ETV Bharat / sports

ବିଧାୟିକା ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ଜାଡେଜା, ଟ୍ବିଟ୍ ହେଲା ଭାଇରାଲ - ଜାଡେଜାଙ୍କ ଭାଇରାଲ ଟ୍ବିଟ୍

ବିଧାୟିକା ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ଜାଡେଜା । ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ବିଧାୟିକା ପତ୍ନୀଙ୍କୁ ଜଣାଇଲେ ଶୁଭେଚ୍ଛା । ଜାଡେଜାଙ୍କ ଏହି ଟ୍ବିଟ୍ ଏବେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

ବିଧାୟିକା ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ଜାଡେଜା, ଟ୍ବିଟ୍ ହେଲା ଭାଇରାଲ

author img

By

Published : Dec 9, 2022, 10:14 PM IST

ହାଇଦ୍ରାବାଦ : ବିଧାୟିକା ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ଜାଡେଜା । ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ବିଧାୟିକା ପତ୍ନୀଙ୍କୁ ଜଣାଇଲେ ଶୁଭେଚ୍ଛା । ଏହା ସହିତ ଏକ ଟ୍ବିଟ କରି ଜାମନଗର ଜନତାଙ୍କୁ ଧନ୍ୟବାଦ ଜଣାଇବା ସହିତ ନିଜ ପତ୍ନୀଙ୍କର ଶୁଭ ମନାସିଛନ୍ତି ।

  • Hello MLA you truly deserve it. જામનગર ની જનતા નો વિજય થયો છે. તમામ જનતા નો ખુબ ખુબ દીલથી આભાર માનુ છુ. જામનગર ના કામો ખુબ સારા થાય એવી માં આશાપુરા ને વિનંતી. જય માતાજી🙏🏻 #મારુજામનગર pic.twitter.com/2Omuup5CEW

    — Ravindrasinh jadeja (@imjadeja) December 9, 2022 " class="align-text-top noRightClick twitterSection" data=" ">

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରକାଶ ପାଇଛି ଗୁଜୁରାଟ ବିଧାନସଭା 2022 ନିର୍ବାଚନ ଫଳାଫଳ । ଗୁଜୁରାଟରେ ଭାରତୀୟ ଜନତା ପାର୍ଟି 2022 ବିଧାନସଭା ନିର୍ବାଚନରେ 182 ସିଟରୁ 156 ଟି ସିଟ ହାତେଇବାରେ ସଫଳ ହୋଇଛି । ତେବେ ଚଳିତ ଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଚର୍ଚ୍ଚିତ ଚେହେରା ବିଜୟୀ ଲାଭ କରିଛନ୍ତି । ତାଙ୍କ ମଧ୍ୟରୁ ଟିମ୍ ଇଣ୍ଡିଆ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଜାମନଗର ଉତ୍ତର ଆସନରୁ ବିଜୟୀ ଲାଭ କରିଛନ୍ତି । ରିଭାବା ତାଙ୍କ ପ୍ରତିଦ୍ବନ୍ଦୀଠାରୁ 53 ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ରିଭାବାଙ୍କୁ ମୋଟ 88, 835 ଟି ଭୋଟ ମିଳିଥିଲା ।

ଏହି ଅବସରରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ନିର୍ବାଚନରେ ରିଭାବାଙ୍କୁ ବିଧାୟକ ଭାବରେ ବିଜୟ କରାଇଥିବାରୁ ଜାମନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେ ରିଭାବାଙ୍କ ପାଇଁ ଏକ ଟ୍ବିଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି "ହେଲୋ ବିଧାୟିକା, ଆପଣ ଏହାର ଦାବିଦାର । ଜାମନଗର ଜନତାଙ୍କର ବିଜୟ ହୋଇଛି । ମୁଁ ସମସ୍ତ ଜନତାଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି । ଆଶାପୁରା ମାତାଙ୍କୁ ଏହା ପ୍ରାର୍ଥନା କି ଆପଣ ଜାମନଗରବାସୀଙ୍କ ସେବା ବହୁତ ଭଲ ଭାବରେ କରିବେ । ଜୟ ମାତା ଦୀ ।"

ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା 2019ରେ ବିଜେପିରେ ମିଶିଥିଲେ । ନିର୍ବାଚନ ଲଢିବା ବାବଦରେ ପଚାରିବାରୁ ରିଭାବା କହିଥିଲେ ଯଦି ପ୍ରଧାନମନ୍ତ୍ରୀ ଚାହାଁନ୍ତି ସେ ଜାମନଗରବାସୀଙ୍କର ସେବା କରନ୍ତୁ ତାହେଲେ ସେ ନିଶ୍ଚୟ ନିର୍ବାଚନ ଲଢିବେ । ରିଭାବା ପ୍ରଥମ ପ୍ରୟାସରେ ହିଁ ବିଧାନସଭା ନିର୍ବାଚନରେ ବିଜେପି ତରଫରୁ ଲଢି ଜାମନଗର ଉତ୍ତର ଆସନରୁ ବିଜୟୀ ହୋଇଛନ୍ତି । ସେ ତାଙ୍କ ପତ୍ନୀଙ୍କ ଏକ ରୋଡ ସୋ କରିବା ସହିତ ଜାମନଗରବାସୀଙ୍କୁ ରିଭାବାଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ ରବିନ୍ଦ୍ର ଜାଡେଜା । କେବେଳ ଜାମନଗରବାସୀ ନୁହେଁ କ୍ରିକେଟପ୍ରେମୀଙ୍କୁ ମଧ୍ୟ ରିଭାବାଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.