ETV Bharat / sports

ଆଇପିଏଲ ପରିଚାଳନା ପରିଷଦ ଛାଡ଼ିବେ ପ୍ରଜ୍ଞାନ !

author img

By ETV Bharat Odisha Team

Published : Sep 24, 2023, 11:20 AM IST

Updated : Sep 24, 2023, 11:30 AM IST

ସୋମବାର ବସିବ BCCIର ବାର୍ଷିକ ସାଧାରଣ ବୈଠକ । ଆଇପିଏଲ ପରିଚାଳନା ପରିଷଦ ନେଇ ବୈଠକରେ ହୋଇପାରେ ଆଲୋଚନା । ଅଧିକ ପଢନ୍ତୁ

Pragyan Ojha Set To Leave IPL Governing Council

ନୂଆଦିଲ୍ଲୀ: ଆଇପିଏଲ ପରିଚାଳନା ପରିଷଦରୁ ଓହରି ଯିବେ ଭାରତୀୟ ଦଳର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା ! ତିନି ବର୍ଷ ଧରି ଆଇପିଏଲ ଗଭର୍ଣ୍ଣିରେ ରହିବା ପରେ ବର୍ତ୍ତମାନ ସେ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ଆସନ୍ତାକାଲି(ସୋମବାର) ଗୋଆରେ ଅନୁଷ୍ଠିତ ହେବାକୁଥିବା BCCIର ବାର୍ଷିକ ସାଧାରଣ ବୈଠକରେ ଅନେକ IPL ପରିଚାଳନା ପରିଷଦ ନେଇ ଆଲୋଚନା ହୋଇପାରେ । ସେହିପରି WPL ପାଇଁ ଏକ ନୂତନ ପରିଚାଳନା ପରିଷଦ ଗଠନ ମଧ୍ୟ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ-India vs Australia: ଆଜି ଦ୍ବିତୀୟ ଦିନିକିଆ, ଆଗୁଆ ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ପ୍ରଜ୍ଞାନ ଓଝା ଆଇପିଏଲ୍ ପରିଚାଳନା ପରିଷଦର ପ୍ରତିନିଧି ରହିଛନ୍ତି । ଏବେ ସେ ଏହି ପଦରୁ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି । ପୂର୍ବତନ ସ୍ପିନର ପରିଷଦରେ ଖେଳାଳିଙ୍କ ପ୍ରତିନିଧୀ ଭାବରେ କାର୍ଯ୍ୟ କରିଆସୁଛନ୍ତି । ସେ ଗତ ତିନିବର୍ଷ ଧରି ପରିଷଦରେ କାର୍ଯ୍ୟ କରୁଥିବାବେଳେ ଗତ ବର୍ଷ ଭାରତୀୟ କ୍ରିକେଟ୍ ଆସୋସିଏସନ୍ (ICA) ଦ୍ବାରା ସେ ନିର୍ବାଚିତ ହୋଇଥିଲେ । ସେ ଯଦି ଚାହିଁବେ IPL ପରିଚାଳନା ପରିଷଦର ପ୍ରତିନିଧି ପଦର ସମୟ ସୀମା ବଢ଼ାଇ ପାରିବେ । ଆହୁରି 2ରୁ 3 ବର୍ଷ ସେ ଏହି ପଦବୀରେ ରହିପାରିବେ । କିନ୍ତୁ ସେ ଏହି ପଦରୁ ଓହରିବାକୁ ଚାହୁଁଥିବା କୁହାଯାଉଛି । ଏନେଇ ପ୍ରଜ୍ଞାନଙ୍କ ତରଫରୁ କୌଣସି ସୂଚନା ହସ୍ତଗତ ହୋଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-Asian Games Semi Final: ବାଂଲଦେଶକୁ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ, ପଦକ ପକ୍କା

ସୋମବାର BCCIର 92ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ ହେବ । BCCIର 89ତମ ସାଧାରଣ ସଭା ପୂର୍ବରୁ ପ୍ରଜ୍ଞାନ ଓଝାଙ୍କୁ IPL ପରିଚାଳନା ପରିଷଦର ପ୍ରତିନିଧି ଦାୟିତ୍ବ ଦିଆଯାଇଥିଲା । BCCIର ନିୟମ ଅନୁଯାୟୀ ଭାରତୀୟ କ୍ରିକେଟର ଆସୋସିଏସନ ପକ୍ଷରୁ ଆଇପିଏଲ ପରିଚାଳନା ପରିଷଦକୁ ପ୍ରତିବର୍ଷ ଜଣେ ସଦସ୍ୟଙ୍କୁ ମନୋନୀତ କରାଯାଇଥାଏ । ସୁରିନ୍ଦର ଖନ୍ନାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରଜ୍ଞାନ ଓଝାଙ୍କୁ ଏହି ଦାୟିତ୍ବ ଦେବାକୁ ନିଷ୍ପତ୍ତି ହୋଇଥିଲା । ତେବେ ପ୍ରଜ୍ଞାନ ଓଝାଙ୍କ ପରେ କାହାକୁ ଏହି ଦାୟିତ୍ବ ମିଳିବ ତାହା ଉପରେ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ-Asian Games 2023: ରଙ୍ଗାରଙ୍ଗ ଉତ୍ସବରେ ଏସୀୟ କ୍ରୀଡା ଉଦଘାଟିତ, ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

2020 ଫେବୃଆରୀ ମାସରେ ପ୍ରଜ୍ଞାନ ଓଝା କ୍ରକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ। ସେ ଭାରତ ପକ୍ଷରୁ 18ଟି ଦିନିକିଆ ମ୍ୟାଚ ଖେଳିଥିବା ବେଳେ 24 ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଦିନିକିଆ ମ୍ୟାଚରେ 21ଟି ୱିକେଟ୍‌ ନେଇଥିବା ବେଳେ ଟେଷ୍ଟ ମ୍ୟାଚରେ 113ଟି ୱିକେଟ ନେଇଥିଲେ ।

Last Updated : Sep 24, 2023, 11:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.