ETV Bharat / sports

Test Captaincy: ବିରାଟଙ୍କ ଇସ୍ତଫା ଘୋଷଣାରେ ରୋହିତ ଆଚମ୍ବିତ - ବିରାଟ କୋହଲି ଟେଷ୍ଟ କ୍ୟାପଟେନ

ବିରାଟ କୋହଲି ଶନିବାର ଟେଷ୍ଟ ଟିମର କ୍ୟାପଟେନ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ବିରାଟଙ୍କ ଏହି ନିଷ୍ପତ୍ତିରେ ଭାରତୀୟ ସୀମିତ ଓଭର କ୍ରିକେଟ ଟିମର କ୍ୟାପଟେନ ରୋହିତ ଶର୍ମା ଆଚମ୍ବିତ ହୋଇଛନ୍ତି । ଅଧିକ ପଢନ୍ତୁ

ROHIT SHOCKED BY KOHLIS DECISION TO QUIT TEST CAPTAINCY WISHES HIM THE BEST FOR THE FUTURE
Test Captaincy: ବିରାଟଙ୍କ ଇସ୍ତଫା ଘୋଷଣାରେ ରୋହିତ ଆଚମ୍ବିତ
author img

By

Published : Jan 16, 2022, 9:05 PM IST

ନୂଆଦିଲ୍ଲୀ: ବିରାଟ କୋହଲି ଶନିବାର ଟେଷ୍ଟ ଟିମର କ୍ୟାପଟେନ(Test Captaincy) ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ବିରାଟଙ୍କ ଏହି ନିଷ୍ପତ୍ତିରେ ଭାରତୀୟ ସୀମିତ ଓଭର କ୍ରିକେଟ ଟିମର କ୍ୟାପଟେନ ରୋହିତ ଶର୍ମା ଆଚମ୍ବିତ ହୋଇଛନ୍ତି ଓ ଭବିଷ୍ୟତ ପାଇଁ କୋହଲିଙ୍କୁ ଶୁଭକାମନା ଜଣାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧-୨ରେ ସିରିଜ ପରାଜୟର ଦିନକ ପରେ ଅଚାନକ ଭାରତର ଟେଷ୍ଟ କ୍ୟାପଟେନ ପଦ ଛାଡୁଥିବା ଘୋଷଣା କରିଥିଲେ ବିରାଟ ।

୩୩ ବର୍ଷୀୟ ବିରାଟ କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ସଫଳତମ କ୍ୟାପଟେନ ଭାବେ ନିଜର କାର୍ଯ୍ୟକାଳ ଶେଷ କରିଛନ୍ତି । ଏମଏସ ଧୋନିଙ୍କ ଠାରୁ ଦାୟିତ୍ବ ସମ୍ଭାଳିବା ପରେ ୬୮ଟି ଟେଷ୍ଟ ମ୍ୟାଚ୍‌ରେ ସେ ଭାରତର ନେତୃତ୍ବ ନେଇଛନ୍ତି ଓ ୫୮.୮୨ ବିଜୟ ପ୍ରତିଶତ ସହ ୪୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି । ଟେଷ୍ଟ କ୍ୟାପଟେନ ଭାବେ ୨୦୧୫ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ସିରିଜ ଜିତିଥିଲେ ବିରାଟ । ଏହି ବିଜୟ ୨୨ ବର୍ଷ ପରେ ଏଲରାଲ୍ଡ ଦ୍ବୀପରେ ଭାରତର ବିଜୟ ଥିଲା ।

ଏହାମଧ୍ୟ ପଢନ୍ତୁ: ବିରାଟଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, BCCI ସମ୍ମାନ କରେ: ସୌରଭ ଗାଙ୍ଗୁଲି

ରବିବାର ରୋହିତ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, "ମୁଁ ଆଶ୍ଚର୍ଯ୍ୟ, ମାତ୍ର ଭାରତୀୟ କ୍ୟାପଟେନ ଭାବେ ଏକ ସଫଳ କାର୍ଯ୍ୟକାଳ ପାଇଁ ବଧାଇ । ଭବିଷ୍ୟତ ପାଇଁ ଶୁଭକାମନା ।" ବିରାଟଙ୍କ ଇସ୍ତଫା ପରେ ରୋହିତ ଶର୍ମା ଟେଷ୍ଟ କ୍ୟାପଟେନ ଦୌଡରେ ଆଗରେ ରହିଛନ୍ତି । କାରଣ ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ପ୍ରଥମେ ଭାରତୀୟ ଚୟନକର୍ତ୍ତା ଟେଷ୍ଟ ଟିମର ଭାଇସ-କ୍ୟାପଟେନ ନିଯୁକ୍ତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.