ETV Bharat / sports

ଆଇପିଏଲ ଉପରେ କୋରୋନା କୋପ: ଚେନ୍ନାଇ ଓ ରାଜସ୍ଥାନ ମ୍ୟାଚ ବାତିଲ - ଚେନ୍ନାଇ ଓ ରାଜସ୍ଥାନ ମ୍ୟାଚ ବାତିଲ

ବୁଧବାର ଚେନ୍ନାଇ ଓ ରାଜସ୍ଥାନ ଭିତରେ ହେବାକୁ ଥିବା ଆଇପିଏଲ ମ୍ୟାଚକୁ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ...

ଚେନ୍ନାଇ ଓ ରାଜସ୍ଥାନ ମ୍ୟାଚ ବାତିଲ
ଚେନ୍ନାଇ ଓ ରାଜସ୍ଥାନ ମ୍ୟାଚ ବାତିଲ
author img

By

Published : May 4, 2021, 1:12 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଏଣ୍ଟ୍ରି ମାରିଛି କୋରୋନା । ଏ ନେଇ ଗୋଟିଏ ପରେ ଗୋଟିଏ ମ୍ୟାଚ ହେବାରେ ଲାଗିଛି । ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ କୋରୋନାରେ ସଂକ୍ରମିତ ଦେବା ପରେ ବୁଧବାର ଚେନ୍ନାଇ ଓ ରାଜସ୍ଥାନ ଭିତରେ ହେବାକୁ ଥିବା ମ୍ୟାଚକୁ ସ୍ଥଗିତ କରାଯାଇଛି ।

ଏସଓପି ଅନୁସାରେ, ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ 6ଦିନ ପାଇଁ ସଙ୍ଗରୋଧରେ ରହିବା ବଧ୍ୟତାମୂଳକ ହୋଇଛି । ଏହା ପରେ ସୋମାନଙ୍କର ଆରଟିପିସିଆର ପରୀକ୍ଷା କରାଯିବ । ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ମ୍ୟାଚ ହେବା ନେଇ ନିଷ୍ପତ୍ତି ନିଆଯିବ ।

ବୁଧବାର ଚେନ୍ନାଇ ଓ ରାଜସ୍ଥାନ ଭିତରେ ଥିବା ମ୍ୟାଚକୁ ବାତିଲ କରାଯାଇଛି । ପରବର୍ତ୍ତୀ ସମୟ ଦେଖି ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । କୋଚ ବାଲାଜୀ ସବୁ ଖେଳାଳିଙ୍କ ସଂସ୍ପର୍ଶରେ ଆସିଥିବାରୁ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି ।

ପୂର୍ବରୁ ଆଇପିଏଲର ଏକ ମ୍ୟାଚକୁ ବାତିଲ କରାଯାଇଛି । ମଙ୍ଗଳବାର କେକେଆରର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ବାଙ୍ଗାଲୋର ଓ କେକେଆର ମଧ୍ୟରେ ହେବାକ ଥିବା 30ତମ ମ୍ୟାଚକୁ ବାତିଲ କରଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.