ETV Bharat / sports

ଟି-୨୦ ଶୃଙ୍ଖଳାକୁ ଆଉ ଗୋଟିଏ ଦିନ ବାକି, ଏଯାଏଁ ଦକ୍ଷିଣ ଆଫ୍ରିକା ଯାଇ ନାହାନ୍ତି ପ୍ରମୁଖ ଖେଳାଳି - ଶୁଭମନ୍‌ ଗିଲ୍‌

Team India key players not reached South Africa: ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ହେଲେ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି ଦଳର ୩ ପ୍ରମୁଖ ଖେଳାଳି । ରବୀନ୍ଦ୍ର ଜାଡେଜା, ଶୁଭମନ ଗିଲ୍‌ ଓ ଦୀପକ ଚହର ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ପହଞ୍ଚିନାହାନ୍ତି । ଅଧିକ ପଢ଼ନ୍ତୁ

ଏଯାଏଁ ଦକ୍ଷିଣ ଆଫ୍ରିକା ଯାଇ ନାହାନ୍ତି ପ୍ରମୁଖ ଖେଳାଳି

author img

By ETV Bharat Odisha Team

Published : Dec 8, 2023, 9:59 PM IST

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛି ଟିମ୍‌ ଇଣ୍ଡିଆ । ଡିସେମ୍ବର ୧୦ (ରବିବାର) ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଗୁରୁବାର ଦକ୍ଷିଣ ଆଫ୍ରିକାର ଡର୍ବାନରେ ପହଞ୍ଚି ସାରିଛି ଟିମ୍‌ ଇଣ୍ଡିଆ । ହେଲେ ମ୍ୟାଚ୍‌ ଆରମ୍ଭକୁ ହାତରେ ଆଉ ଗୋଟିଏ ଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ ଦଳର କିଛି ପ୍ରମୁଖ ଖେଳାଳି ଦକ୍ଷିଣ ଆଫ୍ରିକାରେ ପହଞ୍ଚିନାହାନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଦଳର ଉପଅଧିନାୟକ ରବୀନ୍ଦ୍ର ଜାଡେଜା, ଷ୍ଟାର ଓପନର ଶୁଭମନ ଗିଲ୍‌ ଓ ଦ୍ରୁତ ବୋଲର ଦୀପକ ଚହର ।

ଭାରତୀୟ ବିଶ୍ବକପ୍‌ ଦଳର ସଦସ୍ୟ ଥିବା ଭେଟେରାନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଶୁଭମନ ଗିଲ୍‌ ବିଦେଶରେ ଛୁଟିରେ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଉଭୟ ଏବେ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ନାହାନ୍ତି । ସେପଟେ ଷ୍ଟାର ବୋଲର ଦୀପକ ଚହରଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସେଥିପାଇଁ ଦୀପକଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଏବେ ମଧ୍ୟ ଦ୍ବନ୍ଦ୍ବ ରହିଛି । ତେବେ ସେ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଓ ଟିମ୍‌ ମ୍ୟାନେଜମେଣ୍ଟ ସହିତ କଥା ହୋଇଛନ୍ତି । ରିପୋର୍ଟ ଅନୁସାରେ ତାଙ୍କ ବାପାଙ୍କ ଦେହ ସୁସ୍ଥ ହେବା ମାତ୍ରେ ସେ ଦକ୍ଷିଣ ଆଫ୍ରିକା ପହଞ୍ଚି ଦଳରେ ଯୋଗଦେବେ । ଯହି ଏହା ସମ୍ଭବ ନହୁଏ ତେବେ ବିସିସିଆଇ ମଧ୍ୟ ବିକଳ୍ପ ଖେଳାଳି ଚୟନ କରି ରଖିଛି ।

ଏହା ମଧ୍ଯ ପଢ଼ନ୍ତୁ...ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋଚ ଦ୍ରାବିଡଙ୍କ ଗେମ୍‌ ପ୍ଲାନ୍‌, କହିଲେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନକୁ ଗୁରୁତ୍ବ ଦିଅ

ପ୍ରକାଶଯୋଗ୍ୟ, ଜାଡେଜା ନିଜ ପରିବାର ସହ ୟୁରୋପରେ ଛୁଟି କାଟୁଥିବା ବେଳେ ଗିଲ୍‌ ଲଣ୍ଡନରେ ନିଜ ଛୁଟି କାଟୁଛନ୍ତି । ଏଭଳି ସ୍ଥିତିରେ ପ୍ରଥମ ମ୍ୟାଚ୍‌ରେ ଉଭୟଙ୍କ ଉପସ୍ଥିତି ନେଇ ଏବେ ମଧ୍ୟ ଦ୍ବନ୍ଦ୍ବ ରହିଛି, କାରଣ ସେମାନେ ଏବେ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ପହଞ୍ଚିନାହାନ୍ତି । ରିପୋର୍ଟକୁ ବିଶ୍ବାସ କଲେ, ଉଭୟ ମ୍ୟାଚ୍‌ ପୂର୍ବଦିନ (ଶନିବାର) ଡର୍ବାନରେ ପହଞ୍ଚି ଦଳରେ ଯୋଗଦେବେ । ଡର୍ବ‌ାନଠାରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ । ଭାରତ ଏହି ଗସ୍ତରେ ୩ଟି ଲେଖାଏଁ ଟି୨୦ ଓ ଦିନିକିଆ ଖେଳିବା ପରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.