ETV Bharat / sports

IND vs NZ T20 Series: ଟିମ ଇଣ୍ଡିଆକୁ ଝଟକା, ଆହତ କାରଣରୁ ବାଦ ପଡିଲେ ଗାଏକ୍ୱାଡ - ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ବାଦ ପଡିଲେ ଷ୍ଟାର ଓପନର ଋତୁରାଜ ଗାଏକ୍ବାଡ । ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଗାଏକ୍ବାଡଙ୍କ ବଦଳ ଖେଳାଳି ନାମ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ BCCI । ଅଧିକ ପଢନ୍ତୁ

ଋତୁରାଜ ଗାଏକ୍ବାଡ
ଋତୁରାଜ ଗାଏକ୍ବାଡ
author img

By

Published : Jan 26, 2023, 9:16 PM IST

ହାଇଦ୍ରାବାଦ : ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା । ଆହତ କାରଣରୁ ଏହି ସିରିଜରୁ ବାଦ ପଡିଛନ୍ତି ଷ୍ଟାର ଓପନର ଋତୁରାଜ ଗାଏକ୍ବାଡ । ସିରିଜରୁ ବାଦ ପଡିବା ପରେ ଏବେ ସେ ଜାତୀୟ କ୍ରିକେଟ ଏକାଡେମୀ ହେପାଜାତରେ ଅଛନ୍ତି । କ୍ରିକବଜ ରିପୋର୍ଟ ଅନୁସାରେ ଋତୁରାଜ ଗାଏକ୍ବାଡଙ୍କୁ ରଣଜୀ ଟ୍ରଫି ମ୍ୟାଚରେ ଆଘାତ ଲାଗିଥିଲା । ତେବେ ଆହାତ ସମସ୍ୟା ଦେଇ ଗତି କରିବା ପରେ ଗାଏକ୍ବାଡ NCAରେ ଚିକିତ୍ସିତ ହେଉଛନ୍ତି । ତେବେ ଋତୁରାଜ ଗାଏକ୍ବାଡଙ୍କ ଆହାତ ସମସ୍ୟା ନେଇ BCCI ତାଙ୍କ ଉପରେ ଖପ୍ପା ରହିଛି । କାରଣ ସେ ଦ୍ବିତୀୟ ଥର ପାଇଁ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ମଧ୍ୟ ଗାଏକ୍ବାଡ ରିଷ୍ଟ ସମସ୍ୟା ପାଇଁ ଦଳରୁ ବାଦ ପଡିଥିଲେ । ଏହା ପରେ ସେ କୋଭିଡ ସଂକ୍ରମିତ ହୋଇଥିଲେ । ଯେଉଁ କାରଣରୁ ତାଙ୍କୁ ଗତ ବର୍ଷ ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରୁ ମଧ୍ୟ ବାହାର ହେବାକୁ ପଡିଥିଲା । ଋତୁରାଜ ଗାଏକ୍ବାଡ ଲଗାତାର ଘରୋଇ ଟୁର୍ଣ୍ଣାମେଣ୍ଟରେ ଆଖିଦୃଶିଆ ପ୍ରଦର୍ଶନ କରି ଆସୁଛନ୍ତି । ହେଲେ ଆହତ ସମସ୍ୟା କାରଣରୁ ଗାଏକ୍ବାଡ ଟିମ ଇଣ୍ଡିଆରେ ପ୍ରତିନିଧିତ୍ବ କରିବାରେ ବିଫଳ ରହୁଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଗାଏକ୍ବାଡଙ୍କ ବଦଳ ଖେଳାଳି ନାମ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ BCCI ।

ଆସନ୍ତାକାଲିଠାରୁ (ଶୁକ୍ରବାର) ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏବେ ଟି୨୦ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଏହି ଟି୨୦ ସିରିଜର କମାଣ ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି । ଭାରତ ପାଣ୍ଡ୍ୟାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ।ପ୍ରଥମ ଟି୨୦ ମ୍ୟାଚ ଜାନୁଆରୀ ୨୭ ତାରିଖରେ ରାଞ୍ଚିର JSCA ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ଟି୨୦ ମ୍ୟାଚ ଜାନୁଆରୀ ୨୯ ତାରିଖରେ ଲକ୍ଷ୍ନୌରେ ଖେଳାଯିବ । ତୃତୀୟ ଟି୨୦ ମ୍ୟାଚ ଫେବୃଆରୀ 1 ତାରିଖରେ ଅହମ୍ମଦାବାଦରେ ଖେଳାଯିବ । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରଜର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ରହିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବକୁ ଏହି ସିରିଜରେ ଉପଅଧିନାୟକ ଦାୟିତ୍ବ ମିଳିଛି ।

ସେପଟେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ କ୍ଲିନ ସ୍ବିପ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ତେବେ ଭାରତ ସିିରିଜ କ୍ଲିନ ସ୍ବିପ କରିବା ପରେ ICC ଦିନିିକିଆ ମନ୍ୟତାରେ ୧ ନମ୍ବର ମାନ୍ୟତା ହାସଲ କରିଛି । ତେବେ ଦିନିକିଆରେ ଖେଳିଥିବା ସିନିୟର କ୍ରିକେଟରଙ୍କୁ ଟି୨୦ ସିରିଜରେ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିିରିଜ ପରେ ବିଶ୍ରାମ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.