ETV Bharat / sports

ଦ୍ରାବିଡଙ୍କ ଠାରୁ ଅନେକ କିଛି ଶିଖିବାର ସୁଯୋଗ ମିଳିବ କହିଲେ ଉପଅଧିନାୟକ ରାହୁଲ

ନୂଆ ନେତୃତ୍ବ ଗ୍ରୁପ ସହିତ ଭାରତୀୟ କ୍ରିକେଟ ଟିମର ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । କୋଚ୍‌ ରାହୁଲ ଦ୍ରାବିଡ ଓ କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବାକୁ ଉତ୍ସାହିତ ବୋଲି କହିଛନ୍ତି ଭାଇସ କ୍ୟାପଟେନ କେଏଲ ରାହୁଲ । ଅଧିକ ପଢନ୍ତୁ

author img

By

Published : Nov 15, 2021, 9:44 PM IST

Rohit as leader will bring a lot of calm into dressing room, Dravid big on team culture: Rahul
ନୂଆ ନେତୃତ୍ବ ଗ୍ରୁପ ସହ ଖେଳିବାକୁ ଉତ୍ସାହିତ କହିଲେ ରାହୁଲ

ଜୟପୁର: ନୂଆ ନେତୃତ୍ବ ଗ୍ରୁପ ସହିତ ଭାରତୀୟ କ୍ରିକେଟ ଟିମର ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । କୋଚ୍‌ ରାହୁଲ ଦ୍ରାବିଡ ଓ କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବାକୁ ଉତ୍ସାହିତ ବୋଲି କହିଛନ୍ତି ଭାଇସ କ୍ୟାପଟେନ କେଏଲ ରାହୁଲ । କ୍ୟାପଟେନ ରୋହିତ ଶର୍ମା ଡ୍ରେସିଂ ରୁମ୍‌ରେ ଶାନ୍ତ ମାହୋଲ ଓ କୋଚ୍‌ ଦ୍ରାବିଡ ଟିମର ପରମ୍ପରା ବଜାୟ ରଖିବାରେ ସହାୟକ ହେବେ । ଦ୍ରାବିଡଙ୍କ ଠାରୁ ଅନେକ କିଛି ଶିଖିବାର ବଡ ସୁଯୋଗ ବୋଲି କହିଛନ୍ତି ରାହୁଲ ।

ଟି-୨୦ ବିଶ୍ବକପରୁ ନୈରାଶାଜନକ ପ୍ରଦର୍ଶନ ସହ ବିଦାୟ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି-୨୦ ସିରିଜ ଭାରତୀୟ କ୍ରିକେଟର ଏକ ନୂଆ ଆରମ୍ଭ ହେବାକୁ ଯାଉଛି । ଫଟାଫଟ ଫର୍ମାଟର ଆଗାମୀ ବଡ ଇଭେଣ୍ଟକୁ ଆଉ ମାତ୍ର ୧୨ ସମୟ ବାକିଥିବାରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ ।

ଟି-୨୦ ଟିମର ନବନିଯୁକ୍ତ ଭାଇସ କ୍ୟାପଟେନ କେଏଲ ରାହୁଲ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ କହିଛନ୍ତି, "ରାହୁଲ ଦ୍ରାବିଡ ଜଣେ ମହାନ ଖେଳାଳି, ଆମେ ଅଧିକ ଭାଗ୍ୟବାନ ଯେ ତାଙ୍କୁ ଦୀର୍ଘ ଦିନରୁ ଜାଣିଛୁ । ଯୁବ କ୍ରିକେଟରଙ୍କ ପ୍ରତିଭାକୁ ସେ ଭଲଭାବେ ପଢିବାର କୌଶଳ ରଖିଛନ୍ତି । କର୍ଣ୍ଣାଟକରେ ଘରୋଇ କ୍ରିକେଟ ଖେଳୁଥିବା ସମୟରେ ତାଙ୍କଠାରୁ ଅନେକ କିଛି ଶିଖିବାକୁ ମିଳିଛି ।"

ପୂର୍ବରୁ ଦ୍ରାବିଡ ମଧ୍ୟ ଜଣେ କୋଚ୍‌ ଭାବେ ନିଜ ଦାୟିତ୍ବ ତୁଲାଇବେ ଓ ସମସ୍ତ ପ୍ରତିଭାବାନ ଖେଳାଳିଙ୍କୁ ନେଇ ଦେଶପାଇଁ ଭଲ ପ୍ରଦର୍ଶନ କରିବାକୁ ରଣନୀତି କରିବେ କହିଛନ୍ତି ।

ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୱାଇ ମାନସିଂ ଷ୍ଟାଡିୟମ ଜୟପୁରରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଟି-୨୦ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.