ETV Bharat / sports

ବିଶ୍ବକପ୍‌ ୨୦୨୩: ଯୁଦ୍ଧ ପୂର୍ବରୁ ଭାରତୀୟ ସେନାପତିଙ୍କ ରଣହୁଙ୍କାର, କହିଲେ କୋଚ୍‌ ଦ୍ରାବିଡ୍‌ଙ୍କ ପାଇଁ ଜିତିବୁ ବିଶ୍ବକପ୍‌

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ପ୍ରଶଂସାରେ ଶତମୁଖ ଅଧିନାୟକ ରୋହିତ ଶର୍ମା । କହିଲେ କୋଚ୍‌ ଦ୍ରାବିଡ୍‌ଙ୍କ ପାଇଁ ଜିତିବୁ ବିଶ୍ବକପ୍‌ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 18, 2023, 9:25 PM IST

ରୋହିତ କହିଲେ କୋଚ୍‌ ଦ୍ରାବିଡ୍‌ଙ୍କ ପାଇଁ ଜିତିବୁ ବିଶ୍ବକପ୍‌

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ଏନ୍‌କାଉଣ୍ଟରରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଶକ୍ତିଶାଳୀ ଦୁଇ ଦଳ ଭାରତ ଓ ଅଷ୍ଟ୍ରେଲିଆ । ବିଗ୍‌ ଫାଇଟ୍‌ ପାଇଁ ପ୍ରସ୍ତୁତ ହୋଇ ସାରିଛି ମହାମଞ୍ଚ । ଦୁଇ ଫାଇନାଲିଷ୍ଟ୍‌ ମଧ୍ୟ ପ୍ରସ୍ତୁତ । ତେବେ ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ଜିତିବାର ଦମ୍ଭ ଦେଖାଇଛନ୍ତି ଭାରତୀୟ ସେନାପତି ରୋହିତ ଶର୍ମା । କୋଚ୍‌ ରାହୁଲ ଦ୍ରାବିଡଙ୍କ ପାଇଁ ଏଥର ବିଶ୍ବକପ୍‌ ଆମେ ଜିତିବୁ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ବକପ୍‌ ଜିତିବାର ଦମ୍ଭ ଦେଇଖାଇଛନ୍ତି କ୍ୟାପ୍ଟେନ୍ ରୋହିତ ।

ଭାରତୀୟ ଦଳରେ ଖେଳାଳିଙ୍କୁ ଖେଳ ସ୍ପଷ୍ଟ ଭାବେ ବୁଝାଇବା ପାଇଁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ବଡ଼ ଭୂମିକା ନିର୍ବାହ କରିଛନ୍ତି । ଫଳରେ ଭାରତ ବିଶ୍ବକପ୍‌ରେ ଏ ପର୍ଯ୍ୟନ୍ତ ସେମିଫାଇନାଲ୍‌କୁ ମିଶାଇ ସମସ୍ତ ୧୦ ମ୍ୟାଚ୍ ଜିତିଛି । ତେଣୁ ଦ୍ରାବିଡ୍‌ଙ୍କ ପାଇଁ ଆମେ ବିଶ୍ବକପ୍ ଜିତିବାକୁ ଚାହୁଁଛୁ ବୋଲି ରୋହିତ ଶର୍ମା କହିଛନ୍ତି । ରୋହିତ କହିଛନ୍ତି, "ଖେଳ ବିଷୟରେ ସ୍ପଷ୍ଟତା ଆଣିବାରେ ପ୍ରକୃତରେ ତାଙ୍କର (ଦ୍ରାବିଡ) ଭୂମିକା ବହୁତ ବଡ଼ । ଏକଥା ମୁଁ ସବୁବେଳେ କହୁଛି । ରାହୁଲ୍‌ ଭାଇ ଆମକୁ ସ୍ବାଧୀନତାର ସହ ଖେଳିବାକୁ ସୁଯୋଗ ଦେଇଛନ୍ତି । କାରଣ ସେ ତାଙ୍କ ସମୟରେ ଯେମିତି କ୍ରିକେଟ ଖେଳୁଥିଲେ ଆଉ ଏବେ ମୋ କ୍ରିକେଟ୍‌ ଖେଳିବା ଅଲଗା ରହିଛି । ରାହୁଲ ଭାଇ କୌଣସି ଖେଳାଳିଙ୍କ ଉପରେ କୌଣସି କଟକଣା ଲଗାଇ ନାହାନ୍ତି । ଖେଳାଳିଙ୍କୁ ନିଜ ନିଜ ଖେଳ ଦେଖାଇବାକୁ ସ୍ବାଧୀନତା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ତ୍ରୁଟିଶୂନ୍ୟ ପ୍ରଦର୍ଶନ ଦେବ ୩ୟ ବିଶ୍ବକପ୍‌, ନୂଆ କରିବାକୁ ଚେଷ୍ଟା କଲେ ଫସିବ ଟିମ୍‌ ଇଣ୍ଡିଆ

ରୋହିତ ଆହୁରି କହିଛନ୍ତି, "ରାହୁଲ ଦ୍ରାବିଡ୍‌ ବିଶ୍ବକପ୍‌ ବିଜୟୀ ମୁହୂର୍ତ୍ତର ଭାଗିଦାର ହେବାକୁ ଚାହୁଁଛନ୍ତି । ଏବେ ତାଙ୍କ ପାଇଁ ବିଶ୍ବକପ୍‌ କିପରି ଜିତିବୁ ଏହା ଟିମ୍‌ ଉପରେ ନିର୍ଭର କରେ । ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ୍‌ ଫାଇନାଲ୍ ଟିମ୍‌ରେ ରାହୁଲ ଭାଇ ଖେଳୁଥିଲେ । ୨୦୨୩ରେ ବି ସେ ବିଶ୍ବକପ୍‌ର ଅଂଶୀଦାର ରହିଛନ୍ତି ।" ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଖୁବ ପ୍ରଶଂସା କରିଛନ୍ତି ଅଧିନାୟକ ରୋହିତ ଶର୍ମା । ଟି୨୦ ବିଶ୍ବକପ୍‌ ଭାରତ ହାରିଯାଇଥିବାବେଳେ ଯେଉଁ ବିଷମ ପରିସ୍ଥିତିରେ ଦ୍ରାବିଡ୍‌ ଖେଳାଳିମାନଙ୍କ ସହ ଛିଡ଼ା ହୋଇଛନ୍ତି ତାହା ନିହାତି ପ୍ରଶଂସାଯୋଗ୍ୟ ବୋଲି ରୋହିତ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.