ETV Bharat / sports

IPL 2022: ଡୁପ୍ଲେସିସ୍‌ଙ୍କ ଲଢ଼ୁଆ ଇନିଂସ, ଲକ୍ଷ୍ନୌ ଆଗରେ ଟାର୍ଗେଟ ୧୮୧ - ଲକ୍ଷ୍ନୌ ବନାମ ବାଙ୍ଗାଲୋର

IPL 2022ରେ ଲକ୍ଷ୍ନୌ ସମ୍ମୁଖରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ବାଙ୍ଗାଲୋର । ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଲଢ଼ୁଆ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଡ଼ ସ୍କୋର୍‌ କରିବାରେ ସଫଳ ହୋଇଛି । ଅଧିକ ପଢ଼ନ୍ତୁ

IPL 2022: ଡୁ ପ୍ଲେସିସ୍‌ଙ୍କ ଲଢ଼ୁଆ ଇନିଂସ, ଲକ୍ଷ୍ନୌ ଆଗରେ ୧୮୧ ରନ୍‌ ଟାର୍ଗେଟ

author img

By

Published : Apr 19, 2022, 10:06 PM IST

Updated : Apr 20, 2022, 2:38 PM IST

ମୁମ୍ବାଇ: IPL 2022ରେ ଲକ୍ଷ୍ନୌ ସମ୍ମୁଖରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ବାଙ୍ଗାଲୋର । ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଲଢ଼ୁଆ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଡ଼ ସ୍କୋର୍‌ କରିବାରେ ସଫଳ ହୋଇଛି । ଇନଂସ ଆରମ୍ଭରୁ ବାଙ୍ଗାଲୋର ଦଳ ଓପନର ଅନୁଜ ରାୱତ ଓ ବିରାଟ କୋହଲିଙ୍କ ୱିକେଟ ହରାଇଥିଲା ।

ଏହାପରେ ଦଳର ମଙ୍ଗ ସମ୍ଭାଳିଥିଲେ ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ । ଗୋଟିଏ ପରେ ଗୋଟିଏ ବ୍ୟାଟର ଆଉଟ ହୋଇ ପାଭେଲିୟନ ଫେରୁଥିବା ବେଳେ ଅନ୍ୟ ପଟେ ଡୁ ପ୍ଲେସିସ୍‌ ବଡ଼ ସଟ୍‌ ଖେଳିବା ଜାରି ରଖିଥିଲେ । ସେ ମାକ୍ସୱେଲ, ଶାହାବାଜ ଅହମ୍ମଦଙ୍କ ସହ ଭଲ ଭାଗଦାରୀ କରି ଦଳକୁ ଏକ ବଡ଼ ସ୍କୋରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ମାକ୍ସୱେଲ ୨୩ ରନ୍‌ କରି ଆଉଟ ହୋଇଥିବା ବେଳେ ଶାହାବାଜ ୨୬ ରନ୍‌ କରି ଆଉଟ ହୋଇଥିଲେ ।

ଶତକରୁ ମାତ୍ର ୪ ରନ୍‌ରେ ବଞ୍ଚିତ ହୋଇଛନ୍ତି ଫାଫ୍‌ ଡୁ ପ୍ଲେସିସ୍‌ । ସେ ୬୪ ବଲ୍‌ରୁ ଦୁଇଟି ଛକା ଓ ୧୧ଟି ଚୌକା ସହ ୯୬ ରନ୍‌ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ଦୁଷ୍ମନ୍ତ ଚମିରା ଓ ଜେଶନ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ କୃଣାଲ ପାଣ୍ଡ୍ୟା ଗୋଟିଏ ୱିକେଟ ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ବାଙ୍ଗାଲୋର ୬ ୱିକେଟ ହରାଇ ୧୮୧ ରନ୍‌ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2022, 2:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.