ETV Bharat / sports

କୋହଲିଙ୍କୁ ଟେଷ୍ଟ ସଫଳତାର ଶ୍ରେୟ ଦେଲେ ରୋହିତ

ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରୁ ରୋହିତଙ୍କ ଟେଷ୍ଟ ନେତୃତ୍ବ ଯାତ୍ରା ଆରମ୍ଭ ହେବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଅଧିକ ପଢନ୍ତୁ

Rohit credits Kohli for India's success in Tests
କୋହଲିଙ୍କୁ ଟେଷ୍ଟ ସଫଳତାର ଶ୍ରେୟ ଦେଲେ ରୋହିତ
author img

By

Published : Mar 3, 2022, 4:15 PM IST

ମୋହାଲି: ପୁଣି ଚର୍ଚ୍ଚାରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି । ଏଥର କୌଣସି ବିବାଦ ପାଇଁ ନୁହେଁ ବରଂ ନିଜର ୧୦୦ତମ ଟେଷ୍ଟ ପାଇଁ ଚର୍ଚ୍ଚାରେ କୋହଲି । ମୋହାଲିରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋହଲିଙ୍କୁ ୧୦୦ତମ ଟେଷ୍ଟ ହେବ । ଏହି ମାଇଲଷ୍ଟୋନ ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଚାରିଆଡୁ ଶୁଭେଚ୍ଛା ଛୁଟିବାରେ ଲାଗିଛି । କ୍ୟାପଟେନ ରୋହିତ ଶର୍ମା ମଧ୍ୟ ପୂର୍ବତନ କ୍ୟାପେଟନ ବିରାଟ କୋହଲିଙ୍କୁ ଜୋରଦାର୍‌ ପ୍ରଂଶସା କରିଛନ୍ତି । ରୋହିତ କହିଛନ୍ତି, ଭାରତକୁ ଏକ ଶକ୍ତିଶାଳୀ ଓ ସଫଳ ଟେଷ୍ଟ ଟିମ ଭାବେ ପ୍ରସ୍ତୁତ କରିବାରେ( India's success in Tests) କୋହଲିଙ୍କର ସମସ୍ତ ଶ୍ରେୟ ରହିଛନ୍ତି ।

ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରୁ ରୋହିତଙ୍କ ଟେଷ୍ଟ ନେତୃତ୍ବ ଯାତ୍ରା ଆରମ୍ଭ ହେବ । ଏହି ମ୍ୟାଚ୍‌ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି, "ଏକ ଟେଷ୍ଟ ଟିମ ଭାବେ ଆମେ ଭଲ ସ୍ଥିତିରେ ରହିଛୁ । ଏହାର ସମସ୍ତ ଶ୍ରେୟ ବିରାଟଙ୍କୁ ଯାଉଛି । ତେବେ ବିରାଟ ଛାଡିଥିବା ସ୍ଥାନରୁ, ମୁଁ ଦାୟିତ୍ବ ଗ୍ରହଣ କରିବି ଓ ଟିମକୁ ଆଗେଇନେବି ।"

ଅନ୍ୟପଟେ ଖରାପ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହେବାସହିତ ଟେଷ୍ଟ ସ୍କ୍ବାଡ୍‌ରୁ ବାଦ୍‌ ପଡିଥିବା ଦୁଇ ଭେଟେରାନ ବ୍ୟାଟ୍‌ର ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ରୋହିତ ପ୍ରଶଂସା କରିଛନ୍ତି । ଲମ୍ବା ଫର୍ମାଟରେ ଭାରତକୁ ନମ୍ବର ୧ ଟିମ ବନାଇବାରେ ରାହାଣେ ଓ ପୂଜାରାଙ୍କ ବିଶେଷ ଯୋଗଦାନ ଥିବା ରୋହିତ କହିଛନ୍ତି ।

ରୋହିତ କହିଛନ୍ତି, "ରାହାଣେ ଓ ପୂଜାରାଙ୍କ ଭଳି ଖେଳାଳିଙ୍କୁ ଅନୁପସ୍ଥିତିକୁ ଭରଣା କରିବା ସହଜ ନୁହେଁ, ଟିମ ପାଇଁ ସେମାନେ ଯାହା କହିଛନ୍ତି, ତାହା ଶବ୍ଦରେ ବୟାନ କରିବା କଷ୍ଟକର । ବିଦେଶ ମାଟିରେ ଟିମର ସମସ୍ତ ବିଜୟ ଯୋଗୁଁ ଆମେ ନମ୍ବର ୧ ହୋଇପାରିଛୁ, ଏଥିରେ ସେମାନଙ୍କ(ରାହାଣେ ଓ ପୂଜାରା) ବଡ ଭୁମିକା ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.