ETV Bharat / sports

ଅର୍ଶଦୀପ କ୍ୟାଚ୍‌ ମିସ୍‌ କରିବା ପରେ ଦର୍ଶକ ଦେଖିଲେ ରୋହିତଙ୍କ ଉଗ୍ରରୂପ

ପାକିସ୍ତାନ ବିପକ୍ଷ ଏସିଆ କପ୍‌ର ସୁପର ୪ ମ୍ୟାଚ୍‌ରେ ଯୁବ ବୋଲର ଅର୍ଶଦୀପ ସିଂହ ଏକ ସହଜ କ୍ୟାଚ୍‌ ହାତଛଡା କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ପାକିସ୍ତାନ ପାଇଁ ମ୍ୟାଚ୍‌ ବିଜୟୀ ଇଂନିସ ଖେଳୁଥିବା ବ୍ୟାଟ୍‌ର ଆସିଫ ଅଲ୍ଲୀଙ୍କୁ ଭାରତୀୟ ଟିମ ଦ୍ବିତୀୟ ସୁଯୋଗ ଦେବାପରେ ସେ ମ୍ୟାଚ୍‌ ଛଡାଇ ନେଇଥିଲେ । ଅଧିକ ପଢନ୍ତୁ

author img

By

Published : Sep 5, 2022, 7:31 PM IST

Updated : Sep 5, 2022, 7:49 PM IST

ଆସିଫ ଅଲ୍ଲୀଙ୍କ କ୍ୟାଚ ମିସ ପରେ ରାଗିଗଲେ ଗଲେ ରୋହିତ

ହାଇଦ୍ରାବାଦ: ପାକିସ୍ତାନ ବିପକ୍ଷ ଏସିଆ କପ୍‌ର ସୁପର ୪ ମ୍ୟାଚ୍‌ରେ ଯୁବ ବୋଲର ଅର୍ଶଦୀପ ସିଂହ ଏକ ସହଜ କ୍ୟାଚ୍‌ ହାତଛଡା କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ପାକିସ୍ତାନ ପାଇଁ ମ୍ୟାଚ୍‌ ବିଜୟୀ ଇଂନିସ ଖେଳୁଥିବା ବ୍ୟାଟ୍‌ର ଆସିଫ ଅଲ୍ଲୀଙ୍କୁ ଭାରତୀୟ ଟିମ ଦ୍ବିତୀୟ ସୁଯୋଗ ଦେବାପରେ ସେ ମ୍ୟାଚ୍‌ ଛଡାଇ ନେଇଥିଲେ । ତେବେ ଅର୍ଶଦୀପ କ୍ୟାଚ୍‌ ମିସ୍‌ କରିବା ସମୟରେ କ୍ୟାପଟେନ୍‌ ରୋହିତ ଶର୍ମା ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ । ଶାନ୍ତ ସ୍ବଭାବର ରୋହିତ ଖୁବ ଜୋର୍‌ରେ ରାଗିଯାଇଥିଲେ । ଯେଉଁ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପାକିସ୍ତାନ ସାମ୍ନାରେ ୧୮୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଟିମ ଇଣ୍ଡିଆ । ଭାରତୀୟ ବୋଲିଂ ଆକ୍ରମଣକୁ ଦେଖି ଏହା ପାକିସ୍ତାନ ପାଇଁ ସହଜ ହେବନାହିଁ ବୋଲିଂ ପାକ୍‌ ଇଂନିସ ପୂର୍ବରୁ ଅନେକ ପୂର୍ବାନୁମାନ କରିଥିଲେ । ମାତ୍ର ସମସ୍ତଙ୍କୁ ଭୁଲ୍‌ ପ୍ରମାଣିତ କରିଥିଲେ ପାକିସ୍ତାନୀ ବ୍ୟାଟ୍‌ର । ଟିମ ଇଣ୍ଡିଆର ୩ ପ୍ରମୁଖ ବୋଲର ଭୁବନେଶ୍ବର କୁମାର, ଯୁଜଭେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାଧାରଣ ସାବ୍ୟସ୍ତ କରାଇଥିଲେ । ଏହି ୩ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଫଳରେ ମ୍ୟାଚ୍‌ର ଶେଷ ଓଭରରେ ୫ ୱିକେଟରେ ବିଜୟୀ ହୋଇଥିଲା ପାକିସ୍ତାନ । ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ଭାରତ ୫ ୱିକେଟରେ ପାକିସ୍ତାନକୁ ସହଜରେ ହରାଇଥିଲା । ତେବେ ରବିବାରର ପରାଜୟ ପରେ କିଛି ଭାରତୀୟ ଫ୍ୟାନ୍ସ ଅର୍ଶଦୀପଙ୍କ ସେହି ମହଙ୍ଗା କ୍ୟାଚ୍‌ ମ୍ୟାଚ୍‌ ପରାଜୟର କାରଣ ବୋଲି ଦର୍ଶାଇ ଯୁବ ବୋଲରଙ୍କୁ ସମାଲୋଚନା କରିଛନ୍ତି । ଏପରିକି ୱିକିପିଡିଆରେ ତାଙ୍କ ନାମ ସହ କିଛି ତଥ୍ୟ ଏଡିଟ୍‌ କରାଯାଇଥିବାରୁ ଏହାକୁ ନେଇ ନୂଆ ବିବାଦ ମଧ୍ୟ ଦେଖାଦେଇଛି ।

ସୁପର ୪ ପର୍ଯ୍ୟାୟରେ ପାକିସ୍ତାନ ଠାରୁ ପରାସ୍ତ ହେବାପରେ ଭାରତ ପାଇଁ ଏବେ ଫାଇନାଲ ରାସ୍ତା ସହଜ ହେବନାହିଁ । ଶ୍ରୀଲଙ୍କା ବିପକ୍ଷ ଆଗାମୀ ମ୍ୟାଚ୍‌ରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରିବ ରୋହିତ ଶର୍ମାଙ୍କ ଟିମ । କାରଣ ପୂର୍ବରୁ ପ୍ରଥମ ସୁପର ୪ ମୁକାବିଲାରେ ଆଫଗାନିସ୍ତାନକୁ ହରାଇସାରିଛି ଶ୍ରୀଲଙ୍କା । ସେହିଦୃଷ୍ଟିରୁ ଆଉଏକ ବିଜୟ ଶ୍ରୀଲଙ୍କାକୁ ଫାଇନାଲର ନିକଟତର କରାଇବାର ସମ୍ଭାବନା ରହିଛି । ଏପରିସ୍ଥିତିରେ ଆଗାମୀ ମ୍ୟାଚ୍‌ ଭାରତ ପାଇଁ କର ବା ମର ସଦୃଶ ହୋଇଛି । ସଠିକ ଚୁଡାନ୍ତ ଏକାଦଶ ଚୟନ ସହ ସମସ୍ତ ବିଭାଗରେ ଭାରତକୁ ପ୍ରଭାବୀ ପ୍ରଦର୍ଶନର ଆବଶ୍ୟକତା ରହିଛି ।

Last Updated : Sep 5, 2022, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.