ETV Bharat / sports

Rishabh Pant: ମୈଦାନକୁ ଫେରିଲେ ଋଷଭ ପନ୍ତ, ପୁଣି ବର୍ଷିଲା ଚୌକା-ଛକା - ପଡ଼ିଆକୁ ଫେରିଛନ୍ତି ଋଷଭ ପନ୍ତ

ପୁଣିଥରେ ପଡ଼ିଆକୁ ଫେରିଛନ୍ତି ଋଷଭ ପନ୍ତ । ହାତରେ ବ୍ୟାଟ ଧରି ପୂର୍ବ ଭଳି ମାରୁଛନ୍ତି ଚୌକା ଓ ଛକା । ଭିଡିଓ ଦେଖି ବେଶ ଖୁସି ପ୍ରଶଂସକ । ଅଧିକ ପଢ଼ନ୍ତୁ

ମୈଦାନକୁ ଫେରିଲେ ଋଷଭ ପନ୍ତ
ମୈଦାନକୁ ଫେରିଲେ ଋଷଭ ପନ୍ତ
author img

By

Published : Aug 17, 2023, 6:57 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଗତବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଋଷଭ ପନ୍ତଙ୍କ କ୍ରିକେଟ୍ ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ହେଲେ ଏବେ ପୁଣିଥରେ ପଡ଼ିଆକୁ ଫେରିଛନ୍ତି ଋଷଭ ପନ୍ତ । ହାତରେ ବ୍ୟାଟ ଧରି ପୂର୍ବ ଭଳି ଖୁବ ଚୌକା ଓ ଛକା ମାରୁଥିବାର ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି । ନିଜେ ପନ୍ତ ଭାରୋତ୍ତୋଳନ କରୁଥିବାର ଭିଡିଓ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଭାରତୀୟ କ୍ରିକେଟ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ଋଷଭ ପନ୍ତ । ସେ ଅଗଷ୍ଟ ୧୫ ତାରିଖରେ ବ୍ୟାଟ ଧରି ପଡ଼ିଆକୁ ଓହ୍ଲାଇ ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରି ଦେଇଛନ୍ତି । କେବଳ ବ୍ୟାଟିଂ ନୁହେଁ, ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ରହିଥିବା ପନ୍ତଙ୍କ ଭିଡିଓରେ ସେ ୱିକେଟ କିପିଂ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । କ୍ରିକେଟ୍‌ ପଡ଼ିଆକୁ ଯଥାଶୀଘ୍ର ଫେରିବାର ଆଗ୍ରହ ପାଇଁ ଖୁବ କମ ସମୟ ଭିତରେ ପନ୍ତ ସୁସ୍ଥ ହୋଇଥିଲେ । କେବଳ ସେ ସୁସ୍ଥ ହୋଇନାହାନ୍ତି, ଶତପ୍ରତିଶତ ଫିଟ୍‌ନେସ୍ ପାଇବାକୁ କଠିନ ପରିଶ୍ରମ ବି କରୁଛନ୍ତି । ଯାହାର ଏକ ଭିଡିଓ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏଥିରେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ)ରେ ତାଙ୍କୁ ଭାରୋତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢ଼ନ୍ତୁ...Rishabh Pant Health Update: ଶୀଘ୍ର ଫେରିବେ ପନ୍ତ ! 140km ସ୍ପିଡ୍‌ ବଲରେ କରୁଛନ୍ତି ଅଭ୍ୟାସ

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ମାସରେ ପନ୍ତ ଏକ ଭୟଙ୍କର କାର୍ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହାପରେ ଦୀର୍ଘ ୮ ମାସ ଧରି ପନ୍ତ କ୍ରିକେଟରୁ ଦୂରେଇ ରହିଛନ୍ତି । ତେବେ ସୁସ୍ଥ ହୋଇ ପୁଣିଥରେ ଖେଳିବା ପାଇଁ ତାଙ୍କୁ ପ୍ରାୟ ଏକ ବର୍ଷ ବା ଅଧିକ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେ ଏହାକୁ ଭୁଲ ପ୍ରମାଣିତ କରି ଯଥାଶୀଘ୍ର ସୁସ୍ଥ ହେବା ସହିତ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି । ହେଲେ ବିଶ୍ବକପ୍‌ ପୂର୍ବରୁ ସେ ଦଳକୁ ଫେରିବା ଆଶା କ୍ଷୀଣ । ସେଥିପାଇଁ ତେବେ ବର୍ତ୍ତମାନ ଇଶାନ କିଶାନ, ସଞ୍ଜୁ ସାମସନ ଏବଂ କେଏଲ ରାହୁଲ ୱିକେଟକିପର ଭୂମିକାରେ ବିଶ୍ବକପ ପାଇଁ ଭାରତୀୟ ଦଳରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.