ETV Bharat / sports

CSK ତରଫରୁ ଖେଳି ନ ପାରନ୍ତି ଜାଡେଜା - ଇଣ୍ଡିଆନ ପ୍ରିମିୟର ଲିଗ

ନିକଟରେ ଜାଡେଜା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ୨୦୨୧ ଏବଂ ୨୦୨୨ ମସିହା ଚେନ୍ନାଇ ସୁପର କିଙ୍ଗ୍ସ ଆପିଏଲ ସିଜିନ ସହିତ ଜଡିତ ପୋଷ୍ଟ ସବୁକୁ ଡିଲେଟ କରିଥିଲେ । ଏଥିରୁ ଚର୍ଚ୍ଚା ହେଉଛିକି ଜାଡେଜା ଆଗାମୀ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳି ନ ପାରନ୍ତି । ଅଧିକ ପଢନ୍ତୁ

ସିଏସକେ ତରଫରୁ ଖେଳି ନ ପାରନ୍ତି ଜାଡେଜା
ସିଏସକେ ତରଫରୁ ଖେଳି ନ ପାରନ୍ତି ଜାଡେଜା
author img

By

Published : Aug 15, 2022, 10:03 PM IST

ହାଇଦ୍ରାବାଦ: ଆଗାମୀ ଆଇପିଏଲ (Indian Premier League) ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ(Chennai Super Kings ) ତରଫରୁ ଖେଳି ନ ପାରନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ୨୦୨୨ ମସିହା ଆଇପିଏଲ ସିଜିନପରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଯୋଗାଯୋଗ ରହିନାହିଁ । ୨୦୧୨ ମସିହାରୁ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳି ଆସୁଛନ୍ତି । ହେଲେ ଆଗକୁ ସେ ଚେନ୍ନାଇ ସୁପର କିଙ୍ଗ୍ସରୁ ବିରତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆଇପିଏଲରେ ଚାରି ଥର ଚମ୍ପିଆନ ଟ୍ରଫି ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୨ ଆଇପିଏଲ ସିଜିନରେ ଏତେ ଭଲ ପ୍ରଦର୍ଶନ କରିନଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ୨୦୨୨ ମସିହା ଆଇପିଏଲ ସିଜିନରେ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ମଙ୍ଗ ଧରି ଥିଲେ । ହେଲେ ସିଜିନ ମଝିରେ ଜାଡେଜାଙ୍କୁ ଅଧିନାୟକ ପଦରୁ ନିବୃତ କରାଯାଇ ମହେନ୍ଦ୍ର ସିଂ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଅଧିନାୟକ ପଦ ଦିଆଯାଇଥିଲା । କ୍ରିକେଟ ମାହୋଲରେ ଚର୍ଚ୍ଚା ହେଉଛି କି ୨୦୨୨ ଆଇପିଏଲ ସିଜିନ ପରେ ରବୀନ୍ଦ୍ର ଜାଡେଜା ସିଏସକେ ଫ୍ରେଞ୍ଚାଇଜ ମାଲିକ ସହିତ କୌଣସି ସଂପର୍କ ରଖିନାହାନ୍ତି ।

୨୦୨୨ ଆଇପିଏଲ ସିଜିନରେ ଜାଡେଜା ୮ ଟି ମୁକାବିଲାରେ ନେତୃତ୍ବ ନେଇଥିଲେ । ସେଥିରୁ ୨ ମ୍ୟାଚରେ ବିଜୟ ହାସଲ କରିଥିବା ସହିତ ୬ ଟି ମ୍ୟାଚରେ ପରାଜିତ ହୋଇଥିଲେ । ୨୦୨୨ ମସିହା ଆଇପିଏଲ ସିଜିନ ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା । ବ୍ୟାଟିଂ ଏବଂ ବୋଲିଂ ପ୍ରଦର୍ଶନରେ ସେ ବିଫଳ ହୋଇଥିଲେ । ଏହା ସହିତ ଖରାପ ଫିଲ୍ଡିଂ ପାଇଁ ମଧ୍ୟ ସେ ଆଲୋଚନାର ଶୀକାର ହୋଇଥିଲେ । ନିକଟରେ ଜାଡେଜା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ୨୦୨୧ ଏବଂ ୨୦୨୨ ମସିହା ଆପିଏଲ ସିଜିନ ସହିତ ଜଡିତ ପୋଷ୍ଟ ସବୁକୁ ଡିଲେଟ କରିଥିଲେ । ଏଥିରୁ ଚର୍ଚ୍ଚା ହେଉଛିକି ଜାଡେଜା ଆଗାମୀ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳି ନ ପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.