ETV Bharat / sports

ICC World Cup 2023: ପୁରସ୍କାର ରାଶି ଘୋଷଣା, ବିଜୟୀ ଦଳକୁ ମିଳିବ 33 କୋଟି - ଦିନିକିଆ ବିଶ୍ବକପ ପାଇଁ ପୁରସ୍କାର ରାଶି ଘୋଷଣା

ଦିନିକିଆ ବିଶ୍ବକପ ପାଇଁ ପୁରସ୍କାର ରାଶି ଘୋଷଣା କଲା ଆଇସିସି । ବିଜେତା ଟିମକୁ 33 କୋଟି ପୁରସ୍କାର ରାଶି । ଅଧିକ ପଢନ୍ତୁ

Prize money for ICC Mens Cricket World Cup

author img

By ETV Bharat Odisha Team

Published : Sep 23, 2023, 10:32 AM IST

ହାଇଦ୍ରାବାଦ: ଅକ୍ଟୋବର 5ରୁ ଆରମ୍ଭ ହେବ ଆଇସିସି ଦିନିକିଆ ବିଶ୍ବକପର 13 ତମ ସଂସ୍କରଣ । ଏହା ପୂର୍ବରୁ ପୁରସ୍କାର ରାଶି ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ପୁରୁଷ ଟି-୨୦ ବିଶ୍ବକପ ବିଜେତା ଟିମର ପୁରସ୍କାର ରାଶି ଘୋଷଣା ହୋଇଛି । ବିଜେତା ଟିମକୁ 33 କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ସେହିପରି ଉପବିଜେତା ଟିମକୁ ଏହାର ଅଧା ରାଶି ତଥା 16 କୋଟି ଟଙ୍କା ମିଳିବ । ସେହିପରି ସେମିଫାଇନାଲରେ ହାରିଥିବା ଦଳକୁ 6.63 କୋଟି ପୁରସ୍କାର ରାଶି ଦିଆଯିବ । ଗ୍ରୁପ ପର୍ଯ୍ୟାୟରୁ ଅଭିଯାନ ଶେଷ କରୁଥିବା ଦଳକୁ 82.94 ଲକ୍ଷ ଲେଖାଏଁ ପୁରସ୍କାର ରାଶି ଦିଆଯିବ । ଗ୍ରୁପ ମ୍ୟାଚ ଗୁଡିକରେ ବିଜୟୀ ଦଳ ଗୁଡିକୁ 33.17 ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରାଯିବ । ବିଶ୍ବକପ ପୁରସ୍କାର ବାବଦରେ ଆଇସିସି ମୋଟ 83 କୋଟି ଟଙ୍କା ପ୍ରଦାନ କରିବ ।

ଏହା ମଧ୍ୟ ପଢନ୍ତୁ-କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ଭାରତ

ଗତ 21 ତାରିଖରେ ବିଶ୍ବକପ ଆନ୍ଥେମ ଆଇସିସି ତରଫରୁ ରିଲିଜ୍‌ ହୋଇଥିଲା । ଯାହାର ନାମ ରହିଛି ଓ୍ବାନଡେ ଏକ୍ସପ୍ରେସ । ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିବା ପାଇଁ ବିଶ୍ବକପ ଆନ୍ଥେମ ପ୍ରସ୍ତୁତ ହୋଇଛି । ଏଥିରେ ବଲିଉଡ ଅଭିନେତା ରଣବୀର ସିଂ ନଜର ଆସିଛନ୍ତି । ଶ୍ଲୋକେ ଲାଲ ଓ ସାବେରି ବର୍ମା ଗୀତ ରଚନା କରିଛନ୍ତି । ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଏହାର ନିର୍ଦ୍ଦେଶନା ଓ ସ୍ବର ସଂଯୋଜନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- World Cup 2023: ଟିମ୍‌ ଇଣ୍ଡିଆର ନୂଆ ଜର୍ସି ସହ 3 କା ଡ୍ରିମ୍‌ ସଙ୍ଗୀତ ରିଲିଜ

ପ୍ରକାଶଥାଉ କି, ଆୟୋଜକ ଭାରତ, ଡିଫେଣ୍ଡି ଚାମ୍ପିଆନ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା,ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । ଅକ୍ଟୋବର 5ରୁ ଆଇସିସି ଦିନିକିଆ ବିଶ୍ବକପ ଆରମ୍ଭ ହୋଇ ନଭେମ୍ବର 19 ତାରିଖରେ ଫାଇନାଲ ଅନୁଷ୍ଠିତ ହେବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମୁକାବିଲା ଖେଳାଯିବ । ବିଶ୍ବକପର ସମସ୍ତ ମ୍ୟାଚ ଖେଳାଯିବା ପାଇଁ ମୋଟ 12ଟି ଭେନ୍ୟୁ ନିର୍ଦ୍ଧାରଣ କରାଯାଇଛି । ଅହମ୍ମଦାବାଦ ଓ ବେଙ୍ଗାଲୁରୁ ସମେତ ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଓ ମୁମ୍ବାଇରେ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.