ETV Bharat / sports

'ଟେଷ୍ଟ ମ୍ୟାଚ ଖେଳିବା ଥିଲା ମୋ ସ୍ୱପ୍ନ' - ଦିପ୍ତୀ ଶର୍ମା ଖବର

କ୍ୟାରିଅର ଆରମ୍ଭ କରିବା ଦିନରୁ ହିଁ ଟେଷ୍ଟ ମ୍ୟାଚ ଖେଳିବା ଥିଲା ମୋର ସ୍ୱପ୍ନ । ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମର ଯୁବ ଅଲରାଉଣ୍ଡର ଦୀପ୍ତି ଶର୍ମା । ଅଧିକ ପଢ଼ନ୍ତୁ...

playing test cricke is like dream come true says diptee sharma

author img

By

Published : Jun 22, 2021, 9:43 PM IST

ଲଣ୍ଡନ: କ୍ୟାରିଅର ଆରମ୍ଭ କରିବା ଦିନରୁ ହିଁ ଟେଷ୍ଟ ମ୍ୟାଚ ଖେଳିବା ଥିଲା ମୋର ସ୍ୱପ୍ନ । ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମର ଯୁବ ଅଲରାଉଣ୍ଡର ଦୀପ୍ତି ଶର୍ମା । ଗତ ସପ୍ତାହରେ ଇଂଲଣ୍ଡ ବିପକ୍ଷରେ ସେ ଟେଷ୍ଟ କ୍ୟାରିଅର ଆରମ୍ଭ କରିଛନ୍ତି । ଏହି ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରିଥିଲେ ।

ଏକ ସାକ୍ଷାତକାରରେ ଦୀପ୍ତି ଶର୍ମା କହିଛନ୍ତି ଯେ, "ଯେତେବେଳେ ମୁଁ ଭାରତ ପାଇଁ ଖେଳିବା ଆରମ୍ଭ କଲି ସେବେଠାରୁ ହିଁ ମୁଁ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁଥିଲି । ଧଳା ଜର୍ସିରେ କ୍ରିକେଟର ଲମ୍ବା ଫର୍ମାଟରେ ମୁଁ ମୋ ନିଜକୁ ଦେଖିବାକୁ ଚାହୁଁଥିଲି । ସେଇ ସ୍ୱପ୍ନ ପୂରଣ ହୋଇଛି । ଏଥିପାଇଁ ମୁଁ ସଭିଙ୍କ ନିକଟରେ କୃତଜ୍ଞ ।"

ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଦିପ୍ତୀ ଶର୍ମା । ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ସେ 54 ରନ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଯାହା ଫଳରେ ଦଳ ଏହି ମ୍ୟାଚକୁ ଡ୍ର କରିବାକୁ ସକ୍ଷମ ହୋଇଥିଲା । ଏହାଛଡ଼ା ମ୍ୟାଚରେ ସ୍ନେହ ରାଣା ଓ ତନୟା ଭାଟିଆଙ୍କ ଅପରାଜିତ 80 ଓ 44 ରନ ବଳରେ ମ୍ୟାଚକୁ ଫେରିଥିଲା ଭାରତ ।

କ୍ରିକେଟର ଏହି ଲମ୍ବା ଫର୍ମାଟରେ ଧୈର୍ଯ୍ୟର ସହ ଖେଳିବା ଶିକ୍ଷା ଲାଭ କରିଛନ୍ତି ଦିପ୍ତୀ । ଏଥିପାଇଁ ଏହି ମ୍ୟାଚ ତାଙ୍କ ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି । ଦ୍ୱିତୀୟ ୱିକେଟ ପାଇଁ ଦୀପ୍ତି ଶର୍ମା ଓ ସେଫାଳି ବର୍ମାଙ୍କ ମଧ୍ୟରେ 70 ରନ ଭାଗିଦାରୀ ହୋଇଥିଲା । ଯାହା ଫଳରେ ଇଂଲଣ୍ଡ ଦଳର ମନୋବଳ ଭାଙ୍ଗିବା ଆରମ୍ଭ କରି ଦେଇଥିଲା । ଜୁନ 27 ତାରିଖରେ ଭାରତ ଓ ଇଲଂଣ୍ଡ ମଧ୍ୟରେ ତିନି ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.