ETV Bharat / sports

ପନ୍ତଙ୍କ ମା’ଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ । ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ପନ୍ତଙ୍କ ମା’ଙ୍କ ସହିତ କଥା ସ୍ବାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ

ପନ୍ତଙ୍କ ମାଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

author img

By

Published : Dec 30, 2022, 10:51 PM IST

ହାଇଦ୍ରାବାଦ: ଋଷଭ ପନ୍ତଙ୍କ ପରିବାର ସହିତ କଥା ହେଲେ ପ୍ରଧାନମନ୍ତ୍ରୀ । ଭାରତୀୟ କ୍ରିକେଟର ପନ୍ତ ଆଜି ସକାଳେ କାର ଦୁର୍ଘଟଣାରେ ଶିକାର ହୋଇଛନ୍ତି । ପନ୍ତଙ୍କ ମା’ଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି ।

ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ । ଉତ୍ତରାଖଣ୍ଡ ରୁରକୀରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଋଷବ ପନ୍ତ । ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଜାରି ରହିଛି । ଡିଭାଇଡରରେ ପିଟି ହୋଇ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଫେରୁଥିବା ସମୟରେ ପନ୍ତଙ୍କ କାର ଦୁର୍ଘଟଣା ହୋଇଛି ।

ମିଡିଆ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ପନ୍ତଙ୍କ ମାଙ୍କ ସହିତ କଥା ହୋଇଛନ୍ତି । ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ମୋଦି । ଏହା ପୂର୍ବରୁ ମୋଦି ପନ୍ତଙ୍କୁ ଦୁର୍ଘଟଣା ପରେ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ଟ୍ବିଟ କରିଥିଲେ । ଭାରତର ଏହି ୱିକେଟ କିପର ବ୍ୟାଟର ପନ୍ତଙ୍କ ପାଇଁ ମୋଦି ଲେଖିଛନ୍ତି, "ଋଷଭ ପନ୍ତଙ୍କ କାର ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।"

BCCI ସଚିବ ଜୟ ଶାହା(Jay Shah) କହିଛନ୍ତି ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି । ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ବିସିସିଆଇ ପନ୍ତଙ୍କ ପରିବାର ସହିତ ଯୋଗଯୋଗରେ ରହିଛି । ଯେଉଁ ମେଡିକାଲ ଟିମ ପନ୍ତଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଏହା ସହିତ ବୋର୍ଡ କହିଛି ଯେ ପନ୍ତଙ୍କୁ ସମସ୍ତ ଚିକିତ୍ସା ସୁବିଧା ମିଳୁ । ସେ ବହୁତ ଶୀଘ୍ର ଠିକ୍ ହୋଇଯାନ୍ତୁ ।

ସୂଚନା ଅନୁସାରେ ଋଷବ ପନ୍ତ ନିଜେ ଡ୍ରାଇଭିଂ କରି ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିଲେ । କିନ୍ତୁ ରୁରକୀ ନିକଟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା । ଦୁର୍ଘଟଣା ପରେ କାରରେ ନିଆଁ ଲାଗି ଯାଇଥିଲା । ଗାଡିଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ସୌଭାଗ୍ୟବଶତଃ ପନ୍ତ ଗାଡିରୁ ବାହାରି ଆସିଥିଲେ । ସେ କେବଳ ଗୁରୁତର ଆହତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.