ETV Bharat / sports

T20 WC: ସେମିଫାଇନାଲରେ ବଦଳିପାରେ ଟିମ ଇଣ୍ଡିଆର ଚୁଡାନ୍ତ ଏକାଦଶ, ଦ୍ରାବିଡଙ୍କ ସଙ୍କେତ

author img

By

Published : Nov 8, 2022, 7:59 AM IST

ନଭେମ୍ବର ୧୦ ତାରିଖ ଆଡିଲେଡରେ ଇଂଲଣ୍ଡକୁ ଭେଟିବ ଭାରତ । ଏନେଇ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଦଳରେ ଚୂଡାନ୍ତ ଏକାଦଶ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି ।

ଇଂଲଣ୍ଡ ବିପକ୍ଷରେ ଚୂଡାନ୍ତ ଏକାଦଶ ବଦଳି ନେଇ ସଙ୍କେତ ଦେଳେ ମୁଖ୍ୟ ପ୍ରଶିକ୍ଷକ

ହାଇଦ୍ରାବାଦ: ଆଡିଲେଡରେ ନଭେମ୍ବର ୧୦ରେ ଚଳିତ ଟି୨୦ ବିଶ୍ବକପର ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଭାରତ । ଏହି ସେମିଫାଇନାଲ ମ୍ୟାଚରେ ସ୍ବତନ୍ତ୍ର ରଣନୀତି ନେଇ ଦଳ ମଇଦାନକୁ ଓହ୍ଲାଇବ । ଏନେଇ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଦଳରେ ଚୂଡାନ୍ତ ଏକାଦଶ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି । ଅକ୍ଷର ପଟେଲଙ୍କ ବଦଳରେ ୟୁଜବେନ୍ଦ୍ର ଚହଲଙ୍କୁ ଏବଂ ଋଷଭ ପନ୍ତଙ୍କ ବଦଳରେ ଦିନେଶ କାର୍ତ୍ତିକଙ୍କୁ ଦଳରେ ସାମିଲ କରିଯିବା ନେଇ ଅନୁମାନ କରାଯାଇଛି ।

ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବା ପାଇଁ ଟିମ୍ ଇଣ୍ଡିଆ ଆଡିଲେଡରେ ପହଁଞ୍ଚିସାରିଛି । ତେବେ ଏହି ଅବସରରେ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି, "ଦଳର ୧୫ ଖେଳାଳିଙ୍କ ଫର୍ମ ବାବଦରେ ମୁଁ ଅବଗତ ରହିଛି । ସତ କହିବାକୁ ଆଡିଲେଡରେ ବାଂଲାଦେଶ ବିପକ୍ଷରେ ଆମର ରଣନୀତି ଉପଯୁକ୍ତ ନଥିଲା । ସେଥିପାଇଁ ଆମକୁ ମ୍ୟାଚ ହାତେବାକୁ ଶେଷ ଓଭର ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା । ତେଣୁ ସେମିଫାଇନାଲ ପାଇଁ ଦଳରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ । ଯାହା ଇଂଲିସ୍ ଟିମ୍‌କୁ ମାତ୍ ଦେବାକୁ ସହାୟକ ହେବ ।"

ତେବେ ଯାହା ଅନୁମାନ କରାଯାଉଛି ଅନୁଭବି ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ଚୂଡାନ୍ତ ଏକାଦଳରେ ସାମିଲ କରାଯାଇପାରେ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ବିସ୍ତାର କରିପାରିନଥିବା ଅକ୍ଷର ପଟେଲଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇପାରେ । ଅଲରାଉଣ୍ଡର ଅକ୍ଷର ପଟେଲ ଚଳିତ ଟି୨୦ ବିଶ୍ବକପରେ ୪ ଟି ମ୍ୟାଚରୁ ମାତ୍ର ୩ ଟି ୱିକେଟ ନେଇଛନ୍ତି । ସେହିପରି ବ୍ୟାଟିଂରେ ଏପର୍ଯ୍ୟନ୍ତ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନାହାଁନ୍ତି ।

ଜିମ୍ବାୱେ ବିପକ୍ଷରେ ଅକ୍ଷର ପଟେଲ ୩.୨ ଓଭରରେ ୪୦ ରନ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏନେଇ ରାହୁଲ ଦ୍ରାବିଡ କହିଛନ୍ତି ଅକ୍ଷର ପଟେଲଙ୍କ ଫର୍ମ ଦଳକୁ ଚିନ୍ତାରେ ପକାଇଛି । ତେବେ ୱିକେଟ କିପର ବ୍ୟାଟର ମଧ୍ୟରୁ ଋଷଭପନ୍ତଙ୍କ ବଦଳରେ ପୁଣି ଥରେ ଫିନିସର ଭାବରେ ଦିନେଶ କାର୍ତ୍ତିକ ଚୂଡାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.