ETV Bharat / sports

Cricket World Cup 2023: ରସିଦ ଖାନଙ୍କ ବଦାନ୍ୟତା, ଭୂକମ୍ପ ପୀଡ଼ିତଙ୍କୁ ଦେବେ ବିଶ୍ବକପ୍‌ ମ୍ୟାଚ୍‌ ଫି' - ରସିଦ ଖାନ

ବିଶ୍ବକପ୍‌ ୨୦୨୩ ପାଇଁ ଭାରତ ଗସ୍ତରେ ରହିଛି ଆଫଗାନିସ୍ତାନ କ୍ରିକେଟ ଟିମ୍‌ । ଏହାରି ଭିତରେ ଆଫଗାନିସ୍ତାନରେ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ଯେଉଁଥିରେ ପ୍ରାୟ ୨୦୦୦ରୁ ଅଧିକା ଲୋକ ମୃତାହତ ହୋଇଥିବାବେଳେ ପ୍ରାୟ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏଥିରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବାକୁ ବଡ଼ ଘୋଷଣା କରିଛନ୍ତି ଆଫଗାନିସ୍ତାନ ବୋଲର ରସିଦ ଖାନ । ଅଧିକ ପଢ଼ନ୍ତୁ

ଭୂକମ୍ପ ପୀଡ଼ିତଙ୍କୁ ସମସ୍ତ ବିଶ୍ବକପ୍‌ ମ୍ୟାଚ୍‌ ଫି' ଦେବେ ରସିଦ

author img

By ETV Bharat Odisha Team

Published : Oct 8, 2023, 7:39 PM IST

ହାଇଦ୍ରାବାଦ: ଜାରି ରହିଛି ବିଶ୍ବକପ୍‌ ୨୦୨୩ । ଚଳିତ ବର୍ଷ ଭାରତ ଘରୋଇ ମାଟିରେ ବିଶ୍ବକପ୍‌ ଆୟୋଜନ କରୁଥିବାବେଳେ ୧୦ ଦଳ ମଧ୍ୟରେ ମୁକାବିଲା ଖେଳାଯାଉଛି । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ଏବେ ଭାରତରେ ଅଛନ୍ତି । ନିକଟରେ ଆଫଗାନିସ୍ତାନ ମଧ୍ୟ ବାଂଲାଦେଶ ବିପକ୍ଷରେ ନିଜର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିସାରିଛି । ଏହାରି ଭିତରେ ଶନିବାର ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ୯୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୧୩୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ତାଲିବାନ ସରକାର ସୂଚନା ଦେଇଛନ୍ତି । ଯାହାକୁ ନେଇ ଭାରତରେ ଥିବା ଆଫଗାନୀ ଦଳ ଚିନ୍ତା ପ୍ରକଟ କରିଛି ।

  • I learned with great sadness about the tragic consequences of the earthquake that struck the western provinces (Herat, Farah, and Badghis) of Afghanistan.
    I am donating all of my #CWC23 match fees to help the affected people.
    Soon, we will be launching a fundraising campaign to… pic.twitter.com/dHAO1IGQlq

    — Rashid Khan (@rashidkhan_19) October 8, 2023 " class="align-text-top noRightClick twitterSection" data=" ">

ଆଫଗାନିସ୍ତାନର ଷ୍ଟାର୍‌ ସ୍ପିନର ରସିଦ ଖାନ ବିଶ୍ବ କ୍ରିକେଟ୍‌ର ଜଣେ ଲୋକପ୍ରିୟ ତଥା ମହାନ ସ୍ପିନର ଭାବେ ଜଣାଶୁଣା । ସେ ଯେମିତି ଜଣେ ଭଲ ବୋଲର, ସେମିତି ଭଲ ମଣିଷ ମଧ୍ୟ ଅଟନ୍ତି । ସେ ଅନେକ ଥର ଏହାର ପ୍ରମାଣ ଦିଅନ୍ତି, ଆଉ ଆଜି ସେ ଏହାର ଆଉ ଏକ ପ୍ରମାଣ ଦେଇଛନ୍ତି । ନିଜ ଦେଶରେ ହୋଇଥିବା ଭୂକମ୍ପରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ବିଶ୍ବକପରେ ମିଳିବାକୁ ଥିବା ତାଙ୍କର ସମସ୍ତ ମ୍ୟାଚ୍ ଫି ଦାନ କରିବାକୁ ଘୋଷଣା କରିଛନ୍ତି । ଏନେଇ ରସିଦ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ୍‌ରେ ଘୋଷଣା କରିଛନ୍ତି ।

ସେ ନିଜ ପୋଷ୍ଟରେ ଲେଖିଛନ୍ତି, "ଆଫଗାନିସ୍ତାନର ପଶ୍ଚିମ ପ୍ରଦେଶ (ହେରାତ, ଫରାହ ଏବଂ ବାଦଗିସ୍)ରେ ହୋଇଥିବା ଭୟଙ୍କର ଭୂକମ୍ପର ଦୁଃଖଦ ପରିଣାମ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ଏହି ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ମୋର ସମସ୍ତ କ୍ରିକେଟ୍ ବିଶ୍ବକପ୍‌ ୨୦୨୩ ମ୍ୟାଚ୍‌ ଫି ଦାନ କରୁଛି । ଆମେ ଅତିଶୀଘ୍ର ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିବୁ, ଯିଏ ସାହାଯ୍ୟ କରିପାରିବେ ସେମାନଙ୍କ ଠାରୁ ସାହାଯ୍ୟ ଲୋଡ଼ିବୁ । ଏହାମାଧ୍ୟମରେ ଆମେ ପୀଡିତମାନଙ୍କୁ ସାହାଯ୍ୟ କରିପାରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...Afghanistan: ୨୦୦୦ ପାର କଲାଣି ଭୂକମ୍ପ ମୃତ୍ୟୁସଂଖ୍ୟା, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

ପ୍ରକାଶଯୋଗ୍ୟ, ଆମେରିକୀୟ ପାଣିପାଗ ସଂସ୍ଥାର ସୂଚନା ଅନୁସାରେ ଆଫଗାନିସ୍ତାନରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ହେରାତ ସହର ହୋଇଥିବାବେଳେ ଏହି କମ୍ପନ ପ୍ରାୟ ୭.୭ କିମି ଗଭୀରରେ ହୋଇଥିଲା । ପ୍ରଥମ ଝଟ୍‌କାର ତୀବ୍ରତା ୬.୩ ମ୍ୟାଗ୍ନିଚ୍ୟୁଡ ଥିଲା । ପରେ ପୁଣି ଥରେ ୫.୯ ତୀବ୍ରତାର କମ୍ପନ ମଧ୍ୟ ହୋଇଥିଲା । ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ସରକାରଙ୍କ ଅନୁଯାୟୀ, ଏହି ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ୯୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୧୩୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି । ଏହି ଭୂକମ୍ପ ଯୋଗୁଁ ମୃତାହତ ଓ ଆହତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ବିଶ୍ବକପ୍‌ ଖେଳିବାକୁ ଭାରତରେ ଥିବା ଆଫଗାନିସ୍ତାନର ଷ୍ଟାର ବୋଲର ରସିଦ ଖାନ ନିଜ ଦେଶବାସୀଙ୍କ ପାଇଁ ବହୁତ ଚିନ୍ତିତ ଅଛନ୍ତି । ତେଣୁ ସେ ତାଙ୍କର ସମସ୍ତ ବିଶ୍ବକପ୍‌ ମ୍ୟାଚ୍‌ ଫି' ପୀଡ଼ିତଙ୍କ ସହାୟତା ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.