ETV Bharat / sports

ରୋହିତ-ରାହୁଲଙ୍କ ଲଢୁଆ ଇଂନିସ, ଲଞ୍ଚ୍‌ ସୁଦ୍ଧା ଭାରତ ୧୦୮/୧ - ରୋହିତ ଶର୍ମା

ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଲଢୁଆ ପ୍ରଦର୍ଶନ । ଦ୍ବିତୀୟ ଇଂନିସରେ ଲଞ୍ଚ୍‌ ସୁଦ୍ଧା ଭାରତ ୧୦୮/୧ । ଅଧିକ ପଢନ୍ତୁ...

vRohit and Rahul shine again as India reach 108 for 1 at lunch on Day 3
ରୋହିତ-ରାହୁଲଙ୍କ ଲଢୁଆ ଇଂନିସ, ଲଞ୍ଚ୍‌ ସୁଦ୍ଧା ଭାରତ ୧୦୮/୧
author img

By

Published : Sep 4, 2021, 7:39 PM IST

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ଟେଷ୍ଟ ଓଭାଲରେ ଜାରି ରହିଛି । ଇଂଲଣ୍ଡ ପ୍ରଥମ ଇଂନିସରେ ଆଗୁଆ ହେବାପରେ ଭାରତ ଦ୍ବିତୀୟ ଇଂନିସ ବ୍ୟାଟିଂ ରଖିଛି । ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଲଢୁଆ ପ୍ରଦର୍ଶନ ସହ ପ୍ରଥମ ୱିକେଟ ଯୋଡିରେ ୮୩ ରନର ଭାଗିଦାରୀ କରିଥିଲେ । ମାତ୍ର ଇଂଲିସ ଷ୍ଟାର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏହି ଯୋଡି ଭାଙ୍ଗିବାରେ ସଫଳ ହୋଇଥିଲେ । ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ରାହୁଲଙ୍କ ୱିକେଟ ହରାଇ ଭାରତ ୧୦୮ ରନ୍‌ ସଂଗ୍ରହ କରିନେଇଛି ।

ଅନ୍ୟପଟେ ସିନିୟର ଓପନର ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତଙ୍କ ସହ ମିଶି ରାହୁଲ ଶନିବାର ଆଉ ୮୩ ରନ୍‌ ଯୋଡିଥିଲେ । ମାତ୍ର ଆଣ୍ଡରସନ, ୱିକେଟ କିପର ଜନ୍ନି ବେୟାରଷ୍ଟୋଙ୍କ ହାତରେ ରାହୁଲଙ୍କୁ କ୍ୟାଚ୍‌ ଆଉଟ୍‌ କରାଇ ପାଭିଲିୟନ ଫେରାଇଥିଲେ । ଏହି ନିଷ୍ପତ୍ତିରେ ରାହୁଲ ସନ୍ତୁଷ୍ଟ ନଥିଲେ ଓ ବଲ୍‌ ଟ୍ରାକ୍‌ରରେ ତାଙ୍କର ବ୍ୟାଟ୍‌ ପ୍ୟାଡ୍‌ରେ ବାଜିଥିବା ଜଣାପଡିଥିଲା । ମାତ୍ର ରିପ୍ଲେରେ ଏହା ସଠିକ୍‌ ନିଷ୍ପତ୍ତି ଥିବା ସ୍ପଷ୍ଟ ହୋଇଥିଲା ।

ଲଞ୍ଚ୍‌ ସୁଦ୍ଧା ଚେତେଶ୍ବର ପୂଜାରା ରୋହିତଙ୍କ ସହ ମିଶି ଭାରତର ସ୍କୋର ଆଗକୁ ବଢାଇଥିଲେ । ପ୍ରଥମ ଇଂନିସରେ ଇଂଲଣ୍ଡ ଠାରୁ ୯୯ ରନରେ ପଛୁଆ ଥିବା ଭାରତ ଏବେ ୯ ରନରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.