ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ(CSK)କୁ ଝଟକା । IPL 2022 ରୁ ବାଦ୍ ପଡିଲେ ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଆଗାମୀ କୌଣସି ମ୍ୟାଚ ଖେଳିବେନି ଏହି ଷ୍ଟାର ଖେଳାଳି । ଆଘାତ କାରଣରୁ ବାଦ୍ ପଡିଥିବା ସୂଚନା ରହିଛି ।
-
📢 Official Announcement:
— Chennai Super Kings (@ChennaiIPL) May 11, 2022 " class="align-text-top noRightClick twitterSection" data="
Jadeja will be missing the rest of the IPL due to injury. Wishing our Jaadugar a speedy recovery! @imjadeja
">📢 Official Announcement:
— Chennai Super Kings (@ChennaiIPL) May 11, 2022
Jadeja will be missing the rest of the IPL due to injury. Wishing our Jaadugar a speedy recovery! @imjadeja📢 Official Announcement:
— Chennai Super Kings (@ChennaiIPL) May 11, 2022
Jadeja will be missing the rest of the IPL due to injury. Wishing our Jaadugar a speedy recovery! @imjadeja
ପୂର୍ବ ମ୍ୟାଚରେ ଜାଡେଜାଙ୍କ ଛାତି ପାଖରେ ବଲ୍ ବାଜିଥିଲା । ଏହି କାରଣରୁ ମେଡିକାଲ ଟିମ୍ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଫଳରେ ଚଳିତ IPL ର ଆଗାମୀ ମ୍ୟାଚରୁ ବାଦ ପଡିଛନ୍ତି । ଏନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ସୂଚନା ମିଳିଛି । ତେବେ ଆହତ ସମସ୍ୟା କାରଣରୁ ଜାଡେଜା ରବିବାର ଦିଲ୍ଲୀ ବିପକ୍ଷ ମୁକାବିଲାରେ ମଧ୍ୟ ଖେଳି ନଥିଲେ ।
କିଛିଦିନ ତଳେ ଚେନ୍ନାଇର ଅଧିନାୟକ ପଦ ଛାଡି ପୂର୍ବ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ । ଜାଡେଡାଙ୍କ ନେତୃତ୍ବରେ ୮ଟି ମ୍ୟାଚ୍ରୁ ମାତ୍ର ଦୁଇଟିରେ ବିଜୟ ହାସଲ କରିଥିଲା ଟିମ୍ । ଏପରିକି ସେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ଖେଳରେ ଫୋକସ କରିବା ଉଦ୍ଦେଶ୍ୟରେ କ୍ୟାପ୍ଟେନ ପଦ ଛାଡିଥିଲେ । ଅନ୍ୟପଟେ ଆସନ୍ତାକାଲି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ।