ETV Bharat / sports

WTC Final Match: ଭାରତର ପରାଜୟ ପାଇଁ ରୋହିତ ଓ ଦ୍ରାବିଡଙ୍କୁ ପ୍ରଶ୍ନ କରାଯାଉ: ଗାଭାସ୍କର

ବିଶ୍ବକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଅନେକ କିଛି ଶିଖିବାର ଅଛି । ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ପରାଜୟ ନେଇ ଉଭୟଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇଲେ ଲିଟିଲ୍‌ ମାଷ୍ଟର ସୁନୀଲ ଗାଭାସ୍କର । ଅଧିକ ପଢ଼ନ୍ତୁ

author img

By

Published : Jul 18, 2023, 7:46 PM IST

ଟିମ୍‌ ଇଣ୍ଡିଆର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଲେ ଗାଭାସ୍କର

ନୂଆଦିଲ୍ଲୀ: ପାଖେଇ ଆସୁଛି ବିଶ୍ବକପ୍‌ ୨୦୨୩ । ୨୦୧୩ ପର ଠାରୁ କୌଣସି ଆଇସିସି ଟ୍ରଫି ଜିତି ନଥିବା ଭାରତୀୟ ଦଳ ଏଥର ଟ୍ରଫି ମରୁଡ଼ିରୁ ମୁକ୍ତି ପାଇବ ବୋଲି ଆଶା କରାଯାଉଛି । ବାରମ୍ବାର ସେମିଫାଇନାଲରେ ଫେଲ୍‌ ମାରୁଥିବା ଦଳ ଲଗାତାର ଦୁଇ ଥର ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ଫାଇନାଲକୁ ଯାଇ ଫେଲ୍‌ ମାରିଛି । ତେବେ ଚଳିତ ବର୍ଷ ଏହି ଡବ୍ଲ୍ୟୁଟିସି ଫାଇନାଲରେ ଭାରତର ପରାଜୟ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ବ ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ରଣନୀତିକୁ ଦାୟୀ କରିଛନ୍ତି ଅନେକ ପୂର୍ବତନ କ୍ରିକେଟର । ବିଶ୍ବକପ୍‌ ପୂର୍ବରୁ ପୁଣିଥରେ ଏହି ଯୋଡ଼ିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଲିଟିଲ୍‌ ମାଷ୍ଟର ସୁନୀଲ ଗାଭାସ୍କର ।

ପୂର୍ବରୁ ଏକାଧିକ ଥର ରୋହିତ-ଦ୍ରାବିଡ ଯୋଡ଼ିଙ୍କୁ ସମାଲୋଚିତ କରିଥିବା ପୂର୍ବତନ କ୍ରିକେଟର୍‌ ସୁନୀଲ ଗାଭାସ୍କର ପୁଣିଥରେ ଭାରତର ପରାଜୟ ପାଇଁ ଉଭୟଙ୍କୁ ଦାୟୀ କରିଛନ୍ତି । ସେମାନଙ୍କୁ ପରାଜୟ ପାଇଁ ଚୟନକର୍ତ୍ତା ଓ ବିସିସିଆଇ ପ୍ରଶ୍ନ ପଚାରିବା ଉଚିତ ବୋଲି କହିଛନ୍ତି ଗାଭାସ୍କର । ପିଚ୍‌ର ସ୍ଥିତି ବ୍ୟାଟିଂକୁ ସୁହାଇଲା ଭଳି ଥିଲା । ଏହାସତ୍ତ୍ବେ ପ୍ରଥମେ କ୍ଷେତ୍ରରକ୍ଷଣ ପାଇଁ କାହିଁକି ନିଷ୍ପତ୍ତି ନିଆଗଲା ବୋଲି ଏକ ଆଲୋଚନାଚକ୍ରରେ ଯୋଗଦେଇ ଗାଭାସ୍କର ପ୍ରଶ୍ନ କରିଛନ୍ତି । ଯଦିଓ ଟସ୍‌ ସମୟରେ ପାଣିପାଗ ପରସ୍ଥିତିକୁ ଦେଖି ଏଭଳି କରିଛନ୍ତି ବୋଲି ରୋହିତ ପ୍ରତିକ୍ରିୟା ରଖିଥିଲେ, ତଥାପି ଏହା ଉପରେ ବିଶ୍ଲେଷଣ କରାଯିବା ଆବଶ୍ୟକତା ଥିଲା ବୋଲି ମତ ରଖିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର ।

ଏହା ମଧ୍ୟ ପଢ଼ନ୍ତୁ...WTC Final: ଭାରତୀୟ ବ୍ୟାଟରଙ୍କ ସଟ୍ ସିଲେକ୍ସନ୍ ନେଇ ପ୍ରଶ୍ନ କଲେ ଗାଭାସ୍କର

ଗାଭାସ୍କର କହିଛନ୍ତି, "ସର୍ଟ ବଲ୍‌ ପ୍ରତି ଟ୍ରାଭିସ୍‌ ହେଡ୍‌ଙ୍କ ଦୁର୍ବଳତା ରହିଥିବା କେହି ଜାଣିନଥିଲେ କି ବୋଲି ରୋହିତ ଓ ଦ୍ରାବିଡଙ୍କୁ ପଚରାଯାଉ । ଯେତେବେଳେ ହେଡ୍‌ ୮୦ ରନ୍‌ କରିଥିଲେ, ସେତେବେଳକୁ ତାଙ୍କୁ ବାଉନ୍ସର ପକାଯାଇଥିଲା । ହେଲେ ଯେତେବେଳେ ହେଡ୍‌ ବ୍ୟାଟିଂ କରିବାକୁ ଆସିଥିଲେ, କମେଣ୍ଟ୍ରି ବକ୍ସରେ ବସିଥିବା ରିକି ପଣ୍ଟିଂ ବାରମ୍ବାର ବାଉନ୍ସର ପକାଇବା ପାଇଁ କହୁଥିଲେ । ଏହି ବିଷୟରେ ସମସ୍ତେ ଜାଣିଥିଲେ ଯେ ସେ ସର୍ଟ୍‌ ବଲ ଖେଳିବା ପାଇଁ ସଙ୍ଘର୍ଷ କରନ୍ତି । ହେଲେ କେହି ବି ବାଉନ୍ସର ପକାଇନଥିଲେ । ଯଦି ମୁଁ କମେଣ୍ଟ୍ରି ବକ୍ସରେ ଥାଆନ୍ତି, ତେବେ କେବେ‌ ହେଲେ ଭାରତୀୟ ଖେଳାଳୀଙ୍କ ଦୁର୍ବଳତା ପ୍ରକାଶ କରିନଥାନ୍ତି ।" ତେଣୁ ଭାରତୀୟ ଦଳର ଏପରି ପ୍ରଦର୍ଶନ ଉପରେ ଚୟନକର୍ତ୍ତା ଓ ବୋର୍ଡର ସଦସ୍ୟମାନେ ପ୍ରଶ୍ନ କରିବା ଆବଶ୍ୟକ ବୋଲି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି । ସୂଚନାଯୋଗ୍ୟ, ଏହି ମ୍ୟାଚ୍‌ରେ ଭାରତ ୨୦୯ ରନର ବଡ଼ ବ୍ୟବଧାନରେ ଅଷ୍ଟ୍ରେଲିଆଠାରୁ ହାରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.