ETV Bharat / sports

ଆଶା ଦେଲେ ରୋହିତ-ଯାଦବ, ଟିମ୍‌ ଇଣ୍ଡିଆ ପୁଣି ଜିତିବ t-20 ବିଶ୍ବକପ୍‌ !

ଟିମ୍ ଇଣ୍ଡିଆ ୨୦୦୭ ଇତିହାସ ପୁନଃର୍ବାର ଦୋହରାଇବ ବୋଲି କହିଛନ୍ତି ଭାରତୀୟ ଓପନର ରୋହିତ ଶର୍ମା । ରୋହିତଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ନବାଗତ ସୂର୍ଯ୍ୟକୁମାର ଯାଦବ । ଅଧିକ ପଢ଼ନ୍ତୁ...

author img

By

Published : Sep 29, 2021, 10:37 PM IST

ବିଶ୍ବାସ ଜତାଇଲେ ରୋହିତ-ଯାଦବ, ଟିମ୍‌ ଇଣ୍ଡିଆ ପୁଣି ଜିତିବ ଟି-୨୦ ବିଶ୍ବକପ୍‌

ଦୁବାଇ: ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ୨୦୦୭ ଇତିହାସ ପୁନଃର୍ବାର ଟିମ୍ ଇଣ୍ଡିଆ ଦେହରାଇବ ବୋଲି କହିଛନ୍ତି ଭାରତୀୟ ଓପନର ରୋହିତ ଶର୍ମା । ଏହାକୁ ନେଇ ସେ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଟୋ ଭିଡିଓ ସେୟାର କରିଛନ୍ତି । ଭାରତ ପ୍ରଥମ ମ୍ୟାଚ ଚୀର ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଖେଳିବ । ଏହି ମ୍ୟାଚରୁ ହିଁ ବିଜୟ ଅଭିଯାନ ଆରମ୍ଭ କରିବ ଭାରତ ବୋଲି କହଛନ୍ତି ରୋହିତ ଶର୍ମା । ରୋହିତଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ଭାରତୀୟ ଟିମ୍‌ର ନବାଗତ ସୂର୍ଯ୍ୟକୁମାର ଯାଦବ ।

ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରୋହିତ ଶର୍ମା ଫଟୋ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, "ସେପ୍ଟେମ୍ବର ୨୪ ତାରିଖ ୨୦୦୭ ମସିହାରେ କୋଟିକୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ ହୋଇଥିଲା । ଏକ ଅନଭିଜ୍ଞ ଭାରତୀୟ ଦଳ ଟି-୨୦ ବିଶ୍ବକପ୍‌ ଜିତିବ ବୋଲି କେହି କେବେ ଚିନ୍ତା କରିନଥିଲେ । ସେତେବେଳର ଯୁବ ଦଳ ଏକ ଇତିହାସ ସୃଷ୍ଟି କରିଥିଲେ । ଏହାରି ମଧ୍ୟରେ ୧୪ ବର୍ଷ ବିତି ଯାଇଛି । ଏହାରି ମଧ୍ୟରେ ଆମେ ଅନେକ ଇତିହାସ ସୃଷ୍ଟି କରିଛୁ । ଅଭ୍ୟାସ, କଡ଼ା ସଂଘର୍ଷ, ବିଫଳ ମଧ୍ୟ ହୋଇଛୁ । ହେଲେ ଆମେ ଭାଙ୍ଗି ପଡ଼ିନୁ । ଆମେ ସବୁ ଦେବାକୁ ପୁନଃ ପ୍ରସ୍ତୁତ ।"

୨୦୦୭ ମସିହା ବିଶ୍ବକପ ବିଜୟୀ ଧୋନୀ ବ୍ରିଗେଡର ଜଣେ ସଦସ୍ୟ ଥିଲେ ରୋହିତ ଶର୍ମା । ଫାଇନାଲ ମ୍ୟାଚରେ ରୋହିତ ଶର୍ମା ୩୦ ରନ୍‌ ମଧ୍ୟ କରିଥିଲେ । ରୋହିତଙ୍କ ଧୂଆଧାର ବ୍ୟାଟିଂ ଷ୍ଟାଇଲ ଯୋଗୁଁ ହିଟମ୍ୟାନ ଭାବରେ ପରଚୟ ଲାଭ କରିଛନ୍ତି । ଆଉ ଏକ ପୋଷ୍ଟ କରି ଆମେ ରୋହିତ ଶର୍ମା କହିଛନ୍ତି ଯେ, "ଆମେ ପୁଣି ଆସୁଛୁ । ପୁଣି ଥରେ ଇତିହାସ ସୃଷ୍ଟି ହେବ । ଏଥିପାଇଁ ଆମେ ସବୁକିଛି କରିବୁ ।"

ରୋହିତଙ୍କ ଏଭଳି ପୋଷ୍ଟ ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, "ବିଶ୍ବକପ୍‌ରେ ପ୍ରତ୍ୟେକ ବଲ୍‌କୁ ବାଉଣ୍ଡ୍ରୀ ବାହାରକୁ ମାରିବାକୁ ମୁଁ ଆଉ ଅପେକ୍ଷା କରିପାରୁନାହିଁ ରୋହିତ ଭାଇ । ଚାଲନ୍ତୁ ପୁଣି ମିଶି ଇତିହାସ ସୃଷ୍ଟି କରିବା ।"

ରୋହିତ ଶର୍ମା ଓ ସୂର୍ଯ୍ୟ କୁମାର ଯାଦବଙ୍କ ଏଭଳି ପୋଷ୍ଟକୁ ସୋସିଆଲ ମିଡିଆ ୟୁଜରମାନେ ଖୁବ୍‌ ପସନ୍ଦ କରିଛନ୍ତି । ରୋହିତ ଆତ୍ମବିଶ୍ବାସରେ ଭାରତ ପୁନଃ ଟି-୨୦ ବିଶ୍ବକପ୍‌ ଜିତିବ ବୋଲି ବିଶ୍ବାସ କରିଛନ୍ତି ୟୁଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.