ETV Bharat / sports

ଅନିଲଙ୍କୁ ପଛରେ ପକାଇଲେ ଅଶ୍ୱୀନ, ଟେଷ୍ଟ କ୍ରିକେଟରେ ହାତେଇଲେ ଦ୍ରୁତ ୪୫୦ ୱିକେଟ - କୁମ୍ବଲେଙ୍କୁ ପଛରେ ପକାଇଲେ ଅଶ୍ବୀନ

ଟିମ ଇଣ୍ଡିଆର ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ ଟେଷ୍ଟ କ୍ୟାରିୟରରେ ଦ୍ରୁତ ୪୫୦ ଟି ୱିକେଟ ହାସଲ କରି ଏକ ରେକର୍ଡ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ରବିଚନ୍ଦ୍ରନ ଅଶ୍ବୀନ
ରବିଚନ୍ଦ୍ରନ ଅଶ୍ବୀନ
author img

By

Published : Feb 9, 2023, 5:21 PM IST

ନାଗପୁର: ନାଗପୁରରେ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ବୀନ । ଟିମ ଇଣ୍ଡିଆର ଅନୁଭବୀ ସ୍ପିନର ଅଶ୍ବୀନ ଟେଷ୍ଟ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଟେଷ୍ଟ କ୍ୟାରିୟରରେ ଦ୍ରୁତ ୪୫୦ ଟି ୱିକେଟ ହାସଲ କରି ଏକ ରେକର୍ଡ ହାସଲ କରିଛନ୍ତି । ଅଶ୍ବୀନଙ୍କର ଏହି ଉପଲବ୍ଧି ପରେ ସେ ଭାରତର କିମ୍ବଦନ୍ତୀ ବୋଲର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି । ସେପଟେ ବୋଲିଂରେ ଏକ ରେକର୍ଡ ହାସଲ କରିବା ସହିତ ବ୍ୟାଟିଂରେ ମଧ୍ୟ ଟେଷ୍ଟରେ ୩୦୦୦ ରନ ସଂଗ୍ରହ କରିବାର ରେକର୍ଡ ଅଶ୍ବୀନଙ୍କ ନାମରେ ରହିଛି । ତାଙ୍କ ନାମରେ ଟେଷ୍ଟରେ ଏପର୍ଯ୍ୟନ୍ତ ୮୯ ଟି ଟେଷ୍ଟ ମ୍ୟାଚ ଖେଳି ୩୦୪୩ ରନ ସଂଗ୍ରହ କରିଥିବାର ରେକର୍ଡ ରହିଛି । ଏଥିରେ ୫ଟି ଶତକ ସାମିଲ ଥିବାବେଳେ ୧୩ ଟି ଅର୍ଦ୍ଧଶତକ ସାମିଲ ରହିଛି । ୧୨୪ ତାଙ୍କର ଟେଷ୍ଟ ଫର୍ମାଟରେ ସର୍ବାଧିକ ସ୍କୋର ରହିଛି ।

ରବିଚନ୍ଦ୍ରନ ଅଶ୍ବୀନ ଆଜି (ଗୁରୁବାର) ନାଗପୁରରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ପ୍ରଥମ ପାଳିରେ ଗୋଟିଏ ୱିକେଟ ନେଇ ଇତିହାସ ରଚିଛନ୍ତି । ସେ ଆଲେକ୍ସ କେରୀଙ୍କୁ ଆଉଟ କରିବା ପରେ ନିଜ ଟେଷ୍ଟ କ୍ୟାରିୟରର ୪୫୦ ଟି ୱିକେଟ ଯୋଡିଛନ୍ତି । ରବିଚନ୍ଦ୍ରନ ଅଶ୍ବୀନ ୮୯ ଟେଷ୍ଟ ମ୍ୟାଚରୁ ଦ୍ରୁତ ୪୫୦ ଟି ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ସେହିପରି ଭାରତର ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ୯୩ ଟେଷ୍ଟ ମ୍ୟାଚରୁ ୪୫୦ ଟି ୱିକେଟ ନେଇଥିଲେ । ଶ୍ରୀଲଙ୍କାର ମୁଥିୟା ମୁରଲୀଧରନ ୮୦ ଟି ଟେଷ୍ଟରୁ ଦ୍ରୁତ ୪୫୦ ଟି ୱିକେଟ ହାତେଇଥିଲେ । ସେହିପରି ଅଶ୍ବୀନ ୮୯ ଟି ମ୍ୟାଚରୁ ୪୫୦ଟି ୱିକେଟ ନେଇଛନ୍ତି । ଏବଂ ଭାରତର ପୂର୍ବତନ କ୍ରିକେଟର ୯୩ ମ୍ୟାଚରୁ ୪୫୦ ଟି ୱିକେଟ ନେଇଥିଲେ ।

ରବିଚନ୍ଦ୍ରନ ଅଶ୍ବୀନ ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ସର୍ବାଧିକ ୪୫୦ଟି ୱିକେଟ ନେଇ ଭାରତର ଦ୍ବିତୀୟ କ୍ରିକେଟର ହୋଇଥିବା ବେଳେ ବିଶ୍ବର ନବମ କ୍ରିକେଟର ହୋଇଛନ୍ତି । ଅନୀଲ କୁମ୍ବଲେ ୧୩୨ଟି ଟେଷ୍ଟ ମ୍ୟାଚରୁ ସର୍ବାଧିକ ୬୧୯ ଟି ୱିକେଟ ନେଇ ଭାରତର ଶୀର୍ଷ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଏବେ ଅଶ୍ବୀନ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଶ୍ରୀଲଙ୍କାର ମୁଥିଆ ମୁରଲିଧରନ ୧୩୩ ଟି ଟେଷ୍ଟ ମ୍ୟାଚରୁ ୮୦୦ ୱିକେଟ ନେଇ ବିଶ୍ବର ଶୀର୍ଷ ସ୍ଥାନରେ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ସେନ୍ ୱାର୍ଣ୍ଣ । ସେ ୭୦୮ଟି ୱିକେଟ ନେଇଛନ୍ତି । ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୬୭୫ଟି ୱିକେଟ ନେଇ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତର ଅନୀଲ କୁମ୍ବଲେ ୬୧୯ଟି ୱିକେଟ ନେଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ଷ୍ଟୁଆର୍ଟ ବୋର୍ଡ ୫୬୬ଟି ୱିକେଟ ନେଇ ୫ମ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରେଥ ୫୬୩ଟି ୱିକେଟ ନେଇ ଷଷ୍ଠ ସ୍ଥାନରେ ରହିଛନ୍ତି । ଜାମାଇକାର କର୍ଟନୀ ୱାଲ୍ସ ୫୬୩ ଟି ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆର ନାଥନ ଲିୟୋନ ଏପର୍ଯ୍ୟନ୍ତ ୪୬୦ ଟି ୱିକେଟ ନେଇ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଅଶ୍ବୀନ ଏପର୍ଯ୍ୟନ୍ତ ୪୫୦ ଟି ୱିକେଟ ନେଇ ନବମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.