ETV Bharat / sports

ଅଧିନାୟକ ଭାବେ ପ୍ରଥମ ମ୍ୟାଚ, ହିଟମ୍ୟାନ୍‌ଙ୍କ ପୁରୁଣା ଟ୍ବିଟ୍‌ ଭାଇରାଲ

ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବେ ଖେଳିବେ ରୋହିତ ଶର୍ମା । ଏହାରି ମଧ୍ୟରେ ତାଙ୍କର ଏକ ପୁରୁଣା ଟ୍ବିଟ୍‌ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

author img

By

Published : Nov 17, 2021, 5:04 PM IST

rohit sharma's old tweet goes viral before the first match as indian captain
ଅଧିକନାୟକ ଭାବେ ପ୍ରଥମ ମ୍ୟାଚ, ହିଟମ୍ୟାନ୍‌ଙ୍କ ପୁରୁଣା ଟ୍ବିଟ୍‌ ଭାଇରାଲ

ଜୟପୁର: ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବେ ଖେଳିବେ ରୋହିତ ଶର୍ମା । ଏହାରି ମଧ୍ୟରେ ତାଙ୍କର ଏକ ୯ ବର୍ଷ ପୂର୍ବର ପୁରୁଣା ଟ୍ବିଟ୍‌ ଭାଇରାଲ ହେବାରେ ଲାଗିଛି । ଏହି ଟ୍ବିଟ୍‌ ବର୍ତ୍ତମାନର ସ୍ଥିତି ସହିତ ମେଳ ଖାଉଥିବା ଦେଖା ଯାଇଛି । ସୋସିଆଲ ମଡିଆରେ ୟୁଜରମାନେ ବର୍ତ୍ତମାନ ଏହି ଟ୍ବିଟ୍କୁ ସେୟାର କରିବାରେ ଲାଗିଛନ୍ତି ।

ଟି-୨୦ ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଟି-୨୦ ଅଧିନାୟକ ପଦରୁ ଓହରି ଯାଇଥିଲେ ବିରାଟ କୋହଲି । ଦ୍ବିପାକ୍ଷିକ ସିରିଜରେ କୋହଲିଙ୍କ ଦମଦାର ରେକର୍ଡ ରହିଛି । ହେଲେ ତାଙ୍କ ଖାତାରେ ଏଯାଏଁ ଗୋଟିଏ ମଧ୍ୟ ଆଇସିସି ଟ୍ରଫି ନାହିଁ । ଅଧିକ ଚାପ କଥା ଦର୍ଶାଇ କୋହଲି ଅଧିନାୟକ ପଦରୁ ଓହରିବା ପରେ ରୋହିତ ଶର୍ମାଙ୍କୁ ଏହି ଦାୟିତ୍ବ ଦେଇଛି ବିସିସିଆଇ ।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଏହି ରୋହିତଙ୍କ ଟ୍ବିଟ୍‌ ଭାଇରାଲ ହେଉଛି । ଏହି ଟ୍ବିଟ୍‌ ୨୦୧୨ ମସିହାର ବୋଲି ଜଣାପଡ଼ିଛି । ଏଥିରେ ରୋହିତ କହିଛନ୍ତି ଯେ, "ଜୟପୁରରେ ପହଞ୍ଚିଲୁ, ଆଉ ହଁ ମୁଁ ଦଳର ନେତୃତ୍ବ ନେବି । ଅଧିକ ଦାୟିତ୍ବ ସହ ମୁଁ ଆଗକୁ ବଢ଼ିବି ।" ସେହି ସମୟରେ ପ୍ରଥମ ଥର ପାଇଁ ମୁମ୍ବାଇ ରଣଜୀ ଦଳର ଅଧିନାୟକ ଦାୟିତ୍ବ ନେଇଥିଲେ ରୋହିତ ଶର୍ମା । ଏହି ମ୍ୟାଚ ମଧ୍ୟ ଜୟପୁରରେ ଖେଳାଯାଇଥିଲା ।

ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ନେଇ ଗତକାଲି ସାମ୍ବାଦିକ ସମ୍ମିଳନୀ କରିଥିଲେ ରୋହିତ ଶର୍ମା ଓ ମୁଖ୍ୟକୋଚ୍‌ ରାହୁଲ ଦ୍ରାବିଡ । ଏହି ସମୟରେ ସେ କହିଛନ୍ତି ଯେ, "ଦଳକୁ କେତେକ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ । ତାହା ଆମେ କରିବାକୁ ପଛାଇବୁ ନାହିଁ । ଦଳ ପାଇଁ ପ୍ରଥମେ ଏକ ଟେମ୍ପଲେଟ୍ ତିଆରି କରିବା ନିହାତି ଆବଶ୍ୟକ । ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜ ହେବ । ଆଗକୁ ଆମେ ଏହି ଚ୍ୟାଲେଞ୍ଜ ନେବାକୁ ପଛାଇବୁ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.