ETV Bharat / sports

T20 World Cup: ଫିନିଶର୍ କାର୍ତ୍ତିକ ଫ୍ଲପ୍ ! ଏଯାଏଁ ମାରି ନାହାଁନ୍ତି ଗୋଟିଏ ବି ଛକା - ଟି୨୦ ବିଶ୍ବକପରେ ଛକା ମାରିବାରେ ବିଫଳ DK

ଦିନେଶ କାର୍ତ୍ତିକ ଟି୨୦ ବିଶ୍ବକପର ୨୦୦୭, ୨୦୧୦, ୨୦୨୨ ସଂସ୍କରଣ ଖେଳିଛନ୍ତି । ହେଲେ ଏହି ସବୁ ସଂସ୍କରଣରେ ସେ କୌଣସି ଛକା ମାରି ନାହାଁନ୍ତି । ଅଧିକ ପଢନ୍ତୁ

ଟି୨୦ ବିଶ୍ବକପରେ ଫ୍ଲପ୍ ଦିନେଶ କାର୍ତ୍ତିକ, କେବେ ମାରିବେ ଛକା

author img

By

Published : Nov 4, 2022, 7:05 PM IST

ହାଇଦ୍ରାବାଦ: ଚଳିତ ଟି୨୦ ବିଶ୍ବକପରେ ଦିନେଶ କାର୍ତ୍ତିକ ଫିନିଶର ଭାବରେ ଦଳରେ ସ୍ଥାନ ପାଇଛନ୍ତି । ହେଲେ ସେ ଏପର୍ଯ୍ୟନ୍ତ ତାଙ୍କର ଭୂମିକାକୁ ଠିକ୍ ଭାବରେ ନିଭାଇ ପାରିନାହାଁନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର କୌଣସି ଆଖି ଦୃଶିଆ ପ୍ରଦର୍ଶନ ରହିନାହିଁ । ଏପର୍ଯ୍ୟନ୍ତ କୌଣସି ମ୍ୟାଚରେ ସେ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ସଫଳ ହୋଇନାହାଁନ୍ତି । ଏହା ସହିତ ଯଦି ଆମେ DKଙ୍କର ବିଶ୍ବକପ ରେକର୍ଡ ଉପରେ ନଜର ପକାଇବା ତାହେଲେ କାର୍ତ୍ତିକଙ୍କର ରେକର୍ଡ ଭଲ ରହିନାହିଁ । କାର୍ତ୍ତିକ ଏପର୍ଯ୍ୟନ୍ତ ତିନୋଟି ଟି-୨୦ ବିଶ୍ବକପରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି । ହେଲେ DK ଏଥିରେ ଫ୍ଲପ୍ ରହିଛନ୍ତି । ସେ ଖେଳିଥିବା ତିନୋଟି ବିଶ୍ବକପରେ ତାଙ୍କର ପ୍ରଦର୍ଶନ ଉନ୍ନତମାନର ରହିନାହିଁ । ସବୁଠୁ ବଡ କଥା ହେଲା ଦିନେଶ କାର୍ତ୍ତିକ ଏହି ତିନୋଟି ବିଶ୍ବ କପରେ ବଡ ସଟ୍ ଖେଳିବାରେ ବିଫଳ ରହିଛନ୍ତି । ସେ ଏପର୍ଯ୍ୟନ୍ତ ଟି୨୦ ବିଶ୍ବକପର ୨୦୦୭, ୨୦୧୦, ୨୦୨୨ ସଂସ୍କରଣ ଖେଳିଛନ୍ତି । ହେଲେ ଏହି ସବୁ ସଂସ୍କରଣରେ ସେ କୌଣସି ଛକା ମାରି ନାହାଁନ୍ତି ।

DK ୨୦୦୭ ମସିହାରେ ତିନୋଟି ମ୍ୟାଚ ଖେଳିଥିଲେ । ହେଲେ ସେଥିରେ କୌଣସି ଛକା ମାରିନଥିଲେ । ସେହିପରି ୨୦୧୦ ମସିହାରେ ମଧ୍ୟ ଦୁଇଟି ମ୍ୟାଚ ଖେଳିଥିଲେ । ସେଥିରେ ମଧ୍ୟ ସେ ଛକା ମାରିବାରେ ବିଫଳ ରହିଥିଲେ । ଯଦି ଆମେ ୨୦୨୨ ତଥା ଚଳିତ ବିଶ୍ବକପ ଉପରେ ନଜର ପକାଇବା ତାହେଲେ ଏହି ଟୁର୍ଣ୍ଣାମେଣ୍ଟରେ DK ଏପର୍ଯ୍ୟନ୍ତ ଛକା ମାରିନାହାଁନ୍ତି । ଏହା ସହିତ କାର୍ତ୍ତିକଙ୍କର ପ୍ରଦର୍ଶନ ଦୁର୍ବଳ ରହିଛି । ସେ ଏପର୍ଯ୍ୟନ୍ତ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନାହାଁନ୍ତି । ଚଳିତ ଟି୨୦ ବିଶ୍ବକପରେ DK ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛନ୍ତି । ଏହି ତିନୋଟି ମ୍ୟାଚରେ ସେ ସମସ୍ତଙ୍କୁ ନିରାଶ କରିଛନ୍ତି । ପାକିସ୍ତାନ ବିପକ୍ଷରେ କାର୍ତ୍ତିକ ୧ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬ ରନର ଇନିଂସ ଖେଳିଥିଲେ । ସେହିପରି ବାଂଲାଦେଶ ବିପକ୍ଷରେ ୭ ରନ କରି ରନ ଆଉଟ ହୋଇଥିଲେ DK ।

ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣ ୨୦୦୭ ମସିହାରେ ଖେଳାଯାଇଥିଲା । ଏହି ସଂସ୍କରଣରେ ଖେଳିଥିବା ମାତ୍ର ଦୁଇ ଜଣ କ୍ରିକେଟର ୧୫ ବର୍ଷ ପରେ ତଥା ଚଳିତ ବିଶ୍ବକପରେ ପୁଣି ଥରେ ଖେଳୁଛନ୍ତି । ସେମାନେ ହେଲେ ଦୁଇ ଅଭିଜ୍ଞ ଦିନେଶ କାର୍ତ୍ତିକ ଓ ରୋହିତ ଶର୍ମା । ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ ମିଶନ ମେଲବର୍ଣ୍ଣ ପାଇଁ ଲଢେଇ ଜାରି ରଖିଛି । ସେପଟେ ଟି୨୦ ବିଶ୍ବକପରେ ଖେଳିବା ସ୍ବପ୍ନ ନେଇ DK ପୂର୍ବରୁ ଏକ ଟ୍ବିଟ କରିଥିଲେ । ଯେତେବେଳେ ଭାରତର ଟି୦ ବିଶ୍ବକପ ସ୍କ୍ବାଡରେ ସେ ତାଙ୍କର ନାମ ସ୍ଥାନ ପାଇଥିଲା । ଏହା ପରେ ସେ କହିଥିଲା ସ୍ବପ୍ନ ସତ ହୁଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.