ETV Bharat / sports

100th Test: ବିରଳ ଉପଲବ୍ଧି ଅପେକ୍ଷାରେ ବିରାଟ କୋହଲି

ମାର୍ଚ୍ଚ ୪, ୨୦୨୨ରେ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ଦ୍ବାଦଶ ଭାରତୀୟ ଭାବେ ୧୦୦ତମ ଟେଷ୍ଟ ଖେଳିବାର ସୌଭାଗ୍ୟ ଅର୍ଜନ କରିବେ । ଅଧିକ ପଢନ୍ତୁ

author img

By

Published : Mar 3, 2022, 9:58 PM IST

Rohit's Team India ready to dish out stellar show in King Kohli's 100th Test
100th Test: ବିରଳ ଉପଲବ୍ଧି ଅପେକ୍ଷାରେ ବିରାଟ କୋହଲି

ନୂଆଦିଲ୍ଲୀ: ମାର୍ଚ୍ଚ ୪, ୨୦୨୨ରେ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ଦ୍ବାଦଶ ଭାରତୀୟ ଭାବେ ୧୦୦ତମ ଟେଷ୍ଟ ଖେଳିବାର ସୌଭାଗ୍ୟ ଅର୍ଜନ କରିବେ । ଆଇଏସ ବିନ୍ଦ୍ରା PCA ଷ୍ଟାଡିୟମ ମୋହାଲିରେ ଖେଳାଯିବାକୁ ଥିବା ଭାରତ-ଶ୍ରୀଲଙ୍କା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋହଲିଙ୍କ ୧୦୦ତମ ଟେଷ୍ଟ ହେବ ।

ମୋଟ ଭାବେ ଟେଷ୍ଟ କ୍ରିକେଟ ଇତିହାସରେ ୭୧ତମ ଖେଳଳି ଭାବେ ବିରାଟ କୋହଲି ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାକୁ ଯାଉଛନ୍ତି ।

ଜୁନ ୨୦୧୦ରେ ବାର ବର୍ଷ ତଳେ ହରାରେରେ ଜିମ୍ବାୱେ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ବିରାଟ କୋହଲି ନିଜକୁ ବିଶ୍ବରେ କେବଳ ଜଣେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ପ୍ରମାଣିତ କରିନାହାଁନ୍ତି, ବରଂ ଅନ୍ୟତମ ଶ୍ରେଷ୍ଠ ଅଧିନାୟକ କରିଛନ୍ତି ।

ଏଯାବତ ଖେଳିଥିବା ୯୯ଟି ଟେଷ୍ଟରୁ କୋହଲି, ୫୦.୩୯ ଆଭରେଜରେ ୭୯୬୨ ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥିରେ ୨୭ଟି ଶତକ ଓ ୨୮ଟି ଅର୍ଦ୍ଧଶତକ ସାମିଲ ରହିଛି । ବିରାଟଙ୍କ ନେତୃତ୍ବରେ ଭାରତୀୟ ଟିମ ୬୮ଟି ମ୍ୟାଚ୍‌ ଖେଳିଥିବାବେଳେ ୪୦ଟିରେ ବିଜୟୀ ହୋଇଛି । ଫଳରେ ଏହି ବିଜୟ ପ୍ରତିଶତ ରେକର୍ଡ ଦ୍ବାରା ସେ ଭାରତର ସଫଳତମ ଟେଷ୍ଟ କ୍ୟାପେଟନ ହୋଇଛନ୍ତି । ଏହି ବିରଳ ଉପଲବ୍ଧି ପାଇଁ ବିରାଟ କୋହଲିଙ୍କୁ କୋଚ୍‌ ରାହୁଲ ଦ୍ରାବିଡ, ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଭେଟେରାନ ଭିଭିଏସ ଲକ୍ଷ୍ମଣ ଓ ମହାନ ଭାରତୀୟ କ୍ରିକେଟର ଦିଲ୍ଲୀପ ଭେଙ୍ଗସରକାରଙ୍କ ସମେତ ଅନେକ କ୍ରିକେଟର, ପୂର୍ବତନ କ୍ରିକେଟର ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.