ETV Bharat / sports

ଋଷବ ପନ୍ତ ଉତ୍ତରାଖଣ୍ଡ ବ୍ରାଣ୍ଡ ଆମ୍ବାସଡର - ପନ୍ତ ଉତ୍ତରାଖଣ୍ଡ ବ୍ରାଣ୍ଡ ଆମ୍ବାସଡର

ଉତ୍ତରାଖଣ୍ଡ ରାଜ୍ୟର ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଋଷବ ପନ୍ତ । ଅଧିକ ପଢନ୍ତୁ

ଋଷବ ପନ୍ତ ଉତ୍ତରାଖଣ୍ଡ ବ୍ରାଣ୍ଡ ଆମ୍ବାସଡର
ଋଷବ ପନ୍ତ ଉତ୍ତରାଖଣ୍ଡ ବ୍ରାଣ୍ଡ ଆମ୍ବାସଡର
author img

By

Published : Aug 12, 2022, 12:16 PM IST

ନୂଆଦିଲ୍ଲୀ: ଋଷବ ପନ୍ତ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ । ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଋଷବ ପନ୍ତ ଉତ୍ତରାଖଣ୍ଡ ରାଜ୍ୟର ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦିଲ୍ଲୀରେ ଥିବା ଉତ୍ତରାଖଣ୍ଡ ସଦନରେ ଏ ବିଷୟରେ ଘୋଷଣା କରିଛନ୍ତି ।

ଏ ବିଷୟରେ ଘୋଷଣା କରି ପନ୍ତଙ୍କ ଶୁଭେଚ୍ଛା ଜଣାଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି,'' ଯେଉଁଭଳି ଭାବେ ଦୃଢ ଇଚ୍ଛାଶକ୍ତି ବଳରେ ବିଶ୍ବ କ୍ରିକେଟରେ ପନ୍ତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା । ତାହା ସମସ୍ତ ରାଜ୍ୟ ଓ ଦେଶକୁ ଗୌରବନ୍ବିତ କରିଛନ୍ତି । କ୍ରୀଡାଜଗତରେ ତାଙ୍କ ଅବଦାନ ଯୁବପିଢିକୁ ପ୍ରେରଣା ଦେବ । ତାଙ୍କୁ ଉତ୍ତରାଖଣ୍ଡ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରି ଖୁସି ଅନୁଭବ କରୁଛି ।''

ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ପରେ ପନ୍ତ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ''ଏହି ସମ୍ମାନ ପ୍ରଦାନ କରିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି । ରାଜ୍ୟ ସେବା ପାଇଁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।''

ପ୍ରକାଶ ଥାଉକି, ଋଷବ ପନ୍ତଙ୍କ ଜନ୍ମ ଉତ୍ତରାଖଣ୍ଡ ହରିଦ୍ବାରର ରୋର୍କା ଜିଲ୍ଲାରେ । ସେ କ୍ୟାରିୟର ଆରମ୍ଭରୁ ଉତ୍ତରାଖଣ୍ଡ ପାଇଁ ଖେଳୁଥିଲେ । ପରେ ଦିଲ୍ଲୀ ଓ ରାଜସ୍ଥାନ ପକ୍ଷରୁ ଘରୋଇ କ୍ରିକେଟ ଖେଳିଥିଲେ । ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ଜଣେ ଦକ୍ଷ ଖେଳାଳି ଭାବେ ଉଭା ହୋଇଛନ୍ତି ଋଷବ ପନ୍ତ । ସେ ଭାରତୀୟ ଦଳ ପାଇଁ 31ଟି ଟେଷ୍ଟ, 27ଟି ଦିନିକିଆ ଓ 54ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଛନ୍ତି ପନ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.