାତେଇଲା ସୌରାଷ୍ଟ୍ର । କୋଲକାତା ଇଡେନ ଗାର୍ଡେନରେ ଖେଳାଯାଇଥିବା ଚଳିତ ୨୦୨୨-୨୩ର ରଣଜୀ ଫାଇନାଲ ମୁକାବିଲାର ଦ୍ବିତୀୟ ପାଳିରେ ବେଙ୍ଗଲକୁ ୯ ୱିକେଟରେ ହରାଇ ଚମ୍ପିଆନ ହୋଇଛି ସୌରାଷ୍ଟ୍ର । ପୂର୍ବରୁ ୨୦୧-୨୦ ରଣଜୀରେ ମଧ୍ୟ ଫାଇନାଲ ମୁକାବିଲା ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ବେଳେ ଏଥିରେ ବେଙ୍ଗଲକୁ ହରାଇ ଟ୍ରଫି ହାତେଇଥିଲା ସୌରାଷ୍ଟ୍ର ।

ବଙ୍ଗୀୟ ଦଳ ଏହି ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ପ୍ରଥମ ପାଳିରେ ୧୭୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ସୌରାଷ୍ଟ୍ର ୪୦୪ ରନ ସ୍କୋର କରି ପଶ୍ଚିମ ବଙ୍ଗ ଠାରୁ ବହୁ ଆଗକୁ ଚାଲିଯାଇଥିଲା । ଏହାପରେ ଦ୍ବିତୀୟ ପାଳିରେ ବେଙ୍ଗଲ କେବଳ ୨୪୧ ରନରେ ସମସ୍ତ ୱିକେଟ ହରାଇଥିଲା । ଫଳରେ ସୌରାଷ୍ଟ୍ରକୁ ମାତ୍ର ୧୨ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଏହାକୁ କେବଳ ଗୋଟିଏ ୱିକେଟ ହରାଇ ଜିତି ନେଇଛି ସୌରାଷ୍ଟ୍ର ।

ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଜୟଦେବ ଉନାଦକଟ ଅଧିନାୟକ ଭୂମିକାକୁ ଭଲ ଭାବେ ପ୍ରଦର୍ଶନ କରିଥିଲେ । ପ୍ରଥମ ପାଳିରେ ବେଙ୍ଗଲର ୩ ୱିକେଟ ହାସଲ କରିଥିବା ଉନାଦକଟ ଦ୍ବିତୀୟ ପାଳିରେ ଏକାକି ୬ ୱିକେଟ ହାସଲ କରିଥିଲେ । ଏଭଳି ପୁରା ମ୍ୟାଚ୍‌ରେ ସେ ସମୁଦାୟ ୯ ୱିକେଟ ହାସଲ କରି ନିଜ ଦଳକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି । ବେଙ୍ଗଲ ପକ୍ଷରୁ ପ୍ରଥମ ପାଳିରେ ସର୍ବାଧିକ ଅଲରାଉଣ୍ଡର ଶାହବାଜ ଅହମ୍ମଦ ୬୯ ରନ ସଂଗ୍ରହ କରିଥିଲେ । ସେହିଭଳି ୱିକେଟ ରକ୍ଷକ ବ୍ୟାଟର ଅଭିଷେକ ପୋରେଲ ମଧ୍ୟ ୯୮ ବଲରୁ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

ସେହିଭଳି ଦ୍ବିତୀୟ ପାଳିରେ ଅନୁସ୍ତୁପ ମଜୁମଦାର ୬୧ ଓ ମନୋଜ ତିୱାରୀ ୬୮ ରନର ସର୍ବାଧିକ ପାଳି ଖେଳିଥିଲେ । ଶାହବାଜ ଅହମ୍ମଦ କେବଳ ୨୭ ରନରେ ରନ ଆଉଟ ହୋଇଯାଇଥିଲେ । ସୌରାଷ୍ଟ୍ର ପକ୍ଷରୁ ପ୍ରଥମ ପାଳିରେ ଅର୍ପିତ ବାସାବଡ଼ା ସର୍ବାଧିକ ୮୧ ରନ ସଂଗ୍ରହ କରିଥିଲେ । ଅର୍ପିତଙ୍କ ବ୍ୟତୀତ ଚିରାଗ ଜାନୀ (୬୦), ସେଲ୍ଡନ ଜାକ୍ସନ (୫୯) ଓ ହାର୍ବିକ ଦେଶାଇ (୫୦) ମଧ୍ୟ ଦଳ ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ତେବେ ଫାଇନାଲ ମ୍ୟାଚ୍‌ରେ ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକଟ ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିବାବେଳେ ଅର୍ପିତ ବାସବଡ଼ା ପ୍ଲେୟାର ଅଫ ଦ ସିରିଜ ଘୋଷିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.