ETV Bharat / sports

'ପ୍ରଥମ ମ୍ୟାଚ ପାକିସ୍ତାନ ସହ ଖେଳିବା ଦ୍ବାରା ଭାରତକୁ ହେବ ଫାଇଦା' - t-20 world cup news

ଇସିସି ଟି-୨୦ ବିଶ୍ବକପ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଅକ୍ଟୋବର ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବା ଏହି ଦମଦାର ମ୍ୟାଚ । ଏହାଦ୍ବାରା ଭାରତକୁ ଫାଇଦା ହେବ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର । ଅଧିକ ପଢ଼ନ୍ତୁ...

'ପ୍ରଥମ ମ୍ୟାଚ ପାକିସ୍ତାନ ସହ ଖେଳିବା ଦ୍ବାରା ଭାରତକୁ ହେବ ଫାଇଦା'

author img

By

Published : Aug 17, 2021, 7:24 PM IST

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ବକପ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଅକ୍ଟୋବର ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବା ଏହି ଦମଦାର ମ୍ୟାଚ । ଏହାକୁ ନେଇ ଆଇସିସି ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ତେବେ ଏହାଦ୍ବାରା ଭାରତକୁ ଫାଇଦା ହେବ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ।

ଏକ ସାକ୍ଷାତକାର ଗୌତମ ଗମ୍ଭୀର କହିଛନ୍ତ ଯେ, "ଟି-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ୨୦୦୭ ମସିହାରେ ମଧ୍ୟ ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିବାକୁ ପଡ଼ିଥିଲା । ଭାରତ ଓ ପାକିସ୍ତାନ ଦୁହେଁ ଦୁହିଁଙ୍କ ପରମ ପ୍ରତିଦ୍ବନ୍ଦୀ ରହି ଆସିଛନ୍ତି । ଏଭଳି ପ୍ରତିଦ୍ବନ୍ଦୀ ସହ ମ୍ୟାଚ ଖେଳିବା ଦ୍ବାରା ଟୁର୍ଣ୍ଣାମେଣ୍ଟ ଉପରେ ଦଳ ଅଧିକ ଧ୍ୟାନ କେନ୍ଦ୍ରିତ କରି ପାରିଥିଲା । ତେବେ ଆଗାମୀ ଟି-୨୦ ବିଶ୍ବକପରେ ମଧ୍ୟ ଭାରତ ଗ୍ରୁପ ଷ୍ଟେଜରେ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଯାହା ଦ୍ବାରା ଭାରତକୁ ଫାଇଦା ହେବ ।"

ଦୀର୍ଘଦିନ ପରେ ଦୁଇ ମୁହାଁମୁହିଁ ହେବାକୁ ଥିବାରୁ ଖୁସି ଜାହିର କରିଛନ୍ତି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର । ଫଳାଫଳ ଯାହା ବି ହେଉ ଏହି ମ୍ୟାଚରେ ଫ୍ୟାନମାନଙ୍କୁ ଦମଦାର କ୍ରିକେଟ ଦେଖିବାକୁ ମିଳିବ ବୋଲି କହିଛନ୍ତି ଗମ୍ଭୀର । ଆଇସିସି ଟି-୨୦ ବିଶ୍ବକପ ଦୁବାଇ ଖେଳାଯିବ । କୋଭିଡ ମହାମାରୀ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ଭାରତରୁ ଦୁବାଇ ଓ ଓମାନକୁ ସ୍ଥାନାନ୍ତର କରାଯାଇଛି । ଅକ୍ଟୋବର ୧୭ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସୁପର ୧୨ ଷ୍ଟେଜ ମ୍ୟାଚ ପାଇଁ ପ୍ରଥମ ରାଉଣ୍ଡରେ ଓମାନ, ପାପୁଆ, ନିୟୁ ଗାଏନା, ବାଂଲାଦେଶ, ସ୍କଟଲ୍ୟାଣ୍ଡ ଦଳ ପରସ୍ପରକୁ ଭେଟିବେ । ସେପଟେ ଅନ୍ୟ ଏକ ଗ୍ରୁପରେ ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା, ନାମିବିଆ ଦଳ ପରସ୍ପରକୁ ଭେଟିବେ । ଏହି ଦଳମାନଙ୍କ ମଧ୍ୟରେ ଦୁଇ ଗ୍ରୁପରୁ ଶ୍ରେଷ୍ଠ ଦୁଇ ଦଳ ସୁପର ୧୨ ଷ୍ଟେଜକୁ ଉନ୍ନିତ ହେବେ । ଅକ୍ଟୋବର ୨୩ ତାରିଖରୁ ସୁପର ୧୨ ଷ୍ଟେଜ ମ୍ୟାଚ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.