ETV Bharat / sports

Uttar Pradesh T20 league: ଶେଷ ଓଭରରେ ପୁଣି ରିଙ୍କୁଙ୍କ ଜଲ୍‌ୱା, ହ୍ୟାଟ୍ରିକ୍‌ ଛକା ମାରି ମିରଟକୁ ଜିତାଇଲେ

author img

By ETV Bharat Odisha Team

Published : Sep 2, 2023, 7:17 AM IST

ପୁଣିଥରେ ଶେଷ ଓଭରରେ ଜଲ୍‌ୱା ଦେଖାଇଲେ ରିଙ୍କୁ ସିଂହ । ଉତ୍ତର ପ୍ରଦେଶ ଟି୨୦ରେ କାଶୀ ରୁଦ୍ର ବିପକ୍ଷରେ ହ୍ୟାଟ୍ରିକ୍‌ ଛକା ମାରି ମିରଟକୁ ଜିତାଇଲେ ରିଙ୍କୁ । ଅଧିକ ପଢ଼ନ୍ତୁ

ପୁଣି ଶେଷ ଓଭରରେ ରିଙ୍କୁଙ୍କ ଜଲ୍‌ୱା
ପୁଣି ଶେଷ ଓଭରରେ ରିଙ୍କୁଙ୍କ ଜଲ୍‌ୱା

ଲକ୍ଷ୍ନୌ/କାନପୁର: ସେ ଆଇପିଏଲ୍‌ ହେଉ ବା ଉତ୍ତର ପ୍ରଦେଶ ଟି୨୦, ଯେତେବେଳେ ବି ନିଜ ଦଳକୁ ଶେଷ ଓଭରେ ମିରାକିଲ୍‌ର ଆବଶ୍ୟକତା ଥିବ, ସେତେବେଳେ ଏହା କରି ଦେଖାଇଥାନ୍ତି ରିଙ୍କୁ ସିଂହ । ୨୦୨୩ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ଯେତେବେଳେ ଶେଷ ଓଭରର ଶେଷ ୫ ବଲରେ ବିଜୟ ପାଇଁ ୩୦ ରନର ଆବଶ୍ୟକତା ଥିଲା, ସେତେବେଳେ ଦଳର ସମସ୍ତ ଖେଳାଳି ଓ ପ୍ରଶଂସକ ଆଶା ହରାଇ ବସିଥିଲେ । ହେଲେ ରିଙ୍କୁ ସିଂହ ଗୁଜରାଟ ଟାଇଟନ୍ସର ବୋଲର ୟଶ ଦୟାଲଙ୍କୁ ୫ ବଲରେ ୫ ଛକା ମାରି ଅସମ୍ଭବକୁ ସମ୍ଭବ କରିଥିଲେ ଏବଂ କୋଲକାତାକୁ ମଧ୍ୟ ଜିତାଇଥିଲେ । ଏବେ ପୁଣିଥରେ ସେମିତି କିଛି କରିଛନ୍ତି ରିଙ୍କୁ । ମିରଟ ପାଇଁ ଖେଳୁଥିବା ରିଙ୍କୁ ସୁପର ଓଭରରେ ୩ ବଲରେ ୩ ଛକା ମାରି ନିଜ ଦଳକୁ ଜିତାଇବାକୁ ସକ୍ଷମ ହୋଇଛନ୍ତି ।

ଜାରି ରହିଥିବା ଉତ୍ତର ପ୍ରଦେଶ ଟି୨୦ ଲିଗ୍‌ରେ ଏହି ଷ୍ଟାର ଫିନିସର୍‌ Meerut Mavericks ପକ୍ଷରୁ ଖେଳୁଛନ୍ତି । ଗୁରୁବାର କାଶୀ ରୁଦ୍ର ବିପକ୍ଷରେ ତାଙ୍କ ଦଳର ମ୍ୟାଚ୍‌ ରହିଥିଲା । ଟୁର୍ଣ୍ଣାମେଣ୍ଟର ଏଲିମିନେଟର୍‌ରେ ରିଙ୍କୁ ସିଂହଙ୍କ ଦଳକୁ ସୁପର ଓଭରରେ ଜିତିବା ପାଇଁ ୧୭ ରନର ଆବଶ୍ୟକ ରହିଥିଲା । ହେଲେ ଏହାକୁ ରିଙ୍କୁ ୩ ବଲରେ ୩ ଛକା ମାରି ଶେଷ କରିଛନ୍ତି । ଆଇପିଏଲରେ ସେ ବାମହାତୀ ପେସର ୟଶ ଦୟାଲଙ୍କୁ ୫ ଛକା ମାରିଥିଲେ । ଆଉ ଏଥର ସେ ବାମହାତୀ ସ୍ପିନର ଶିବ ସିଂହଙ୍କୁ ୩ ବଲରେ ୩ ଛକା ମାରି ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଶ୍ରୀଲଙ୍କାର ବିଜୟ ଅଭିଯାନ, ବାଂଲାଦେଶକୁ 5 ୱିକେଟରେ ହରାଇଲା

ଦୁଇ ଦଳ ନିର୍ଦ୍ଧାରିତ ୨୦ ଓଭର ପରେ ସମାନ ୧୮୧ ରନ କରିବାରୁ ମ୍ୟାଚ୍‌ ଡ୍ର ହୋଇଥିଲା । ଏଥିରେ ରିଙ୍କୁ ୨୨ ବଲରେ କେବଳ ୧୫ ରନ କରିବାକୁ ସକ୍ଷମ ହୋଇଥିଲେ । ମ୍ୟାଚ୍‌ ଡ୍ର ହେବାପରେ ସୁପର ଓଭରର ପ୍ରଥମ ବଲରେ ରିଙ୍କୁ ସିଙ୍ଗଲ ନେଇ ନଥିଲେ । ଯାହା ତାଙ୍କ ଦଳ ତଥା ପ୍ରଶଂସକଙ୍କୁ ନିରାଶ କରିଥିଲା । କିନ୍ତୁ ଏହାର ପରବର୍ତ୍ତୀ ୩ ବଲରେ ସେ ୩ ଛକା ମାରି ମିରଟଙ୍କୁ ବିଜୟୀ କରାଇଥିଲେ । ଓଭରର ଦ୍ବିତୀୟ ବଲକୁ ଲଙ୍ଗ୍‌ ଅଫ୍‌ରେ ଛକା ମାରିଥିଲେ ରିଙ୍କୁ । ଏହାପରେ ତୃତୀୟ ବଲକୁ ସେ ମିଡ୍‌ ୱିକେଟ୍‌ରେ ଛକା ମାରିଥିଲେ ଓ ଚତୁର୍ଥ ବଲକୁ ସେ ପୁଣି ଲଙ୍ଗ୍‌ ଅଫ୍‌ ଅଞ୍ଚଳରେ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ । ନିକଟରେ ଭାରତ ପାଇଁ ଟି୨୦ରେ ଡେବ୍ୟୁ କରିବା ସହ ଡେବ୍ୟୁ ମ୍ୟାଚ୍‌ରେ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ ରିଙ୍କୁ । ଏବେ ସେ ଏସିଆନ୍‌ ଗେମ୍ସରେ ମଧ୍ୟ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.