ETV Bharat / sports

IPL 2022: ବଟଲରଙ୍କ ଦମଦାର ଶତକ, KKR ଆଗରେ ଟାର୍ଗେଟ୍ 218 - ଆଇପିଏଲ ଲାଟେଷ୍ଟ ଖବର

IPL 2022ର ୩୦ତମ ମ୍ୟାଚ୍‌ରେ କୋଲକାତାକୁ ୨୧୮ ରନ୍‌ ଟାର୍ଗେଟ ଦେଇଛି ରାଜସ୍ଥାନ । ଟସ୍‌ ଜିତି ପ୍ରଥମେ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା କୋଲକାତା । ଅଧିକ ପଢ଼ନ୍ତୁ

IPL 2022: ମଲରଙ୍କ ଶତକ, KKR ଆଗରେ ବିଶାଳ ବିଜୟ ଲକ୍ଷ୍ୟ

author img

By

Published : Apr 18, 2022, 9:35 PM IST

ମୁମ୍ବାଇ: IPL 2022ର ୩୦ତମ ମ୍ୟାଚ୍‌ରେ କୋଲକାତାକୁ ୨୧୮ ରନ୍‌ ଟାର୍ଗେଟ ଦେଇଛି ରାଜସ୍ଥାନ । ଟସ୍‌ ଜିତି ପ୍ରଥମେ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା କୋଲକାତା । ରାଜସ୍ଥାନର ଦୁଇ ଓପନର ବଟଲର ଓ ଦେବଦତ୍ତ ପାଦ୍ଦିକଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ୯୭ ରନ୍‌ର ଭାଗିଦାରୀ ହୋଇଥିଲା ।

ଏହାପରେ ଅଧିନାୟକ ସଞ୍ଜୁ ସାମସନ୍‌ ମଧ୍ୟ ପଡ଼ିଆକୁ ଓହ୍ଲାଇ ବଡ଼ ସଟ୍‌ ଖେଳିବା ଆରମ୍ଭ କରି ଦେଇଥିଲେ । ବଟଲରଙ୍କ ଆକ୍ରାମକ ବ୍ୟାଟିଂ ଆଗରେ ଧରାଶାୟୀ ହୋଇ ପଡ଼ିଥିଲେ କୋଲକାତାର ବୋଲର । ବଲଟର ୬୧ ବଲ୍‌ରୁ ୯ଟି ଚୌକା ଓ ୫ ଛକା ସହାୟତାରେ ୧୦୩ ରନ୍‌ କରିଥିଲେ । ଯାହାଫଳରେ ରାଜସ୍ଥାନ ଦଳ ଏକ ବିଶାଳ ବିଜୟ ଲକ୍ଷ୍ୟ ଦେବାରେ ସକ୍ଷମ ହୋଇପାରିଛି ।

ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୫ ୱିକେଟ ହରାଇ ୨୧୭ କରିଛି । କୋଲାକାତା ପକ୍ଷରୁ ପ୍ୟାଟ୍‌ କମିନ୍ସ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ସେ ୧୨.୫୦ ହାରରେ ରନ୍‌ ଖର୍ଚ୍ଚ କରି ଗୋଟିଏ ୱିକେଟ ନେଇଛନ୍ତି । ଶିଭମ ମାଭି ଓ ଆନ୍ଦ୍ରେ ରସେଲ ମଧ୍ୟ ଗୋଟିଏ ଲେଖାଁଏ ୱିକେଟ ନେଇଛନ୍ତି । ସୁନୀଲ ନାରିନ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ କୋଲକାତା ଏହି ବିଜୟ ଲକ୍ଷ୍ୟର ପିଛା କିଭଳି କରିବ ତାହାରି ଉପରେ ରହିବ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.