ETV Bharat / sports

1 ରନରେ ହାରିଲା ଦିଲ୍ଲୀ, ପୁଣି ଶୀର୍ଷରେ ଆରିସିବି

author img

By

Published : Apr 28, 2021, 7:29 AM IST

ଆଇପିଏଲର 22ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ 1ରନରେ ହରାଇ ପୁଣି ପଏଣ୍ଟ ଟେବୁଲ ଶୀର୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢନ୍ତୁ...

1ରନରେ ହାରିଲା ଦିଲ୍ଲୀ
1ରନରେ ହାରିଲା ଦିଲ୍ଲୀ

ଅହମ୍ମଦାବାଦ: ଦିଲ୍ଲୀକୁ 1 ରନରେ ହରାଇଲା ବାଙ୍ଗାଲୋର । ମୋଟେରା ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର 22ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଶେଷ ଓଭରରେ ମହମ୍ମଦ ସିରାଜଙ୍କ ଶୃଙ୍ଖଳିତ ବୋଲିଂ ବଳରେ ବିଜୟୀ ହୋଇଛି ବାଙ୍ଗାଲୋର ।

ପ୍ରଥମେ ଟସ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପଡିଆକୁ ଆସି ପାଳି ଆରମ୍ଭ କରିଥିଲେ କୋହଲି ଓ ହେବଦତ୍ତ ପାଡିକଲ । କ୍ୟାପିଟାଲ୍ସର ଦୁଇ ଘାତକ ବୋଲର ଈଶାନ୍ତ ଶର୍ମା ଓ ଅଭେଶ ଖାନଙ୍କ ବୋଲିଂରେ 30ରନରେ ଦଳ ତାର ଦୁଇ ଓପନରଙ୍କୁ ହରାଇଥିଲା । କୋହଲି 12 ଓ ପାଡିକଲ 17ରନ କରି ଆଉଟ ହୋଇଥିଲେ । ଏହା ପରେ ଦଳୀୟ ସ୍କୋର 60ବେଳକୁ ମ୍ୟାକ୍ସୱେଲ 25ରନ କରି ଆଉଟ ହୋଇଥିଲେ । ଦଳକୁ ସମ୍ଭାଳିବାକୁ ଆସିଥିଲେ ଡି ଭିଲର୍ସ ଓ ପତିଦର । ଉଭୟଙ୍କ ଭାଗିଦାରୀରେ 54ରନ ସଂଗ୍ରହ କରିଥିଲା ବାଙ୍ଗାଲୋର । ଦଳୀୟ ସ୍କୋର 114ବେଳକୁ ପତିଦରଙ୍କ ପତନ ହୋଇଥିଲା । ଏହା ପରେ ଡି ଭିଲର୍ସ ଦୃଢ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ନେଇଥିଲେ । ଡି ଭିଲର୍ସ ଅପରାଜିତ 75ରନ ହାସଲ କରିଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 171 ରନ୍‌ ସଂଗ୍ରହ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦିଲ୍ଲୀକୁ 172 ରନ୍‌ର ଟାର୍ଗେଟ ଦେଇଥିଲା ବାଙ୍ଗାଲୋର ।

172ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ ଦଳ । ପ୍ରାରମ୍ଭରୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । 6ରନ କରି ଓପନର ଶିଖର ଧାୱନ ଆଉଟ ହୋଇଥିଲେ । ଷ୍ଟିଭେନ ସ୍ମିଥ 4ରନ କରି ଆଉଟ ହୋଇଥିଲେ । ପୃଥୀ ଶ' କିଛି ଦର୍ଶକୀୟ ସଟ ଖେଳି 21ରନରେ ବିଦାୟ ନେଇଥିଲେ । 47ରନ କରି ଦଳ ତାର ତିନୋଟି ୱିକେଟ ହରାଇ ଚିନ୍ତାରେ ପଡିଯାଇଥିଲେ । ଏହା ପରେ ଦଳକୁ ସମ୍ଭାଳିଥିଲେ ରିଶବ ପନ୍ତ ଓ ମାର୍କସ । ପନ୍ତଙ୍କ ବ୍ୟାଟିଂ ଦଳକୁ ବିଜୟୀ କରିବାର ଆଶା ଉଦଜ୍ଜୀବିତ କରିଥିଲା । ସିମରତ ହେତମେୟରଙ୍କ ଦମଦାର ବ୍ୟାଟିଂରେ ସେ 23 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । 18 ବଲରେ ବିଜୟ ପାଇଁ 46ରନର ଆବଶ୍ୟକ ଥିଲା । 18ତମ ଓଭରରେ 21ରନ ସଂଗ୍ରହ କରିଥିଲା ଦିଲ୍ଲୀ । ଏହା ପରେ ବିଜୟ ପାଇଁ 12ବଲରେ 25ରନ ଦରକାର ଥିଲା । 19ତମ ଓଭରରେ ପଟେଲ 11ରନ କରିଥିଲେ । ଅନ୍ତିମ ଓଭରରେ ଦିଲ୍ଲୀକୁ 14ରନ କରିବାର ଥିଲା । ମାତ୍ର ମହମ୍ମଦଙ୍କ ବୋଲିଂ ସବୁ ଏପଟ ସେପଟ କରିଦେଇଥିଲା । ଶେଷ ଦୁଇ ବଲରେ ପନ୍ତ ଦୁଇଟି ଚୌକା ମାରିଥିଲେ ମାତ୍ର ଦଳ ବିଜୟୀ ହୋଇପାରିଲା ନାହିଁ । ମାତ୍ର ଗୋଟିଏ ରନରେ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଛି ଦିଲ୍ଲୀ । ଦିଲ୍ଲୀକୁ ହରାଇ ପୁଣି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ଆରସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.