ETV Bharat / sports

India vs SA T20: ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ, ଅଧିନାୟକ ଦୌଡରେ ଧାଓ୍ବନ-ପାଣ୍ଡ୍ୟା - ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ

ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ଟି -୨୦ ମ୍ୟାଚ ଖେଳିବ ଭାରତ । ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କୁ ବିଶ୍ରାମ । ଅଧିନାୟକ ଦୌଡରେ ଧାଓ୍ବନ-ପାଣ୍ଡ୍ୟା । ଅଧିକ ପଢନ୍ତୁ

India vs SA T-20: ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ, ଅଧିନାୟକ ଦୌଡରେ ଧାଓ୍ବନ-ପାଣ୍ଡ୍ୟା

author img

By

Published : May 15, 2022, 2:18 PM IST

ନୂଆଦିଲ୍ଲୀ:ଚଳିତ ଆଇପିଏଲ ସଂସ୍କରଣ ଶେଷ ହେବା ପରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ଟି -୨୦ ମ୍ୟାଚ ଖେଳିବ ଭାରତ । ଏନେଇ ଖେଳାଳିଙ୍କ ନାମ ଘୋଷଣା ହୋଇନଥିବା ବେଳେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିବା ନେଇ ସୂଚନା ମିଳିଛି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, କେ ଏଲ ରାହୁଲ ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯିବାର ଅନେକ ସମ୍ଭାବନା ରହିଛି । ସେହିପରି ଯଶପ୍ରିତ ବୁମରା, ଋଶଭ ପନ୍ତ ମଧ୍ୟ ଏହି ସିରିଜରୁ ବାଦ ପଡିପାରନ୍ତି । ଏନେଇ BCCI ନିଷ୍ପତ୍ତି ନେଇ ପାରେ ବୋଲି ଚର୍ଚ୍ଚା ହେଉଛି । ଏହି ସିରିଜ ପରେ ଭାରତ ଇଂଲଣ୍ଡ ଗସ୍ତରେ ଯିବ ତେଣୁ ଷ୍ଟାର ଖେଳାଙ୍କୁ ବିଶ୍ରାମ ମିଳିପାରେ । ସମସ୍ତ ବରିଷ୍ଠ ଖେଳାଳିଙ୍କୁ ୩ରୁ ୪ ସପ୍ତାହ ବିଶ୍ରାମ ଦିଆଯିବ । ଏହାପରେ ସମସ୍ତେ ଇଂଲଣ୍ଡ ଗସ୍ତରେ ଯାଇ ଦଳରେ ସାମିଲ ହେବା ନେଇ ବିସିସିଆଇ ପକ୍ଷରୁ ସୁତ୍ରରୁ ଜଣାପଡିଛି ।

ଅନ୍ୟପଟେ ଶିଖର ଧାଓ୍ବନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଅଧିନାୟକ କରିବା ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ଧାଓ୍ବନ ଭାରତୀୟ ଦଳର ଅଧିନାୟକ ଭାର ତୁଲାଇ ସାରିଥିବା ବେଳେ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଚଳିତ ଆପିଏଲରେ ଗୁଜୁରଟ ଦଳ ପକ୍ଷରୁ ଅଧିନାୟକ ଭାର ତୁଲାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ପାଣ୍ଡ୍ୟାଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଜୁନ ୯ରେ ଏହାର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ । ସେହିପରି ଓଡିଶାର କଟକ ବାରବାଟୀ ଷ୍ଟାଡିୟମ, ବିଶାଖାପାଟନମ, ରାଜକୋଟ ଏବଂ ବେଙ୍ଗାଲୁରରେ ଗୋଟିଏ ଗୋଟିଏ ମ୍ୟାଚ ଖେଳାଯିବ ।

ତେବେ ଆହତ କାରଣରୁ ସୂର୍ଯ୍ୟକୁମାର ଯାଦବ ରବିନ୍ଦ୍ର ଯାଡେଜା ଓ ଦୀପକ ଚହର ମଧ୍ୟ ଟି-୨୦ ସିରିଜ୍ ଖେଳିବେ ନାହିଁ । ତେବେ ଦଳର ବ୍ୟାଟିଂ ଦାୟିତ୍ବ ଋତୁରାଜ ଗାଏକଓ୍ଵାଡ, ଇଶାନ କିଷନ, ଶ୍ରେୟସ ଆୟର, ଦୀପକ ହୁଡ୍ଡା, ଧାଓ୍ଵନ ଏବଂ ହାର୍ଦ୍ଦିକ ତୁଲାଇବେ । ସେହିପରି ବୋଲିଂ ଭାର ଭୁବନେଶ୍ବର କୁମାର, ପ୍ରସିଦ୍ଧ କୃଷ୍ଣା, ହର୍ଷଲ ପଟେଲ, ଅଭେଶ ଖାନ, ରବିଚନ୍ଦ୍ରନ ଅଶ୍ଵିନ, କୁଲଦୀପ ଯାଦବ ଏବଂ ୟୁଜଭେନ୍ଦ୍ର ଚହଲ ତୁଲାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.