ETV Bharat / sports

ଟି-୨୦ କ୍ରିକେଟରେ ରସିଦ ଖାନ୍‌ଙ୍କ ବିରଳ ରେକର୍ଡ

ଆଫଗାନିସ୍ତାନ ଷ୍ଟାର ସ୍ପିନର ରସିଦ ଖାନ ରବିବାର କ୍ରିକେଟ'ର ଛୋଟ ଫର୍ମାଟରେ ୪୦୦ ୱିକେଟ ହାସଲ କରିବାରେ ଚତୁର୍ଥ ବୋଲର ହୋଇଛନ୍ତି । ଅଧିକ ପଢନ୍ତୁ...

Rashid Khan becomes fourth bowler to pick 400 T20 wickets
୪୦୦ ଟି-୨୦ ୱିକେଟ ନେବାରେ ରସିଦ ଖାନ୍‌ ଚତୁର୍ଥ ବୋଲର
author img

By

Published : Nov 7, 2021, 8:39 PM IST

ଆବୁଧାବି: ଆଫଗାନିସ୍ତାନ ଷ୍ଟାର ସ୍ପିନର ରସିଦ ଖାନ ରବିବାର କ୍ରିକେଟ'ର ଛୋଟ ଫର୍ମାଟରେ ୪୦୦ ୱିକେଟ ହାସଲ କରିବାରେ ଚତୁର୍ଥ ବୋଲର ହୋଇଛନ୍ତି । ଚଳିତ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି ରସିଦ । ଟି-୨୦ କ୍ରିକେଟରେ ରସିଦଙ୍କ ୪୦୦ତମ ଶିକାର ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପ୍ଟିଲ ହୋଇଛନ୍ତି ।

ୱେଷ୍ଟଇଣ୍ଡିଜ ଅଲ୍‌-ରାଉଣ୍ଡର ଡ୍ବାଇନ ବ୍ରାଭୋ ୫୩୩ ୱିକେଟ ସହ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ସୁନୀଲ ନାରିନ ଓ ଇମ୍ରାନ ତାହିର ୪୨୫ ଓ ୪୨୦ ୱିକେଟ ହାସଲ କରି ଯଥାକ୍ରମେ ତାଲିକାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ଗତ ମାସରେ ୧୦୦ ଅନ୍ତର୍ଜାତୀୟ ଟି-୨୦ ୱିକେଟ ହାସଲ କରିବାରେ ଦ୍ରୁତତମ ବୋଲର ହୋଇଥିଲେ ରସିଦ ଖାନ୍‌ । ଚଳିତ ଟି-୨୦ ବିଶ୍ବକପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ ଆଫଗାନ ସ୍ପିନର ।

୫୩ତମ ମ୍ୟାଚ୍‌ରେ ୧୦୦ ୱିକେଟ ପୂରଣ କରିବା ସହ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଥିଲେ ରସିଦ । ଶ୍ରୀଲଙ୍କା ଦ୍ରୁତ ବୋଲର ମାଲିଙ୍ଗା ୭୬ତମ ମ୍ୟାଚ୍‌ରେ ୧୦୦ତମ ୱିକେଟ ପୂରଣ କରିଥିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.