ETV Bharat / sports

India vs Bangladesh 2nd Test : ଫିଟ୍ ହୋଇନାହାନ୍ତି ରୋହିତ, ଦ୍ବିତୀୟ ଟେଷ୍ଟ ବି ଖେଳିବେନି - ଭାରତ ବନାମ ବାଂଲାଦେଶ

ଡିସେମ୍ବର ୨୨ ତାରିଖରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ରୋହିତ ଶର୍ମା । ଅଧିକ ପଢନ୍ତୁ

India vs Bangladesh 2nd Test : ଫିଟ୍ ହୋଇନାହାନ୍ତି ରୋହିତ, ଦଳରୁ ବାଦ ପଡିଲେ

author img

By

Published : Dec 19, 2022, 3:38 PM IST

ହାଇଦ୍ରାବାଦ: ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ଅଧିନାୟକ ରୋହିତ ଶର୍ମା । ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୨ ତାରିଖରେ ଖେଳାଯିବ । ଲୋକେଶ ରାହୁଲ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବି ଅଧିନାୟକ ଦାୟିତ୍ବ ତୁଲାଇବେ । ରୋହିତ ଶର୍ମା ପ୍ରଥମ ଟେଷ୍ଟ ମ୍ୟାଚରୁ ଆହତ କାରଣରୁ ବାଦ ପଡିଥିଲେ । ସେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିବେ କି ନାହିଁ ସେ ନେଇ ସନ୍ଦେହ ରହିଥିଲା । ଯାହା ଆଜି(ସୋମବାର) ସୂଚନା ମିଳିଛି ସେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ମଧ୍ୟ ବାଦ ପଡିଛନ୍ତି । ଦୁଇ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଡିସେମ୍ବର ୭ ତାରିଖରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆରେ ଆହତ ହୋଇଥିଲେ । କ୍ୟାଚ୍‌ ଧରିବାକୁ ଯିବା ସମୟରେ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା । ଏଥିପାଇଁ ସେ ପ୍ରଥମ ଟେଷ୍ଟ ମ୍ୟାଚରୁ ଦଳରୁ ବାଦ ପଡିଥିଲେ । ରୋହିତ ଶର୍ମାଙ୍କ ସ୍ଥାନରେ ବୋର୍ଡ ଚୟନ କମିଟି ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଅଭିମନ୍ୟୁ ଇଶ୍ବରନଙ୍କୁ ଦଳରେ ସାମିଲ କରିଥିଲା । କେବଳ ରୋହିତ ଶର୍ମା ନୁହଁନ୍ତି ଏହି ସିରିଜରୁ ଆଉ ଦୁଇ ଖେଳାଳି ମଧ୍ୟ ବାଦ ପଡିଛନ୍ତି । ଫାଷ୍ଟ ବୋଲର ମହମ୍ମଦ ସାମି ଏବଂ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଡା ମଧ୍ୟ ଏହି ସିରିଜରୁ ବାଦ ପଡିଛନ୍ତି । ଉଭୟ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ ପଡିଥିବା ନେଇ ବିସିସିଆଇ ସୂଚନା ଦେଇଛି । ଉଭୟ ସମ୍ପୂର୍ଣ୍ଣ ଭାବରେ ଫିଟ୍ ହୋଇନାହାଁନ୍ତି । ବୋର୍ଡ ଚୟନ କମିଟି ସାମିଙ୍କ ବଦଳରେ ପୂର୍ବରୁ ଫାଷ୍ଟ ବୋଲର ଜୟଦେବ ଉନଦକଟ୍‌ଙ୍କୁ ଦଳରେ ସାମିଲ କରିଥିଲା ।

ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି ( India vs Bangladesh first test ) । 188ରନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି ଟିମ୍‌ ଇଣ୍ଡିଆ । ଦ୍ବିତୀୟ ପାଳିରେ 513 ରନ୍‌ ପିଛା କରୁଥିବା ବାଂଲାଦେଶ 324ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପରାଜୟ ଏଡାଇବାକୁ ଯେତେ ସଂଘର୍ଷ କରିଥିଲେ ବି ଦଳ ବିଫଳ ହୋଇଥିଲା । ଦଳ ଉପରେ ପରାଜୟର ବାଦଲ ଖେଳି ଯାଇଥିଲା । ବାଂଲାଦେଶ ବ୍ୟାଟରଙ୍କୁ ଧରାଶାୟୀ କରିଥିଲେ ଭାରତୀୟ ବୋଲର । ଅକ୍ଷର ପଟେଲ 77ରନ ଦେଇ 4ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ କୁଳଦୀପ ଯାଦବ 5ଟି ୱିକେଟ ହାସଲ କରିଥିବାବେଳେ ଦ୍ବିତୀୟ ଇନିଂସରେ 3ଟି ୱିକେଟ ହାସଲ କରିଛନ୍ତି । ପ୍ରଥମ ଟେଷ୍ଟ ବିଜୟ ସହ 1-0ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ ।

ପ୍ରକାଶ ଥାଉକି, ବାଂଲାଦେଶ ପ୍ରଥମ ଇନିଂସରେ ୧୫୦ କରି ଅଲଆଉଟ ହୋଇଥିଲା । ଭାରତ ପ୍ରଥମ ଇନିଂସରେ ୪୦୪ ରନ କରି ଅଲ ଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ଭାରତ ୨ ୱିକେଟ ହରାଇ ୨୫୮ ରନ କରି ପାଳି ଘୋଷଣା କରିଥିଲା । ବାଂଲାଦେଶକୁ ୫୧୨ ରନ ଟାର୍ଗେଟ ଦେଇଥିଲା ଭାରତ । ବାଂଲାଦେଶ ମାତ୍ର 324 ରନ୍‌ ହିଁ କରି ପାରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.