ETV Bharat / sports

ଶାସ୍ତ୍ରୀଙ୍କ ପରେ ଟିମ ଇଣ୍ଡିଆର କୋଚ୍‌ ହେବେ ଦ୍ରାବିଡ୍‌ !

ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍‌ ହୋଇପାରନ୍ତି ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ । ଏମିତି କିଛି ସଙ୍କେତ ଦେଇଛନ୍ତି ବିସିସିଆଇ ବସ୍‌ ଗାଙ୍ଗୁଲି । ଅଧିକ ପଢନ୍ତୁ...

author img

By

Published : Sep 14, 2021, 9:36 PM IST

Ganguly says, Rahul Dravid can be Team India's temporary head coach after Ravi Shastri's tenure
ଶାସ୍ତ୍ରୀଙ୍କ ପରେ ଟିମ ଇଣ୍ଡିଆର କୋଚ୍‌ ହେବେ ଦ୍ରାବିଡ୍‌ !

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଖୁଲାସା । ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍‌ ହୋଇପାରନ୍ତି ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ । ଏମିତି କିଛି ସଙ୍କେତ ଦେଇଛନ୍ତି ବିସିସିଆଇ ବସ୍‌ ଗାଙ୍ଗୁଲି । ଏହାକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ବଢିବାରେ ଲାଗିଛି ।

ବର୍ତ୍ତମାନ ମୁଖ୍ୟ କୋଚ୍‌ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି୨୦ ବିଶ୍ବକପ ୨୦୨୧ ପରେ ଶେଷ ହେଉଛି । ଗାଙ୍ଗୁଲିଙ୍କ ସଙ୍କେତ ପରେ ଦ୍ରାବିଡ ପରବର୍ତ୍ତୀ ଟିମ ଇଣ୍ଡିଆ କୋଚ୍‌ ହେବାନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ପ୍ରମୁଖ ଛାପାଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, "ସ୍ଥାୟୀ ଭାବେ ସେ ଏହି ଦାୟିତ୍ବ ପାଇଁ ଇଚ୍ଛୁକ ନାହାନ୍ତି, ମାତ୍ର ଏହି ବିଷୟରେ ନିର୍ଦ୍ଦିଷ୍ଟ ଭାବରେ ତାଙ୍କ(ରାହୁଲ ଦ୍ରାବିଡ) ସହିତ ଆଲୋଚନା ହୋଇନାହିଁ । ଉପଯୁକ୍ତ ସମୟ ଆସିଲେ ବିଚାର କରାଯିବ ।"

ଦ୍ରାବିଡ ପୂର୍ବରୁ ଏହା ସ୍ପଷ୍ଟ କରଛନ୍ତି ଯେ, ୟେ ଭାରତୀୟ ଟିମର ପରବର୍ତ୍ତୀ କୋଚ୍‌ ହେଉନାହାନ୍ତି । ଏହା କୁହାଯାଉଥିଲା ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ପରେ ନଭେମ୍ବରରେ ଦ୍ରାବିଡ ମୁଖ୍ୟ କୋଚ୍‌ ଦାୟିତ୍ବ ସମ୍ଭାଳିବେ । ତେବେ ଦ୍ରାବିଡ ଏହି ଦାୟିତ୍ବ ପାଇଁ ଇଚ୍ଛୁକ ନଥିବା ଜଣାପଡିଛି । ଏପରିକି BCCIକୁ ମଧ୍ୟ ଦ୍ରାବିଡ ଏନେଇ ଅବଗତ କରାଇସାରିଛନ୍ତି । ସେ ଜାତୀୟ କ୍ରିକେଟ ଏକାଡେମୀ(NCA)ର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବାକୁ ପସନ୍ଦ କରୁଛନ୍ତି ଓ ଅଧିକ ସଂଖ୍ୟକ ଭବିଷ୍ୟତର ଦକ୍ଷ ଭାରତୀୟ କ୍ରିକେଟରଙ୍କୁ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ତେବେ NCA ମୁଖ୍ୟ ଭାବେ ଦ୍ରାବିଡଙ୍କ ୨ ବର୍ଷିଆ କାର୍ଯ୍ୟକାଳ ଶେଷ ପରେ ନିକଟରେ BCCI ଜାତୀୟ କ୍ରିକେଟ ଏକାଡେମୀର ନୂଆ ମୁଖିଆ ପଦ ପାଇଁ ଆବେଦନ ଆହ୍ବାନ କରିଥିଲା । ସେତେବେଳ ଦ୍ରାବିଡ ପୁନଃ ଆବେଦନ କରିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.