ETV Bharat / sports

ରେଣୁକା ସିଂହ ହେଲେ ICC ଇମାର୍ଜିଂ ପ୍ଲେୟର ଅଫ ଦି ଇୟର - ICC ଇମାର୍ଜିଂ ପ୍ଲେୟର ଅଫ ଦି ଇୟର

ରେଣୁକା ସିଂହଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ICC ଇମାର୍ଜିଂ ପ୍ଲେୟର ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରିଛି । ଅଧିକ ପଢନ୍ତୁ

ରେଣୁକା ସିଂହ
ରେଣୁକା ସିଂହ
author img

By

Published : Jan 25, 2023, 10:55 PM IST

ହାଇଦ୍ରାବାଦ : ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ବୋଲର ରେଣୁକା ସିଂହଙ୍କୁ ICC ଇମାର୍ଜିଂ ପ୍ଲେୟର ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରିଛି । ରେଣୁକା ସିଂହଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ICC ଇମାର୍ଜିଂ ପ୍ଲେୟର ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରିଛି । ଏହି ପୁରସ୍କାର ପାଇଁ ଅଷ୍ଟ୍ରେଲିଆର ଡାର୍ସି ବ୍ରାଉନ ଏବଂ ଇଂଲଣ୍ଡର ଏଲିସ କେପ୍ସୀ ଏବଂ ଭାରତୀୟ ମହିଳା କ୍ରିକେଟ ଟିମର ୟସ୍ତିକା ଭାଟିଆଙ୍କ ନାମକୁ ମନୋନୀତ କରାଯାଇଥିଲା । ତେବେ ରେସରେ ଥିବା ଏହି ତିନି ମହିଳା କ୍ରିକେଟରଙ୍କୁ ପଛରେ ପକାଇଛନ୍ତି ଷ୍ଟାର ବୋଲର ରେଣୁକା ସିଂହ ।

ରେଣୁକା ସିଂହ ୨୦୨୨ ବର୍ଷରେ ଦିନିକିଆ ଏବଂ ଟି୨୦ ଫର୍ମାଟରେ ପାଖାପାଖି ୪୦ ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ରେଣୁକା ସିଂହ ୧୪.୮୮ ଏଭାରେଜ ସହିତ ୧୮ ଟି ୱିକେଟ ହାସଲ କରିଥିଲେ । ଏଥିରେ ତାଙ୍କର ଇକୋନୋମୀ ରେଟ ୪.୬୨ ରହିଥିଲା । ସେହିପରି ଅନ୍ତର୍ଜାତୀୟ ଟି୨୦ ଫର୍ମାଟରେ ରେଣୁକା ୨୩.୯୫ ଏଭାରେଜ ସହିତ ୨୨ ଟି ୱିକେଟ ହାତେଇଥିଲେ । ଏଥିରେ ତାଙ୍କର ଇକୋନମୀ ରେଟ ୬.୫୦ ରହିଥିଲା ।

ICC ଇମାର୍ଜିଂ ପ୍ଲେୟର ଅଫ ଦି ଇୟର ସମ୍ମାନରେ ସମ୍ମାନିତ ହେବା ପରେ ରେଣୁକା କହିଛନ୍ତି, ତାଙ୍କ ପାଇଁ ସବୁଠୁ ଅଧିକ ସ୍ମରଣୀୟ ଇନିଂସ ରାଜ୍ୟଗୋଷ୍ଠୀ କ୍ରୀଡା ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ଭଲ ପ୍ରଦର୍ଶନ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାର ଅଲଗା ପ୍ରକାର ମଜା ରହିଥାଏ ବୋଲି କହିଥିଲେ ରେଣୁକା । ଏହା ସହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜରେ ବି ଆଖିଦୃଶିଆ ପ୍ରଦର୍ଶନ ରହିଥିଲା । "ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ମୋ ପାଇଁ ଏକ ବିଶେଷ ମୁହୂର୍ତ୍ତ ରହିଥିଲା । ICCର ଏହି ସମ୍ମାନର ଶ୍ରେୟ ମା, କୋଚ ଏବଂ ଭାରତୀୟ ଖେଳାଳି ସଦସ୍ୟଙ୍କୁ ଦେବାକୁ ଚାହିଁବି । କାରଣ ସେମାନଙ୍କ ବିନା ମୁଁ ସଫଳତା ହାସଲ କରିପାରିନଥାନ୍ତି ।"

ଭାରତୀୟ କ୍ରିକେଟରଙ୍କୁ ICC ପୁରସ୍କାର ବର୍ଷା । ଉଭୟ ମହିଳା ଏବଂ ପୁରୁଷ ବିଭାଗରେ ଭାରତୀୟ କ୍ରିକେଟର ICCର ଗୋଟିଏ ପରେ ଗୋଟିଏ ପୁରସ୍କାର ହାତେଇବାରେ ସଫଳ ହୋଇଛନ୍ତି । ICCର ନୂତନ ମାନ୍ୟତା ଜାରି ହୋଇଛି । ଦିନିକିଆ ଫର୍ମାଟର ବୋଲିଂ ମାନ୍ୟତାରେ ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସିରାଜ ଶେଷ୍ଠ ବୋଲର ଭାବରେ ଉଭା ହୋଇଛନ୍ତି । ସେହିପରି ICC ପୁରୁଷ ଟି୨୦ କ୍ରିକେଟର ଅଫ ଦି ଇୟର ୨୦୨୨ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ସେହିପରି ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ୩-୦ ରେ ସିରିଜ ପରାସ୍ତ କରିବା ପରେ, ICCର ଦିନିକିଆ ଫର୍ମାଟରେ ଭାରତ ଶୀର୍ଷ ସ୍ଥାନ ଅକ୍ତିଆର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.