ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଦଳର ନେତୃତ୍ବ ନେବେ ରୋହିତ ଶର୍ମା । ଆହତ ଜନିତ ସମସ୍ୟା ଯୋଗୁଁ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ ପଡ଼ିଥିଲେ । ତେବେ ବୁଧବାର ସେ ଫିଟ୍ନେସ ଟେଷ୍ଟ ପାସ୍ କରିଛନ୍ତି । ଫଳରେ ସେ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଦଳର ନେତୃତ୍ବ ନେବାକୁ ପ୍ରସ୍ତୁତ ରହିବେ ।
ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ ଫିଟନେସ୍ ଟେଷ୍ଟ ପାସ କରିଛନ୍ତି ରୋହିତ ଶର୍ମା । ତେବେ ଆସନ୍ତା ମାସ ୬ ତାରିଖରୁ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଆରମ୍ଭ ହେବ ଦିନିକିଆ ସିରିଜ୍ । ଏହାପରେ ଦୁଇଦେଶ ମଧ୍ୟରେ ଟି-୨୦ ସିରିଜ୍ ମଧ୍ୟ ଖେଳାଯିବା । ବିରାଟ କୋହିଲଙ୍କ ପରେ ହ୍ବାଇଟ୍ ବଲ୍ କ୍ରିକେଟରେ ଅଧିନାୟକ ଭାର ରୋହିତ ଶର୍ମାଙ୍କ ଉପରେ ନ୍ୟସ୍ତ କରିଛି ବିସିସିଆଇ ।
ତେବେ ନିକଟରେ ଟେଷ୍ଟ ଅଧିନାୟକ ପଦରୁ ମଧ୍ୟ ବିରାଟ କୋହଲି ଓହରି ଯାଇଛନ୍ତି । ତାଙ୍କ ପରେ ଟେଷ୍ଟ ଦଳର ଅଧିନାୟକ ଭାର କିଏ ନେବ ତାହାକୁ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏହାଛଡ଼ା ୱେଷ୍ଟ ଇଣ୍ଡିଜ୍ ସିରିଜ ବୁଧବାର ବିସିସିଆଇର ଏକ ବୈଠକ ହେବାକୁ ଅଛି । ବୈଠକ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍ ଘୋଷଣା ହେବା ନେଇ ସୂତ୍ରରୁ ଖବର ମିଳିଛି ।
ଭାରତ ବିପକ୍ଷରେ ୱେଷ୍ଟ୍ଇଣ୍ଡିଜ୍ ଭାରତ ତିନିଟି ଦିନିକିଆ ଓ ତିନିଟି ଟି-୨୦ ମ୍ୟାଚ୍ ଖେଳିବ ଭାରତୀୟ । ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତ କରିବ । କୋଭିଡ ସଂକ୍ରମଣ ଯୋଗୁଁ ପୂର୍ବ ଭେନ୍ୟୁକୁ ପରିବର୍ତ୍ତନ କରିଛି ବିସିସିଆଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ