ETV Bharat / sports

ବାନ୍ଧବୀ ବିନିଙ୍କୁ ବିବାହ କଲେ RCB ଷ୍ଟାର ମାକ୍ସୱେଲ୍‌

author img

By

Published : Mar 20, 2022, 7:29 PM IST

ଅଷ୍ଟ୍ରେଲିଆ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଷ୍ଟାର ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲ ବିବାହ ବନ୍ଧରେ ଆବନ୍ଧ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ ବାନ୍ଧବୀ ବିନି ରମଣଙ୍କୁ ବିବାହ କରିଛନ୍ତି ମାକ୍ସୱେଲ । ଅଧିକ ପଢନ୍ତୁ

RCB star Glenn Maxwell marries girlfriend Vini Raman ahead of IPL 2022
ବାନ୍ଧବୀ ବିନିଙ୍କୁ ବିବାହ କଲେ RCB ଷ୍ଟାର ମାକ୍ସୱେଲ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଷ୍ଟାର ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲ ବିବାହ ବନ୍ଧରେ ଆବନ୍ଧ ହୋଇଛନ୍ତି । ସେ ତାଙ୍କର ଦୀର୍ଘ ଦିନର ଭାରତୀୟ ବଂଶୋଦ୍ଭବ ବାନ୍ଧବୀ ବିନି ରମଣଙ୍କୁ ବିବାହ କରିଛନ୍ତି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାକ୍ସୱେଲ ନିଜର ବିବାହ ବେଳର ଫଟୋ ସେୟାର କରିଛନ୍ତି । ୧୮.୦୩.୨୦୨୨ରେ ବିବାହ ଅନୁଷ୍ଠିତ ହେବାସହ ମାକ୍ସୱେଲ ଓ ବିନିଙ୍କ ସଂପର୍କ ପରବର୍ତ୍ତୀ ସ୍ତରକୁ ଯାଇଛି ।

ଗ୍ଳେନ ମାକ୍ସୱେଲ ଓ ବିନି ରମଣ ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ପରସ୍ପରକୁ ଡେଟ୍‌ କରୁଥିଲେ । ପୂର୍ବରୁ ଏହି ଷ୍ଟାର ଯୋଡି ଫେବୃଆରୀ ୨୦୨୦ରେ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ନିର୍ବନ୍ଧ ଶେଷ ହୋଇଥିବା ଘୋଷଣା କରିଥିଲେ । ପ୍ରଥମ ବର୍ଷ ୨୦୧୭ରେ ସୋସିଆଲ ମିଡିଆରେ ଉଭୟଙ୍କର ଫଟୋ ସାମ୍ନାକୁ ଆସିଥିଲା । ଅଷ୍ଟ୍ରେଲୀୟ କ୍ରିକେଟ ଆୱାର୍ଡ ୨୦୧୯ରେ ମାକ୍ସୱେଲ ନିରଜ ପାର୍ଟନର ବିନିଙ୍କ ସହିତ ନଜର ଆସିଥିଲେ ।

ଇଣ୍ଡିଆନ ପ୍ରିମିୟର ଲିଗର ପଞ୍ଚଦଶ ସଂସ୍କରଣ(IPL ୨୦୨୨) ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି । ମାକ୍ସୱେଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମର ସଦସ୍ୟ ରହିଛନ୍ତି । RCB ମାର୍ଚ୍ଚ ୨୭ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଆଇପିଏଲ ଅଭିଯାନ ଆରମ୍ଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.