ETV Bharat / sports

WPL 2023: ଡିଭାଇନଙ୍କ ଡିଭିଲିୟର୍ସ ପାଳି, ଗୁଜରାଟକୁ ହରାଇଲା ଆରସିବି

author img

By

Published : Mar 19, 2023, 7:23 AM IST

ଡିଭାଇନଙ୍କ ଡିଭିଲିୟର୍ସ ପାଳି ବଳରେ ଗୁଜରାଟକୁ ହରାଇଲା ଆରସିବି । ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ସୋଫି ଡିଭାଇନଙ୍କ ଦମଦାର ବ୍ୟାଟିଂ ବଳରେ ଆରସିବି ଚଳିତ ସଂସ୍କରଣର କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ ଜିତି ଗୁରୁତ୍ବପୂର୍ଣ୍ଣ ଦୁଇ ପଏଣ୍ଟ ହାସଲ କରିଛି । ଅଧିକ ପଢ଼ନ୍ତୁ

ଡିଭାଇନଙ୍କ ଡିଭିଲିୟର୍ସ ପାଳି, ଗୁଜୁରାଟକୁ ହରାଇଲା ଆରସିବି

ମୁମ୍ବାଇ: ଜାରି ରହିଛି ଓମେନ୍‌ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣ । ଗତକାଲି ଗୁଜରାଟ ଜିଆଣ୍ଟ୍‌ସ୍‌ ଓ ଆରସିବି ଓମେନ ମଧ୍ୟରେ ଲାଗିଥିବା ମୁକାବିଲାରେ ଉଭୟ ଦଳର ବ୍ୟାଟରଙ୍କ ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତେବେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ସୋଫି ଡିଭାଇନଙ୍କ ଦମଦାର ବ୍ୟାଟିଂ ବଳରେ ଆରସିବି ଚଳିତ ସଂସ୍କରଣର କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ ଜିତି ଗୁରୁତ୍ବପୂର୍ଣ୍ଣ ଦୁଇ ପଏଣ୍ଟ ହାସଲ କରିଛି ।

ତେବେ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ଜିଆଣ୍ଟ୍‌ସ୍‌ ୨୦ ଓଭରରେ ୪ ୱିକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପାଳି ଆରମ୍ଭ କରିବାକୁ ଆସିଥିବା ଇଂରାଜୀ ବ୍ୟାଟର ସୋଫିଆ ଡଙ୍କଲି କେବଳ ୧୬ ରନ ସଂଗ୍ରହ କରିଥିବା ବେଳେ ତାଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଆରସିବିର ସୋଫି ଡିଭାଇନ । ଏହାପରେ ଗୋଟିଏ ପଟେ ପାଳିକୁ ସମ୍ଭାଳି ବ୍ୟାଟିଂ କରିଥିଲେ ଦକ୍ଷିଣ ଆଫ୍ରିକାର ଲୌରା ୱଲଭାର୍ଟ । ସେ ସମୁଦାୟ ୪୨ ବଲ ଖେଳି ୯ ଚୌକା ଓ ୨ଟି ଛକା ବଳରେ ୬୮ ରନ ସଂଗ୍ରହ କରିଥିବା ବେଳେ ତାଙ୍କୁ ଶ୍ରେୟଙ୍କା ପଟିଲ ପାଭିଲିୟନ ଫେରାଇ ଦେଇଥିଲେ । ସଭିନେନି ମେଘନା ଓ ଆସଲେଇ ଗାର୍ଡନର ଯଥାକ୍ରମେ ୩୧ ଓ ୪୧ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହେମଲତା ଓ ହରଲିନ ଦେଓଲ ଅପରାଜିତ ରହି ଯଥାକ୍ରମେ ୧୬ ଓ ୧୨ ରନ କରିଥିଲେ । ଏହି ପାଳିରେ ଆରସିବି ପକ୍ଷରୁ ଶ୍ରେୟଙ୍କା ପଟିଲ ୨ଟି ୱିକେଟ ପାଇଥିବା ବେଳେ ସୋଫି ଡିଭାଇନ ଓ ପ୍ରୀତି ବୋଷ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ ।

WHAT. AN. INNINGS. 🔥

The whole stadium applauds! We are in disbelief but Sophie has to depart. 💔#PlayBold #ನಮ್ಮRCB #SheIsBold #WPL2023 #RCBvGG pic.twitter.com/JRWFztHO1i

— Royal Challengers Bangalore (@RCBTweets) March 18, 2023 " class="align-text-top noRightClick twitterSection" data=" ">

ଆରସିବି ପାଳି ଆରମ୍ଭରୁ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଅଧିନାୟିକା ସ୍ମୃତି ମାନ୍ଧାନା ୩୧ ବଲରୁ ୩୭ ରନ ସଂଗ୍ରହ କରି ପାଭିଲିୟନ ଫେରିଥିବା ବେଳେ ଅନ୍ୟପଟେ ସୋଫି ଡିଭାଇନ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ । ସେ ୩୬ ବଲରୁ ୯ ଚୌକା ଓ ୮ ଛକା ବଳରେ ୯୯ ରନ ସଂଗ୍ରହ କରିଥିଲେ । ତେବେ ଓମେନ ଆଇପିଏଲର ପ୍ରଥମ ଶତକ କରିବାରୁ ମାତ୍ର ଗୋଟିଏ ରନ ପଛରେ ରହିଯାଇଥିଲେ ସେ । ଅନ୍ୟମାନଙ୍କ ମଧ୍ୟରେ ଇଲାଇସ ପେରୀ ଓ ହେଥର ନାଇଟ ଯଥାକ୍ରମେ ଅପରାଜିତ ୧୯ ଓ ୨୨ ରନ କରି ପାଳି ଶେଷ କରିଥିଲେ । ଏହି ମ୍ୟାଚ୍‌କୁ ୮ ୱିକେଟରେ ଜିତି ନେଇଛି ଆରସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ମୁମ୍ବାଇ: ଜାରି ରହିଛି ଓମେନ୍‌ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣ । ଗତକାଲି ଗୁଜରାଟ ଜିଆଣ୍ଟ୍‌ସ୍‌ ଓ ଆରସିବି ଓମେନ ମଧ୍ୟରେ ଲାଗିଥିବା ମୁକାବିଲାରେ ଉଭୟ ଦଳର ବ୍ୟାଟରଙ୍କ ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତେବେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ସୋଫି ଡିଭାଇନଙ୍କ ଦମଦାର ବ୍ୟାଟିଂ ବଳରେ ଆରସିବି ଚଳିତ ସଂସ୍କରଣର କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ ଜିତି ଗୁରୁତ୍ବପୂର୍ଣ୍ଣ ଦୁଇ ପଏଣ୍ଟ ହାସଲ କରିଛି ।

ତେବେ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ଜିଆଣ୍ଟ୍‌ସ୍‌ ୨୦ ଓଭରରେ ୪ ୱିକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପାଳି ଆରମ୍ଭ କରିବାକୁ ଆସିଥିବା ଇଂରାଜୀ ବ୍ୟାଟର ସୋଫିଆ ଡଙ୍କଲି କେବଳ ୧୬ ରନ ସଂଗ୍ରହ କରିଥିବା ବେଳେ ତାଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଆରସିବିର ସୋଫି ଡିଭାଇନ । ଏହାପରେ ଗୋଟିଏ ପଟେ ପାଳିକୁ ସମ୍ଭାଳି ବ୍ୟାଟିଂ କରିଥିଲେ ଦକ୍ଷିଣ ଆଫ୍ରିକାର ଲୌରା ୱଲଭାର୍ଟ । ସେ ସମୁଦାୟ ୪୨ ବଲ ଖେଳି ୯ ଚୌକା ଓ ୨ଟି ଛକା ବଳରେ ୬୮ ରନ ସଂଗ୍ରହ କରିଥିବା ବେଳେ ତାଙ୍କୁ ଶ୍ରେୟଙ୍କା ପଟିଲ ପାଭିଲିୟନ ଫେରାଇ ଦେଇଥିଲେ । ସଭିନେନି ମେଘନା ଓ ଆସଲେଇ ଗାର୍ଡନର ଯଥାକ୍ରମେ ୩୧ ଓ ୪୧ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହେମଲତା ଓ ହରଲିନ ଦେଓଲ ଅପରାଜିତ ରହି ଯଥାକ୍ରମେ ୧୬ ଓ ୧୨ ରନ କରିଥିଲେ । ଏହି ପାଳିରେ ଆରସିବି ପକ୍ଷରୁ ଶ୍ରେୟଙ୍କା ପଟିଲ ୨ଟି ୱିକେଟ ପାଇଥିବା ବେଳେ ସୋଫି ଡିଭାଇନ ଓ ପ୍ରୀତି ବୋଷ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ ।

ଆରସିବି ପାଳି ଆରମ୍ଭରୁ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଅଧିନାୟିକା ସ୍ମୃତି ମାନ୍ଧାନା ୩୧ ବଲରୁ ୩୭ ରନ ସଂଗ୍ରହ କରି ପାଭିଲିୟନ ଫେରିଥିବା ବେଳେ ଅନ୍ୟପଟେ ସୋଫି ଡିଭାଇନ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ । ସେ ୩୬ ବଲରୁ ୯ ଚୌକା ଓ ୮ ଛକା ବଳରେ ୯୯ ରନ ସଂଗ୍ରହ କରିଥିଲେ । ତେବେ ଓମେନ ଆଇପିଏଲର ପ୍ରଥମ ଶତକ କରିବାରୁ ମାତ୍ର ଗୋଟିଏ ରନ ପଛରେ ରହିଯାଇଥିଲେ ସେ । ଅନ୍ୟମାନଙ୍କ ମଧ୍ୟରେ ଇଲାଇସ ପେରୀ ଓ ହେଥର ନାଇଟ ଯଥାକ୍ରମେ ଅପରାଜିତ ୧୯ ଓ ୨୨ ରନ କରି ପାଳି ଶେଷ କରିଥିଲେ । ଏହି ମ୍ୟାଚ୍‌କୁ ୮ ୱିକେଟରେ ଜିତି ନେଇଛି ଆରସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.